ETV Bharat / city

ଜଉରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶ

author img

By

Published : Aug 31, 2022, 4:22 PM IST

ଆଜି ବିଘ୍ନ ବିନାଶକ ପ୍ରଭୁ ଗଣେଶଙ୍କ ପୂଜା । ଏହି ଅବସରରେ ବାଲେଶ୍ବରରେ ଜଉକଣ୍ଢେଇ ଶ୍ରୀଗଣେଶ ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

ganesh idols made from barley by baleshwari art centre in baleswar
ଜଉରେ ଅଗ୍ରପୂଜ୍ୟ ଶ୍ରୀଗଣେଶ

ବାଲେଶ୍ବର: ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କୁ ଆବାହନ କରୁଛି ମାନବ। ଏହି ଅବସରରେ ବାଲେଶ୍ବରୀ କଳା କେନ୍ଦ୍ର ଓ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ମିଳିତ ସହଯୋଗରେ ଜଉକଣ୍ଢେଇ ଶ୍ରୀଗଣେଶ ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ (ganesh idols made from barley in baleswar) ହୋଇଛି । ଜଉ କଣ୍ଢେଇରେ ଶ୍ରୀଗଣେଶଙ୍କ ପ୍ରଦର୍ଶନୀକୁ ସଦର ବିଧାୟକ ସ୍ବରୂପ ଦାସ ଉଦଘାଟନ କରିଛନ୍ତି । ଏହି ଅନୁଷ୍ଠାନର ବିକାଶ ପାଇଁ ଆଗକୁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟ ଅତିଥି ଭାବରେ ବାଲେଶ୍ବର ପୌରପାଳ ସବିତା ସାହୁ ଶିଳ୍ପୀମାନଙ୍କୁ ସଂଗଠିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଭାବରେ ୩୧ନଂ ଓ୍ବାର୍ଡ କାଉନସିଲର ରଞ୍ଜିତା ମହାପାତ୍ର ଓ ଜଉକଣ୍ଢେଇ ବାହାଘର ଉତ୍ସବ କମିଟିର ସଂପାଦକ ଡ. କୁମାର ଗୋପାଳ ଯୋଗ ଦେଇ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଅରଡ ବଜାର, ନଲମଗଞ୍ଜ ଓ ବାମପଦାର ୬୦ରୁ ଊର୍ଦ୍ଧ୍ଵ ମହିଳା ଜଉକଣ୍ଢେଇ ଶିଳ୍ପୀ ଅଂଶ ଗ୍ରହଣ କରି ୬୦ ପ୍ରକାରରୁ ଉର୍ଦ୍ଧ୍ବ ଜଉକଣ୍ଢେଇରେ ଶ୍ରୀଗଣେଶ ପ୍ରଦର୍ଶିତ କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ: ରାଜଧାନୀରେ ଧୁମଧାମରେ ଚାଲିଛି ଗଜାନନଙ୍କ ଆବାହନ

ସେପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଶ ଆଡ଼ମ୍ବର ଭାବେ ଗଣେଶ ପୂଜା ପାଳନ କରାଯାଉଛି (Ganesh puja 2022) । ବାଲେଶ୍ବର ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଗଣେଶ (Ganesh puja celebration in balasore) । ୧୦ ଦିନ ଧରି ପଣ୍ଡାଲ୍‌ରେ ପୂଜା ପାଇବେ ଗଣନାଥ । ଏହି ଅବସରରେ ସହରର ପୂଜା ମଣ୍ଡପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦୁଇ ବର୍ଷ ପରେ ଭକ୍ତ ଓ ଭଗବାନଙ୍କ ମିଳନ ହେଉଥିବାରୁ ଏହାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି । କୋରୋନା କଟକଣା ଲାଗି ଦୁଇ ବର୍ଷ ହେବ ବିଧି ବଜାୟ ରଖିବା ପାଇଁ ଗଣେଶ ପୂଜା ନିଡାମ୍ବରରେ ପାଳିତ ହେଉଥିଲା । ମଣ୍ଡପରେ ସର୍ବସାଧରଣ ଦର୍ଶନ ବାରଣ କରାଯାଇଥିଲା । ହେଲେ ସଂକ୍ରମଣ ସ୍ଥିତି ସୁଧୁରିବା ସହ କଟକଣା କୋହଳ କରାଯାଇଛି । ତେଣୁ ଚଳିତ ଥର ଚାରିଆଡେ ଏବେ ମନ୍ତ୍ରଧ୍ବନି ଗୁଞ୍ଜରିତ ହେଉଛି । ସାରା ରାଜ୍ୟ ବିଘ୍ନ ବିନାଶକଙ୍କ ପୂଜା ପାଇଁ ଚଳଚଞ୍ଚଳ ରହିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.