ETV Bharat / business

Financial Success: ଉପଯୁକ୍ତ ଯୋଜନା ସହ ହାସଲ କରନ୍ତୁ ଆର୍ଥିକ ଲକ୍ଷ୍ୟ

ପ୍ରତ୍ୟେକ ବ୍ୟକ୍ତିର କିଛି ଆର୍ଥିକ ଲକ୍ଷ୍ୟ ରହିଥାଏ । ଯାହାକୁ ହାସଲ କରିବାକୁ ସେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି । କେହି ଆର୍ଥିକ ରୂପେ ସଶକ୍ତ ହେବାକୁ ଲକ୍ଷ୍ୟ ରଖିଥାନ୍ତି ତ ଆଉ କେହି ଚାପମୁକ୍ତ ଜୀବନ ଜିଇଁବାକୁ ଚାହିଁଥାନ୍ତି । ଏପରି ଯେକୌଣସି ପ୍ରକାର ଲକ୍ଷ୍ୟ ସେତେବେଳେ ହାସଲ କରିହେବ ଯେତେବେଳେ ଆପଣ ଉପଯୁକ୍ତ ତଥା ସୁନିଶ୍ଚିତ ଯୋଜନା ସହ ଏ ଦିଗରେ ପ୍ରଚେଷ୍ଟା କରିବେ । ଅଧିକ ପଢନ୍ତୁ

author img

By

Published : Mar 27, 2022, 1:34 PM IST

Updated : Mar 27, 2022, 2:18 PM IST

Financial Success: ଉପଯୁକ୍ତ ଯୋଜନା ସହ ହାସଲ କରନ୍ତୁ ଆର୍ଥିକ ଲକ୍ଷ୍ୟ ?

ହାଇଦ୍ରାବାଦ: ପ୍ରତ୍ୟେକ ବ୍ୟକ୍ତିର କିଛି ନା କିଛି ଆର୍ଥିକ ଲକ୍ଷ୍ୟ ରହିଥାଏ । ଯାହାକୁ ହାସଲ କରିବାକୁ ସେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିଥାନ୍ତି । ଏଭଳି ଯେକୌଣସି ପ୍ରକାର ପ୍ରଚେଷ୍ଟାରେ ସଫଳ ହେବାକୁ ହେଲେ ଏଥିପାଇଁ ଏକ ସୁନିଶ୍ଚିତ ଷ୍ଟ୍ରାଟେଜି ଏବଂ ପ୍ଲାନିଂ ଆବଶ୍ୟକ । ବର୍ତ୍ତମାନ ଆମେ କେଉଁଠି ଅଛୁ ? କେଉଁଠି ପହଞ୍ଚିବାକୁ ଲକ୍ଷ୍ୟ ରଖୁଛୁ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କେତେ ସମୟ ଲାଗିବ ? ଏ ସମ୍ପର୍କରେ ବ୍ୟବସ୍ଥିତ ରୂପେ ଅବଗତ ହେବା ଜରୁରୀ । ଆମକୁ ପ୍ରଥମେ ନିଜର ଆର୍ଥିକ ସ୍ଥିତି ଜାଣିବା ଦରକାର ଓ ନିଜର ଲକ୍ଷ୍ୟକୁ ଏକ ବ୍ୟବସ୍ଥିତ ଢଙ୍ଗରେ ଲେଖିବା ଆବଶ୍ୟକ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ କେତେ ଅର୍ଥ ଆବଶ୍ୟକ ତାହା ଆକଳନ କରନ୍ତୁ ଏବଂ ଏଥିପାଇଁ କେତେ ସମୟ ଦରକାର ତାହା ଜାଣନ୍ତୁ । ତଦନୁଯାୟୀ ନିବେଶ ଯୋଜନା ବନାନ୍ତୁ । କେଉଁଠି କେତେ ଟଙ୍କା ନିବେଶ କରାଯାଇପାରିବ, ଏଭଳି ଆର୍ଥିକ ନିଷ୍ପତ୍ତି ନେବା ପୂର୍ବରୁ ଦୁଇଥର ଚିନ୍ତା କରନ୍ତୁ । ମନେରଖିବେ, ଯେତେବେଳେ ଆପଣ ଭବିଷ୍ୟତ ପାଇଁ ବ୍ୟବସ୍ଥିତ ଯୋଜନା କରିବେ, ଏହାଦ୍ବାରା ଆର୍ଥିକ ଲକ୍ଷ୍ୟ ହାସଲ କରିବା ଆପଣଙ୍କ ପାଇଁ ସହଜ ହେବ ।

