ETV Bharat / business

Art of good living: ଅବସର ପରର ସୁଖୀ ଜୀବନ ପାଇଁ କରନ୍ତୁ ଏହି ଯୋଜନା - ଉତ୍ତମ ଜୀବନଶୈଳୀ ଟିପ୍ସ

ଦୀର୍ଘ ବର୍ଷର କର୍ମଜୀବନରୁ ଅବସର ପରେ ସମସ୍ତେ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ଚାହାଁନ୍ତି । ନିଜ ଅବସର ପରର ଜୀବନକୁ ସୁଖ ଶାନ୍ତିରେ ବିତାଇବାକୁ ଏବେଠୁ ଆର୍ଥିକ ଯୋଜନା ପ୍ରସ୍ତୁତ କରନ୍ତୁ । ଅଧିକ ପଢନ୍ତୁ

Art of good living: ଅବସର ପରର ସୁଖୀ ଜୀବନ ପାଇଁ କରନ୍ତୁ ଏହି ଯୋଜନା

author img

By

Published : May 8, 2022, 3:15 PM IST

ହାଇଦ୍ରାବାଦ: ଦୀର୍ଘ ବର୍ଷର କର୍ମଜୀବନରୁ ଅବସର ପରେ ସମସ୍ତେ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ଚାହାଁନ୍ତି । ଅବସର ପରେ ଜଣେ ବ୍ୟକ୍ତି ସେତେବେଳେ ଚାପମୁକ୍ତ ଓ ଆରାମଦାୟକ ଜୀବନ ଜୀଇଁପାରିବ, ଯେତେବେଳେ ତାଙ୍କ ଉପରେ କୌଣସି ଆର୍ଥିକ ଚାପ ନଥିବ । ତେଣୁ ଆପଣ ରୋଜଗାର କରୁଥିବା ସମୟରେ ହିଁ ଅବସରର ପରବର୍ତ୍ତୀ ସମୟ ପାଇଁ ଆର୍ଥିକ ଯୋଜନା ପ୍ରସ୍ତୁତ କରିବା ଜରୁରୀ । ବିଶ୍ବ ବ୍ୟାଙ୍କ ଅନୁସାରେ, 2019ରେ ଭାରତୀୟଙ୍କ ହାରାହାରି ଆୟୁଷ ହେଉଛି 69.7 ବର୍ଷ । ଯାହାକି 1980 ତୁଳନାରେ ପାଖାପାଖି 15 ବର୍ଷ ଅଧିକ । ଏହାର ଅର୍ଥ ସାଧାରଣ ଲୋକଟିଏ ପାଇଁ କର୍ମକ୍ଷେତ୍ରରୁ ଅବସର ପରେ ଲମ୍ବା ଜୀବନ ବିତାଇବାର ସୁଯୋଗ ରହିଛି । ତେଣୁ ନିଜ ଅବସର ଜୀବନକୁ ଉପଭୋଗ କରିବା ପାଇଁ ଆର୍ଥିକ ଯୋଜନା ନିତାନ୍ତ ଜରୁରୀ ।

