ETV Bharat / city

ଘରୁ ତଡିଦେଲା ପୁଅ: ସହାୟ ହେଲା ସାମାଜିକ ସଂଗଠନ

author img

By

Published : Aug 3, 2022, 3:55 PM IST

ସମ୍ପତି ପାଇଁ ବାପାକୁ ସାତ ପର କଲା ପୁଅ । ସାମାଜିକ ଅନୁଷ୍ଠାନ ବଢାଇଲା ସହାୟତାର ହାତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକରେ । ଅଧିକ ପଢନ୍ତୁ

ଘରୁ ତଡିଦେଲା ପୁଅ: ସହାୟ ହେଲା ସାମାଜିକ ସଂଗଠନ
ଘରୁ ତଡିଦେଲା ପୁଅ: ସହାୟ ହେଲା ସାମାଜିକ ସଂଗଠନ

ବାଲେଶ୍ବର : ନିଜର ହେଲାନି ରକ୍ତ ସମ୍ପର୍କ । ସମ୍ପତି ପାଇଁ ବାପାକୁ ସାତ ପର କଲା ପୁଅ । ଘରୁ ତଡି ଦେଲା । ସାମାଜିକ ଅନୁଷ୍ଠାନ ବଢାଇଲା ସହାୟତାର ହାତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକରେ ।

ସୂଚନା ଅନୁସାରେ, ବସ୍ତା ଅଞ୍ଚଳର ଜଣେ ବୃଦ୍ଧ ଅସହାୟ ଅବସ୍ଥାରେ ବାଲେଶ୍ଵର ସିନେମା ଛକ ନିକଟରେ ପଡ଼ି ରହିଥିଲେ । ସାମାଜିକ ଅନୁଷ୍ଠାନକୁ କିଛି ଲୋକ ଫୋନ କରି ଅସହାୟ ବୃଦ୍ଧଙ୍କ ବିଷୟରେ ଖବର ଦେଇଥିଲେ । ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ ସଂଗଠନର କର୍ମକର୍ତ୍ତା । ସେଠାରେ ପହଞ୍ଚି ବୃଦ୍ଧଙ୍କୁ ସମସ୍ତ କଥା ପଚାରିଥିଲେ । ଆଉ ଅସୁସ୍ଥ ଥିବା ବୃଦ୍ଧଙ୍କୁ ଚିକିତ୍ସାଳୟ ନେଇ ଚିକିତ୍ସା ମଧ୍ୟ କରାଇଥିଲେ ।

ଶେଷରେ ବୃଦ୍ଧ ଜଣକ କାନ୍ଦି କାନ୍ଦି ସଂଗଠନର କର୍ମକର୍ତ୍ତାଙ୍କୁ କହିଥିଲେ ଯେ, "ତାଙ୍କର ସବୁ ସମ୍ପତ୍ତି ପୁଅ ନେଇଯାଇ ଘରୁ ବାହାର କରିଦେଇଛି । ଏଥିପାଇଁ ତାଙ୍କୁ ମଠରେ ଛାଡ଼ିଦେବା ପାଇଁ ବୃଦ୍ଧ ଜଣଙ୍କ ଅନୁରୋଧ କରିଥିଲେ" ବୋଲି ସଂଗଠନର ସଭାପତି ହ୍ରିତିକ୍ ନାୟକ କହିଛନ୍ତି । ବୃଦ୍ଧଙ୍କୁ ମଠରେ ରଖିବା ପାଇଁ ବୁଝାବୁଝି କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନଥିଲା । ବୃଦ୍ଧା ଆଶ୍ରମରେ ରହିବାକୁ ବୃଦ୍ଧ ଜଣକ ରାଜି ହୋଇ ନଥିଲେ । ସଂଗଠନ ପକ୍ଷରୁ ତାଙ୍କୁ ୨-୩ ଦିନର ଶୁଖିଲା ଖାଦ୍ୟ ଓ ଆଗାମୀ ଦିନରେ ଯାହା ସୁବିଧା ଅସୁବିଧା ହେବ ସମସ୍ତ ସହଯୋଗ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି ।

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.