ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନଙ୍କ ଅନଶନ । ବାହାନଗା ବ୍ଲକ କଲ୍ୟାଣି ସେବା ସମବାୟ ସମିତି ଅଧିନରେ ଥିବା ଚାଷୀମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀମାନେ ଅନଶନରେ ବସିଥିଲେ। ଉକ୍ତ ସମବାୟ ସମିତି ଅଧୀନରେ ଥିବା ଚାଷୀମାନଙ୍କ ଧାନ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।
ଯେଉଁମାନେ ଚାଷୀ ନୁହଁନ୍ତି, ସେମାନଙ୍କଠାରୁ ଧାନ କିଣା ଯାଉଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବାଲେଶ୍ବର ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। କିନ୍ତୁ ତଦନ୍ତ କରୁଥିବା ଅଧିକାରୀ ମଧ୍ୟ ଜାଲିଆତି ସମ୍ପର୍କରେ ଘଣ୍ଟ ଘୋଡାଉଥିବା ଅଭିଯୋଗ କରିଛନ୍ତି ଧାରଣାରତ ଚାଷୀ। ଏନେଇ ଚାଷୀମାନେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦାବି ପୂରଣ ନହେଲେ ତୀବ୍ର ଆନ୍ଦୋଳନ କରିବାକୁ ଧମକ ଦେଇଛନ୍ତି ଚାଷୀ।
ଧାନ କିଣାରେ ଦୁର୍ନୀତି ଯୋଗୁଁ ଚାଷୀଙ୍କୁ ନାହିଁ ନଥିବା ହନ୍ତସନ୍ତ ହେଉଛି । ପ୍ରକୃତ ଚାଷୀଙ୍କଠାରୁ ଧାନ କିଣାଯାଇ ପାରୁନାହିଁ । ଫଳରେ ଚାଷୀ ଅମଳ ଧାନର ଉଚିତ ପ୍ରାପ୍ୟ ପାଇ ପାରୁନାହିଁ ।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