ETV Bharat / city

ମାମୁନି ଖାତୁନଙ୍କୁ ସହଯୋଗର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ - pratap sarangi help mamuni khatun

ବାଲିଆପାଳ ବ୍ଲକ ସୁନାରୁହି ଗ୍ରାମର ଗରିବ ମୁସଲିମ ଝିଅ ମାମୁନି ଖାତୁନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ପିଲାଟି ବେଳୁ ମାମୁନି ଜଗନ୍ନାଥଙ୍କ ପୂଜା କରିବା ସହ ହିନ୍ଦୁ ଗ୍ରନ୍ଥ ପାଠ କରି ଆସୁଛନ୍ତି । ଅଧିକ ପଢ଼ନ୍ତୁ...

ମାମୁନି ଖାତୁନଙ୍କୁ ସହଯୋଗର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ

author img

By

Published : Apr 17, 2021, 11:41 AM IST

ବାଲେଶ୍ବର: ବାଲିଆପାଳ ବ୍ଲକ ସୁନାରୁହି ଗ୍ରାମର ଗରିବ ମୁସଲିମ ଝିଅ ମାମୁନି ଖାତୁନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ପିଲାଟି ବେଳୁ ମାମୁନି ଜଗନ୍ନାଥଙ୍କ ପୂଜା କରିବା ସହ ହିନ୍ଦୁ ଗ୍ରନ୍ଥ ପାଠ କରି ଆସୁଛନ୍ତି । ଖାଲି ସେତିକି ନୁହେଁ ସେ ସୁମଧୁର ସ୍ବରରେ ବେଦ ମନ୍ତ୍ର ଓ ଭଜନ ଗାଇ ପାରନ୍ତି। ତାଙ୍କ ଭଜନ ଶୁଣିଲେ ଯେ କେହିବି ଭକ୍ତି ଭାବର ଦୁନିଆକୁ ଚାଲିଯିବ।

ମାମୁନି ଖାତୁନଙ୍କୁ ସହଯୋଗର ହାତ ବଢ଼ାଇଲେ କେନ୍ଦ୍ରମନ୍ତ୍ରୀ

ମାମୁନି ଖାତୁନ ଭବିଷ୍ୟତରେ ଜଣେ ସଂସ୍କୃତ ଶିକ୍ଷୟିତ୍ରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ହେଲେ ଆର୍ଥିକ ଅନଟନ ତାଙ୍କ ସ୍ବପ୍ନ ସାମ୍ନାରେ ବାଧକ ସାଜିଛି । ମାମୁନିଙ୍କ ବାପା ଜଣେ ଦିନ ମଜୁରିଆ ଭାବେ ପରଘରେ ମୂଲ ଲାଗି ଯାହା କିଛି ଆଣନ୍ତି ସେଥିରେ କଷ୍ଟେମଷ୍ଟେ ପରିବାର ଚଳେ। ମାମୁନିଙ୍କ ଭଜନ ଜଣାନକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା। ଏହାପରେ କୋଣ ଅନୁକୋଣରୁ ମାମୁନିଙ୍କୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

ତେବେ ମାମୁନିଙ୍କ ଦୁଖଃଭରା କାହାଣୀ ଜାଣିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମାମୁନିଙ୍କ ଘରେ ପହଞ୍ଚିଥିଲେ । ତାଙ୍କ ଉଚ୍ଚଶିକ୍ଷା ପାଇଁ ସମସ୍ତ ପଢା ଖର୍ଚ୍ଚ ଏବଂ ପକ୍କାଘର ନିର୍ମାଣ ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.