ଯୋଜନା ଆରମ୍ଭ କରନ୍ତୁ (Start with the plan) : ଆମେ ସାଧାରଣତଃ କୌଣସି ଯାତ୍ରା ପୂର୍ବରୁ ନିଜ ପ୍ଲାନ ଚେକ୍ କରିଥାଉ । ଠିକ୍ ସେହି ନିୟମ ନିଜ ଆର୍ଥିକ ପ୍ରସଙ୍ଗରେ ଆପଣାନ୍ତୁ । ମନେରଖିବା ଉଚିତ୍ ଯେ, ଆମେ ଯେଉଁ ଯୋଜନା ପ୍ରସ୍ତୁତ କରିଛୁ ସେଥିରେ ସମୟ ସମୟରେ ସଂଶୋଧନ କରିବା ଆବଶ୍ୟକ । ହୁଏତ ବର୍ତ୍ତମାନ ଆପଣ କରିଥିବା ପ୍ଲାନ 10 ବର୍ଷ ପରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇପାରେ । ଏହାର କାରଣ ଦାରଦାମ ବୃଦ୍ଧି, ମୁଦ୍ରାସ୍ଫୀତି, ଆବଶ୍ୟକତା ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଇତ୍ୟାଦି । ତେଣୁ ଆପଣ ବର୍ତ୍ତମାନ ଯେଉଁ ସ୍ଥିତିରେ ଅଛନ୍ତି ଏବଂ ଭବିଷ୍ୟତରେ ଏହା କିପରି ହୋଇପାରେ ତାହା ଚିନ୍ତା କରନ୍ତୁ । ସେହି ଅନୁସାରେ ନିଜ ସଞ୍ଚୟ କରନ୍ତୁ । ଅବସର ଯୋଜନା ଏକ ନିରବଚ୍ଛିନ୍ନ ପ୍ରକ୍ରିୟା, ଯଦି ଏହାକୁ ଆପଣ ଅଧାରୁ ବନ୍ଦ କରୁଛନ୍ତି ତେବେ ଭବିଷ୍ୟତରେ ଖୁବ୍ ଅସୁବିଧା ସୃଷ୍ଟି ହୋଇପାରେ ।

ଉନ୍ନତ ଜୀବନଶୈଳୀ ପାଇଁ...( To adapt to the lifestyle ): ଆପଣ ଅବସର ପରେ କେଉଁଭଳି ଜୀବନ ଚାହାଁନ୍ତି ? ଅବସର ପରେ ନିଜ ଘରେ ନା ଭଡା ଘରେ ରହିବେ ? ପ୍ରଥମେ ଏହିଭଳି କିଛି ପ୍ରଶ୍ନର ଉତ୍ତର ନିଜ କର୍ମଜୀବନ ସମୟରେ ଖୋଜିବା ଉଚିତ୍ । ଆପଣଙ୍କ ଅବସର ସମୟ ନିକଟତର ହେଉଥିବାବେଳେ ଉପରୋକ୍ତ ଇଚ୍ଛାଗୁଡିକୁ ପୁରା କରିବା ପାଇଁ କଣ କଣ କରିପାରିବେ ତାହା ଚିନ୍ତା କରନ୍ତୁ । ପ୍ରଥମେ ନିଜ ବାସଗୃହ, ଖାଦ୍ୟ ଓ ମେଡିକାଲ ଖର୍ଚ୍ଚ ଓ ଜୀବନ ସହ ଜଡିତ ଅନ୍ୟାନ୍ୟ ଖର୍ଚ୍ଚର ହିସାବ କରନ୍ତୁ । ଖର୍ଚ୍ଚ ଆଧାରରେ ଭବିଷ୍ୟତ ପାଇଁ ନିବେଶ ଆରମ୍ଭ କରନ୍ତୁ । ଖର୍ଚ୍ଚ ଆକଳନ କରୁଥିବାବେଳେ ଭବିଷ୍ୟତରେ ବୃଦ୍ଧି ପାଇବାକୁ ଥିବା ଦରଦାମ ପ୍ରସଙ୍ଗକୁ ଆଦୌ ଅଣଦେଖା କରନ୍ତୁ ନାହିଁ । ଯଦି ଭାବୁଛନ୍ତି କି ଆପଣଙ୍କ ନିକଟରେ ଅବସର ପାଇଁ ଆହୁରି 5 ବର୍ଷ ରହିଛି, ବର୍ତ୍ତମାନର ମାସିକ ଖର୍ଚ୍ଚ ଏବଂ 5 ବର୍ଷ ପରେ ଏହା କେତେ ହେବ ତାହା ହିସାବ କରନ୍ତୁ । ସେହି ହିସାବରେ ସଞ୍ଚୟ କରନ୍ତୁ ଏବଂ ରୋଜଗାର ସୃଷ୍ଟି ପାଇଁ ଉଦ୍ୟମ କରନ୍ତୁ ।

