ETV Bharat / city

ଜମିବାଡ଼ି ବିବାଦରୁ ଗୋଷ୍ଠୀ ସଂଘର୍ଷ, ଦୁଇ ଗୁରୁତର - ଜମିବାଡ଼ି ବିବାଦରୁ ଗୋଷ୍ଠୀ ସଂଘର୍ଷ

ଜମିଜମା ବିବାଦକୁ ନେଇ ଚାନ୍ଦିପୁର ଥାନା ହିଡି ଗାଁରେ ସଂଘର୍ଷ । ଘଟଣାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ଉଦ୍ଧାର କରାଯାଇ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ

ଜମିବାଡ଼ି ବିବାଦରୁ ଗୋଷ୍ଠୀ ସଂଘର୍ଷ,
ଜମିବାଡ଼ି ବିବାଦରୁ ଗୋଷ୍ଠୀ ସଂଘର୍ଷ,
author img

By

Published : Jul 21, 2022, 1:31 PM IST

ବାଲେଶ୍ବର: ଜମିଜମା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଚାନ୍ଦିପୁର ଥାନା ହିଡି ଗାଁରେ । ଘଟଣାରେ ମୋଟ ୨ ଜଣ ଗୁରୁତର ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗୁରୁତରଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଛି । ଗୁରୁତରମାନେ ହେଲେ ସେକ ଅସରୁଲ ଓ ସେକ କମରୁଲ ।

ଜମିବାଡ଼ି ବିବାଦରୁ ଗୋଷ୍ଠୀ ସଂଘର୍ଷ,

ସୂଚନାଅନୁସାରେ, ପୂର୍ବ ଶତ୍ରୁତା ଓ ଜମିଜମା ବିବାଦ କାରଣରୁ ଆଜି(ଗୁରୁବାର) ସକାଳେ ୩୦ ରୁ ୪୦ ଜଣ ଲୋକ ସେକ ଅସରୁଲ ଓ ସେକ କମରୁଲଙ୍କ ଘର ଉପରକୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତ ମାନେ ଉଭୟଙ୍କ ଘର ଓ ଆସବାବ ପତ୍ରକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଦେଇଥିବା ବେଳେ ପଡୋଶୀ ଭଡ଼ାଟିଆ ମଧ୍ୟ ଆକ୍ରମଣକାରୀଙ୍କ କବଳରୁ ବର୍ତ୍ତି ନଥିଲେ । ସେକ ଅସରୁଲ ଓ ସେକ କମରୁଲ ସହ ପଡୋଶୀଙ୍କୁ ମଧ୍ୟ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହାସହ ଘରେ ପଶି ଦୁର୍ବୃତ୍ତମାନେ ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇ ଥିବା ଚାନ୍ଦିପୁର ଥାନାରେ ଅଭିଯୋଗ ହୋଇଛି । ଦୁଇ ମାସ ପୂର୍ବରୁ ଘଟଣାର ସୂତ୍ରପାତ ଘଟିଥିବା ବେଳେ ଗୁରୁବାର ପୁଣି ଦୁର୍ବୃତ୍ତ ମାନେ ଆକ୍ରମଣ କରିଥିଲେ । ଚାନ୍ଦିପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.