ଯଦି ଆପଣ ଅନୁଶାସନ ସହକାରେ ଆର୍ଥିକ ଯୋଜନା କରୁଛନ୍ତି,ଏହା ଅଧା କାର୍ଯ୍ୟ ସରିବା ଭଳି ଅଟେ । ବାକି କାର୍ଯ୍ୟ ସେ ଦିଗରେ ପ୍ରଚେଷ୍ଟା କରିବା ଦ୍ବାରା ପୂରଣ ହୋଇଯାଇଥାଏ । ସଞ୍ଚୟ ଏବଂ ନିବେଶ ଅନୁଶାସନ ସହ କରିବା ଉଚିତ୍ । ଆପଣ ଯଦି ଦୀର୍ଘକାଳରେ ଅର୍ଥ(create wealth in the long run) ପାଇବାକୁ ଚାହୁଁଛନ୍ତି, ଏହା ଜରୁରୀ କି ଆପଣ କିପରି ଭାବେ ନିବେଶ କରୁଛନ୍ତି ଏବଂ କେତେ ପରିମାଣର ନିବେଶ କରୁଛନ୍ତି । ନିୟମିତ ଭାବେ ନିବେଶ କରିବା ଦ୍ବାରା ଏକ ଛୋଟ ପରିମାଣର ରାଶି ମଧ୍ୟ ବଡ ମୁନାଫା ଦେଇପାରେ । ଉଦାହରଣସୂରୁପ, ମନେକର ଆପଣ ୧୦ ବର୍ଷ ପାଇଁ ମାସିକ ୫୦୦୦ ଟଙ୍କା ନିବେଶ କରୁଛନ୍ତି ଏବଂ ଏହା ଉପରେ ଅତିକମରେ ୧୨ ପ୍ରତିଶତ ରିଟର୍ଣ୍ଣ ମିଳୁଛି । ତେବେ ୧୦ ବର୍ଷ ମଧ୍ୟରେ ଆପଣଙ୍କ ନିବେଶ କରିଥିବା ୬ ଲକ୍ଷ ରାଶି ୧୧.୬ ଲକ୍ଷକୁ ବୃଦ୍ଧି ପାଇବ, ଯାହାକି ନିବେଶ ପରିମାଣର ଦୁଇଗୁଣା ଅଟେ । ଭୁଲନ୍ତୁ ନାହିଁ ଯେ, ଏହିଭଳି ଲାଭ ଆପଣ ସେତେବେଳେ ପାଇପାରିବେ ଯେତେବେଳେ ନିୟମିତ ନିବେଶ କରିବେ ।

ଲୋନ ନେବା ଭୁଲ ନୁହେଁ । କାରଣ କିଛି ଲୋନ ଆମକୁ ନିଜର ସମ୍ପତ୍ତି ବଢାଇବାରେ ଏବଂ ଆୟ ସୃଷ୍ଟିରେ ସହାୟକ ହୋଇଥାଏ । ବ୍ୟବସାୟ ଏବଂ ଭଲ ଘର କିଣିବା ପାଇଁ ଲୋନ ନେବାକୁ ଠିକ୍ ଗ୍ରହଣ କରାଯାଏ । ହେଲେ ଯେତେବେଳେ କଥା କ୍ରେଡିଟ କାର୍ଡରୁ ଖର୍ଚ୍ଚ କରିବାକୁ ଆସେ, ସେତେବେଳେ ଭୁଲନ୍ତୁ ନାହିଁ ଯେ, ଏପରି ଉଧାର ସମୟ ପୂର୍ବରୁ ପରିଶୋଧ ନ କଲେ ବ୍ୟାଙ୍କ କେବଳ ଅଧିକ ସୁଧ ବସୁଲ କରିନଥାଏ, ଏହା ସଙ୍ଗେ ସଙ୍ଗେ ଆମ ରୋଜଗାର ମଧ୍ୟ ଶେଷ ହୋଇଯାଇଥାଏ । ତେଣୁ ଯେଉଁଠି ସୁଧଦର କମ୍ ସେଠାରୁ ହିଁ ଲୋନ ନିଅନ୍ତୁ । ଥରେ ଆପଣ ଲୋନ ନେଇସାରିବା ପରେ ଏହାକୁ କିପରି ଖୁବଶୀଘ୍ର ସୁଝିବେ ସେ ଦିଗରେ ଯତ୍ନବାନ ହେବା ଉଚିତ୍ । କିଛି ଆର୍ଥିକ ଲକ୍ଷ୍ୟକୁ ସ୍ବଳ୍ପକାଳୀନ ସ୍କିମ୍ ଜରିଆରେ ହାସଲ କରାଯାଇପାରେ ।