ସଞ୍ଚୟ ବୃଦ୍ଧି(Growth in savings): ଯେତେବେଳେ ଆପଣଙ୍କ ମାସିକ ଖର୍ଚ୍ଚ ଆକଳନ କଥା ଆସେ, ଏହା ଆପଣଙ୍କ ସଞ୍ଚୟ ଓ ବିନିଯୋଗ ଖର୍ଚ୍ଚ ସହ ମେଳ ଖାଉଛି କି ନାହିଁ ସେନେଇ ଦୃଷ୍ଟି ଦେବା ଆବଶ୍ୟକ । ଆପଣ ନିଜ ରିଟାୟର୍ଡମେଣ୍ଟ ଯାଏଁ କେତେ ପୁଞ୍ଜି ଜମା କରିପାରୁଛନ୍ତି ତାହା ହିସାବ କରିବା ଜରୁରୀ । ଅଧିକାଂଶ ଲୋକେ ଫିକ୍ସ ଡିପୋଜିଟ, ମ୍ୟୁଚୁଆଲ ଫଣ୍ଡ, ରିଅଲ ଇଷ୍ଟେଟ ଆଦି ସ୍କିମରେ ନିବେଶ କରିଥାନ୍ତି । ଏହି ନିବେଶ ରିଟାୟରମେଣ୍ଟ ହିସାବରେ ଯଥେଷ୍ଟ ହୋଇନପାରେ । ଭବିଷ୍ୟତରେ ପିଲାଙ୍କ ଶିକ୍ଷା, ହେଲ୍‌ଥ ଏମରଜେନ୍ସି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଉପୁଜିପାରେ । ତେଣୁ ଆପଣ ନିବେଶ ରାଶିକୁ କ୍ରମଶଃ ବଢାଇବା ଉଚିତ୍ । ଏପରି ଦୀର୍ଘକାଳୀନ ସ୍କିମରେ ନିବେଶ କରନ୍ତୁ, ଯାହା ଭବିଷ୍ୟତର ମୁଦ୍ରାସ୍ଫୀତି ଏବଂ ଅବସରକାଳୀନ ଜୀବନରେ ସମସ୍ତ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ ଥିବ ।

ନିଅଣ୍ଟ ପୂରଣ କରନ୍ତୁ... (To make up the deficit ) :

କର୍ମକ୍ଷେତ୍ରରୁ ଅବସର ପରେ ଆପଣଙ୍କୁ କେତେ ଅର୍ଥ ଆବଶ୍ୟକ ପଡିବ, ବର୍ତ୍ତମାନର ସଞ୍ଚୟ ରାଶି ଏବଂ ଭବିଷ୍ୟତରେ ଏଥିରେ କେତେ ବୃଦ୍ଧି ପାଇବ ତାହା ଚିନ୍ତା କରନ୍ତୁ । ମନେକର ଅବସର ପରେ ଆପଣଙ୍କ ମାସିକ ଖର୍ଚ୍ଚ 50 ହଜାର ଟଙ୍କା ହେବ ଏବଂ ଆପଣଙ୍କ ବର୍ତ୍ତମାନ ସଞ୍ଚୟ ରାଶି ହେଉଛି 30,000 ଟଙ୍କା । ଅବଶିଷ୍ଟ 20 ହଜାର ଟଙ୍କା ପାଇଁ ଆପଣଙ୍କୁ ବର୍ତ୍ତମାନ ଏକ ନିବେଶ ଯୋଜନା ପ୍ରସ୍ତୁତ କରିବାକୁ ପଡିବ । ଅବସର ପରେ ସୁଖୀ ଜୀବନ ଅତିବାହିତ କରିବାକୁ ହେଲେ ବର୍ତ୍ତମାନ ସମୟରେ ତଦନୁସାରେ ସଞ୍ଚୟ କରିବା ଆବଶ୍ୟକ । ICICI Prudential Life Insuranceର ପ୍ରଡକ୍ଟ ମୁଖ୍ୟ ଶ୍ରୀନିବାସ ବାଳସୁବ୍ରମଣ୍ୟମ ଏହା କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.