ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍କ୍ଷେପଣ ହୋଇଛି ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ SRSAM । ସକାଳ 10ଟା 34 ମିନିଟ୍ରେ 3ନଂ ଲଞ୍ଚପ୍ୟାଡ଼ରୁ ଏହା ପରୀକ୍ଷଣ ହୋଇଛି । ସଫଳ ଉତ୍କ୍ଷେପଣ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ପରୀକ୍ଷଣ ପାଇଁ ଲଞ୍ଚପ୍ୟାଡ଼ର ଅଢେଇ କିଲୋମିଟର ପରିଧି ମଧ୍ୟରୁ 6ଟି ଗାଁର 7 ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
-
MRSAM-Army missile system flight tested from ITR Balasore at around 1030 Hrs intercepting a high speed aerial target at long range. The target was destroyed by the missile in a direct hit.@PMOIndia @DefenceMinIndia @SpokespersonMoD @adgpi pic.twitter.com/Ra5yfHaHo1
— DRDO (@DRDO_India) March 27, 2022 " class="align-text-top noRightClick twitterSection" data="
">MRSAM-Army missile system flight tested from ITR Balasore at around 1030 Hrs intercepting a high speed aerial target at long range. The target was destroyed by the missile in a direct hit.@PMOIndia @DefenceMinIndia @SpokespersonMoD @adgpi pic.twitter.com/Ra5yfHaHo1
— DRDO (@DRDO_India) March 27, 2022MRSAM-Army missile system flight tested from ITR Balasore at around 1030 Hrs intercepting a high speed aerial target at long range. The target was destroyed by the missile in a direct hit.@PMOIndia @DefenceMinIndia @SpokespersonMoD @adgpi pic.twitter.com/Ra5yfHaHo1
— DRDO (@DRDO_India) March 27, 2022
ଏହି ବ୍ୟବସ୍ଥା ଭାରତୀୟ ସେନାର ଏକ ଅଂଶ । ପରୀକ୍ଷଣରେ କ୍ଷେପଣାସ୍ତ୍ରଟି ବହୁ ଦୂରରୁ ଟାର୍ଗେଟରେ ସିଧାସଳଖ ହିଟ୍ କରିଥିବ ଡିଆରଡିଓ ପକ୍ଷରୁ ସୂଚନା ମିଳଛି । ଗତ ବର୍ଷ ଜୁଲାଇରେ ଭାରତ ବାଲେଶ୍ବର ଓଡିଶା ଉପକୂଳରୁ ବ୍ରାହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଏକ ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷଣ କରିଥିଲା ଭାରତ । ଏହି କ୍ଷେପଣାସ୍ତ୍ରଟି ନୂତନ ବୈଷୟିକ ବିକାଶ ସହିତ ସଜ୍ଜିତ ହୋଇଥିଲା ଯାହା ସଫଳତାର ସହିତ ପ୍ରମାଣିତ ହୋଇଥିଲା । ଉତ୍କ୍ଷେପଣ ପରେ ରାଡ଼ାରରୁ ମିଳିଥିବା ତଥ୍ୟକୁ ନେଇ ସମୀକ୍ଷା ଚାଲିଥିଲା । ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ ହୋଇଥିବା ବ୍ରହ୍ମୋସ । ବ୍ରହ୍ମୋସକୁ ସ୍ଥଳ, ବାୟୁ ଓ ନୌସେନାରେ ସାମିଲ କରାଯାଇଛି ।
କିଛି ଦିନ ତଳେ ନିକୋବର ଦ୍ବୀପପୂଞ୍ଜରୁ ସଫଳତାର ସହ ପରୀକ୍ଷଣ ହୋଇଥିଲା ବ୍ରହ୍ମୋସ ସୁପରସୋନିକ କ୍ରୁଜ ମିସାଇଲ । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କ୍ଷମତା ରଖିଥିବା ଏହି ଅତ୍ୟାଧୁନିକ ସୁପରସୋନିକ ମିସାଇଲ ପରୀକ୍ଷଣ କରାଯାଇଥିଲା । ନିର୍ଦ୍ଧାରିତ ସମୟରେ ନିଜର ଲକ୍ଷ୍ୟକୁ ଭେଦ କରିଥିବାବେଳେ ପରୀକ୍ଷଣ ସଫଳ ହୋଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହି ମିସାଇଲଟି ଅଧିକ ଦୂରଗାମୀ ସଂସ୍କରଣ ଥିଲା ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ,ଇଟିଭି ଭାରତ