ETV Bharat / city

କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାରରେ ବାଲେଶ୍ବରର ଲକ୍ଷ୍ମୀପ୍ରିୟା ସମ୍ମାନିତ - ଲକ୍ଷ୍ମୀପ୍ରିୟାଙ୍କୁ ଲଳିତକଳା ଏକାଡେମୀ ପୁରସ୍କାର

କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ପାଇଲେ ହେଲେ ବାଲେଶ୍ବରର ଚିତ୍ରଶିଳ୍ପୀ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ । ଅଧିକ ପଢନ୍ତୁ

ବାଲେଶ୍ଵରର ଲକ୍ଷ୍ମୀପ୍ରିୟାଙ୍କୁ କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର

author img

By

Published : Apr 14, 2022, 4:02 PM IST

ବାଲେଶ୍ବର: ଜାତୀୟ ସ୍ତରରେ ଚମକ ଦେଖାଇଲେ ବାଲେଶ୍ଵରର ଚିତ୍ରଶିଳ୍ପୀ । କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ପାଇଲେ ବାଲେଶ୍ବରର ଚିତ୍ରଶିଳ୍ପୀ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ । ବସ୍ତା ବ୍ଲକ ରୁପ୍‌ସା ଅଞ୍ଚଳର ଲକ୍ଷ୍ମୀପ୍ରିୟାଙ୍କୁ କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛି । ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଅୟୋଜିତ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତିଙ୍କ ଠାରୁ ଲକ୍ଷ୍ମୀପ୍ରିୟା ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ବାଲେଶ୍ଵରର ଲକ୍ଷ୍ମୀପ୍ରିୟାଙ୍କୁ କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର

ରୁପ୍‌ସା କଷିପଦା ପଞ୍ଚାୟତ ହାତୀଆଡିହା ଅଞ୍ଚଳର । ତାଙ୍କ ବାପା ଅବସରପ୍ରାପ୍ତ ବିଇଓ ହୋଇଥିବାବେଳେ ମା’ଗୃହିଣୀ। କଷିପଦା ନୀଳମଣି ମହାବିଦ୍ୟାଳୟରୁ ଯୁକ୍ତଦୁଇ ପରେ ବାଲେଶ୍ବର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ସ୍ନାତକୋତ୍ତରରେ ଉତ୍ତୀର୍ଣ୍ଣ ହୋଇ ଲକ୍ଷ୍ମୀପ୍ରିୟା ୨୦୧୭ ମସିହାରେ ଦିଲ୍ଲୀ ଯାଇ ସେଠାରେ ଅନନ୍ତ ଆର୍ଟ ଗ୍ୟାଲେରୀ ସହଯୋଗରେ କାମ କରୁଛନ୍ତି ।

‘ପ୍ରକୃତି ସହ ମଣିଷର ସଂପର୍କ’ ଟାଇଟଲ ଉପରେ ସେ ପ୍ରସ୍ତୁତ କରିଥିବା ଭିଜୁଆଲ ଚିତ୍ରକଳା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ପୂର୍ବରୁ ତାଙ୍କର ଦୁଇଟି ଚିତ୍ରକଳାକୁ ଶିଳ୍ପପତି ମୁକେଶ ଅମ୍ବାନୀ କିଣିଥିଲେ। ପୂର୍ବରୁ ଲକ୍ଷ୍ମୀପ୍ରିୟାଙ୍କୁ ରାଜ୍ୟ ଓ ଜାତୀୟସ୍ତରରେ ଅନେକ ସମ୍ମାନ ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.