୨୦୦୦ ଏବଂ ୨୦୧୮ ମଧ୍ୟରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ, ପରିବାରର ରକ୍ଷଣାବେକ୍ଷଣ ବ୍ୟୟ ହାରାହାରି ୯.୫ ପ୍ରତିଶତ ବୃଦ୍ଧି ପାଇଛି ଏବଂ ବର୍ତ୍ତମାନ ସମୟରେ ଖର୍ଚ୍ଚ ଆହୁରି ବଢି ଯାଇଛି । ଏହାରି ମଧ୍ୟରେ ବିଏମସଇ ସେନସେକ୍ସରେ ମଧ୍ୟ ୧୧.୪ ପ୍ରତିଶତ ବୃଦ୍ଧି ଘଟିଛି । ଦୀର୍ଘକାଳରେ ଆପଣ କେବଳ ଇକ୍ବିଟି ବଜାର ମାଧ୍ୟମରେ ହିଁ ବର୍ତ୍ତମାନର ଦରଦାମ୍ ହିସାବରେ ରିଟର୍ଣ୍ଣ ପାଇପାରିବେ । ମାତ୍ର ଏଥିରେ ରିସ୍କ ମଧ୍ୟ ରହିଛି । କିନ୍ତୁ ରିସ୍କ କଥା ଭାବି ସେୟାର ବଜାରରେ ନିବେଶ ବନ୍ଦ କରିବା ଉଚିତ୍ ନୁହେଁ । ଟଙ୍କା ରୋଜଗାର କରିବା ଅପେକ୍ଷା ଟଙ୍କା ପରିଚାଳନା କରିବା ଅପେକ୍ଷା ଅଧିକ କଷ୍ଟସାଧ୍ୟ । ତେଣୁ ନିଜର ଲକ୍ଷ୍ୟ ପୂରଣ ପାଇଁ ଅର୍ଥର ଉପଯୋଗ କରିବାର ଉପାୟ ଜାଣିବାକୁ ଚେଷ୍ଟା କରନ୍ତୁ ।

Axis Securitiesର ସିଇଓ ତଥା ଏମଡି ବି ଗୋପା କୁମାର କହିଛନ୍ତି ଯେ, ଆର୍ଥିକ ଲକ୍ଷ୍ୟ ହାସଲ କରିବାକୁ ହେଲେ ଆମକୁ ଇକ୍ବିଟି/ସେୟାର ମାର୍କେଟ ସମ୍ପର୍କରେ ଉପଲବ୍ଧ ସୂଚନା ସହିତ ଏକ ପୂର୍ଣ୍ଣ ଧାରଣା ବିକଶିତ କରିବାକୁ ହେବ । ଖବରକାଗଜ ଏବଂ ୱେବସାଇଟ ବ୍ୟତୀତ ବ୍ୟକ୍ତିଗତ ଆର୍ଥିକ ପରାମର୍ଶଦାତାଙ୍କ ପରାମର୍ଶ ଜରିଆରେ ଏହା ସମ୍ଭବ ଅଟେ । ଇକ୍ବିଟି ମାର୍କେଟରେ ନିବେଶ କରୁଥିବା ବ୍ୟକ୍ତି ବଜାରର ଅସ୍ଥିରତା ଏବଂ ଉପଲବ୍ଧ ଯୋଜନାଗୁଡିକ ବାବଦରେ ଅବଗତ ରହିବା ଉଚିତ୍ । ତାହାହେଲେ ଆପଣ ନିଜ ଲକ୍ଷ୍ୟ ହାସଲର ବାଟ ଖୋଜି ପାଇପାରିବେ ।

Last Updated : Mar 27, 2022, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.