ETV Bharat / business

Loan Frauds: ଋଣ ଠକେଇ କିପରି ବର୍ତ୍ତିବେ ? ଜାଣନ୍ତୁ

author img

By

Published : Apr 17, 2022, 1:26 PM IST

ଆଜିକାଲି ଟେକ୍ନୋଲିଜ ମାଧ୍ୟମରେ ଠକମାନେ ଅନ୍ୟର ପାନ୍ ଓ ଆଧାର କାର୍ଡ ବ୍ୟବହାର କରି ସେମାନଙ୍କ ନାଁରେ ଲୋନ ନେଉଛନ୍ତି । ନିରୀହ ଲୋକଟିଏ ନିଜ CIBIL ସ୍କୋର ଯାଞ୍ଚ ନ କରିବା ଯାଏଁ ଏହି ଠକେଇ ସମ୍ପର୍କରେ ଜାଣିପାରୁ ନାହିଁ । ତେଣୁ ସେହି ଠକମାନଙ୍କ ଠାରୁ ସାବଧାନ ରୁହନ୍ତୁ ଏବଂ ନିୟମିତ ନିଜ କ୍ରେଡିଟ୍ ରିପୋର୍ଟଗୁଡିକୁ ଯାଞ୍ଚ କରନ୍ତୁ । ନଚେତ୍ ବଡ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଆପଣ । ଅଧିକ ପଢନ୍ତୁ

Loan Frauds: ଋଣ ଠକେଇ କିପରି ବର୍ତ୍ତିବେ ଆପଣ ?

ହାଇଦ୍ରାବାଦ: ଲୋନ ପାଇଁ ଆପଣ ହୁଏତ ବ୍ୟାଙ୍କ ସହ ସମ୍ପର୍କ କରିନଥିବେ, ହେଲେ ଆପଣଙ୍କ ନାଁରେ ସ୍ବତଃପ୍ରବୃତ୍ତ ଭାବେ ଲୋନ ଆକାଉଣ୍ଟ ଖୋଲା ହୋଇଯିବ । ଆପଣଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନଥିବ, କିନ୍ତୁ କିସ୍ତି ଭରିବାକୁ ନୋଟିସ୍ ପହଞ୍ଚିବ । ଫଳସୂରୁପ ଆପଣଙ୍କ ସିବିଲ(CIBIL) ସ୍କୋର କମିଯିବ । କିଛି ଠକ ଆଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଆପଣଙ୍କ ପାନ୍ ଓ ଆଧାର କାର୍ଡର ଅପବ୍ୟବହାର କରି ବ୍ୟାଙ୍କ କିମ୍ବା କୌଣସି ଆର୍ଥିକ ସଂସ୍ଥାରୁ କ୍ଷୁଦ୍ର ଋଣ ନେଇଥିଲେ ଏଭଳି ଘଟଣାମାନ ଘଟିଥାଏ । ଯଦିଓ ଏଥିରେ ଆପଣଙ୍କର କୌଣସି ଭୁଲ୍ ନଥିବ, କିନ୍ତୁ ବ୍ୟାