ETV Bharat / city

ପ୍ରାର୍ଥୀପତ୍ର ଦାଖଲର ଶେଷଦିନ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ କଟକଣାକୁ ଫୁ - ବାଲେଶ୍ବରର ନାମାଙ୍କନ ଦାଖଲ ବେଳେ ବିବାଦ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ହେଉଛି ଶେଷଦିନ । ଶେଷଦିନରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଜୋନ୍‌ରୁ ଜିଲ୍ଲା ପରିଷଦ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭିଡ଼ ଦେଖିବାକୁ ମିଳିଥିଲା । ଅଧିକ ପଢ଼ନ୍ତୁ

ପ୍ରାର୍ଥୀପତ୍ର ଦାଖଲର ଶେଷଦିନ, ବାଲେଶ୍ବର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ କଟକଣାକୁ ଚଟକଣା

author img

By

Published : Jan 21, 2022, 10:26 PM IST

Updated : Jan 21, 2022, 10:45 PM IST

ବାଲେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ହେଉଛି ଶେଷଦିନ । ଶେଷଦିନରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ଜୋନ୍‌ରୁ ଜିଲ୍ଲା ପରିଷଦ ପ୍ରାର୍ଥୀପତ୍ର ଦାଖଲ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭିଡ଼ ଦେଖିବାକୁ ମିଳିଥିଲା । ସରକାରଙ୍କ କୋଭିଡ କଟକଣାକୁ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳିଥିଲା ।

ପ୍ରାର୍ଥୀପତ୍ର ଦାଖଲର ଶେଷଦିନ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ କଟକଣାକୁ ଫୁ

ପ୍ରାର୍ଥୀପତ୍ର ଦାଖଲ କରିବାକୁ ପ୍ରାର୍ଥୀଙ୍କ ସହ ଜଣଙ୍କୁ ଭିତରକୁ ଛଡ଼ାଯାଉଥିଲା । ଏହାକୁ ନେଇ ଗେଟ ସମ୍ମୁଖରେ ବେଶ କିଛି ସମୟ ପାଟିତୁଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା । ଏକ ନିର୍ଦ୍ଦିଷ୍ଟ ଦଳର ନେତାମାନେ ଗେଟ ଭିତରକୁ ପଶି ପାରୁଥିବା ବେଳେ ଅନ୍ୟ ଦଳରୁ ନେତାଙ୍କୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଥିଲା ।

ଏହାକୁ ନେଇ ଗେଟ୍‌ ସମ୍ମୁଖରେ ଯୁକ୍ତିତର୍କ ବୃଦ୍ଧି ପାଇଥିଲା । କୋଭିଡ ନିୟମ ଅନୁପାଳନ ପାଇଁ ଗେଟ ଭିତରକୁ ଅଧିକ ଲୋକ ପ୍ରବେଶ ଉପରେ ରୋକ ଲଗାଯାଇଥିଲା । ତେବେ ଏହାକୁ ଉଲ୍ଲଂଘନ କରି ପ୍ରାର୍ଥୀଙ୍କ ସମର୍ଥକମାନଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 21, 2022, 10:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.