ETV Bharat / city

ଟାଟା ପାଓ୍ବାର ସେବାରେ ବ୍ୟତିକ୍ରମ ଅଭିଯୋଗ, ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

author img

By

Published : Sep 6, 2021, 8:53 PM IST

ଟାଟା ପାୱାର କମ୍ପାନୀର ଗ୍ରାହକ ଶୋଷଣ ନୀତି ଅଭିଯୋଗ । ଆନ୍ଦୋଳନ ଚେତାବନୀ ଦେଲା ଜିଲ୍ଲା ବିଜୁଳି ଉପଭୋକ୍ତା ସଂଘ । ଅଧିକ ପଢନ୍ତୁ...

ଟାଟା ପାଓ୍ବାର ସେବାରେ ବ୍ୟତିକ୍ରମ ଅଭିଯୋଗ, ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ
ଟାଟା ପାଓ୍ବାର ସେବାରେ ବ୍ୟତିକ୍ରମ ଅଭିଯୋଗ, ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବାଲେଶ୍ବର: ଟାଟା ପାୱାର କମ୍ପାନୀର ଗ୍ରାହକ ଶୋଷଣ ନୀତି ବିରୋଧରେ ମୁହଁ ଖୋଲିଲା ଉତ୍ତର ଓଡିଶା ବିଦ୍ୟୁତ ଉପଭୋକ୍ତା ସଂଘ । ଆଗାମୀ ୧୫ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନର ଚେତାବନୀ ଦେଇଛି ସଂଘ । ବିଦ୍ୟୁତ ବିତରଣ ଦାୟିତ୍ବରେ ଥିବା ଟାଟା ପାୱାର ଉତ୍ତର ଓଡିଶା ବିତରଣ କମ୍ପାନୀର ଶୋଷଣ ନୀତି ଓ ମନୋଭାବ ଗତ କିଛିଦିନ ଧରି ଉପଭୋକ୍ତାଙ୍କ ଉପରେ ଅକଥନୀୟ ବୋଝ ଲଦିଦେବା ସହିତ ସେମାନଙ୍କୁ ଅନିଶ୍ଚିତତା ଭିତରକୁ ଠେଲି ଦିଆଯାଉଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି।

ସମସ୍ୟା ସମ୍ପର୍କରେ ସଂଘ ତରଫରୁ ବିତରଣ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ୨ ଥର ଆଲୋଚନା ହୋଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ବ୍ୟତୀତ ସମସ୍ୟାର ସମାଧାନ କରାଯାଇନାହିଁ। ବିଦ୍ୟୁତ ବିଲ ପ୍ରଦାନରେ ବିଳମ୍ବ ହେଉଥିବାରୁ ଉପଭୋକ୍ତାମାନେ ଉଚ୍ଚତର ସ୍ଲାବରେ ଥିବା ୟୁନିଟ ଚାର୍ଜ ଦେବା ପାଇଁ ବାଧ୍ୟ ହେଉଛନ୍ତି । ସେହିପରି ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଜନିତ ସମସ୍ୟା ଦ୍ବାରା ଜନଜୀବନ ଅସ୍ତବ୍ୟସ୍ତ ହେଉଛି ।

ଉପଭୋକ୍ତା ନିୟମିତ ବିଲ ପଇଠ କରୁଥିଲେ ମଧ୍ୟ ଅତିରିକ୍ତ ସିକ୍ୟୁରିଟି ଡିପୋଜିଟ ଅର୍ଥ ଚାର୍ଜ କରାଯାଉଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି । ବିଦ୍ୟୁତ ସେକ୍ସନ ଗୁଡିକରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ ଉଚିତ ସେବା ମଧ୍ୟ ମିଳୁନାହିଁ । ଗ୍ରାହକଙ୍କ ସମସ୍ୟା ସମାଧାନ ପ୍ରତି ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନ ନେଲେ ସଂଘ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବା ନେଇ ମଧ୍ୟ ଚେତାବନୀ ଦେଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.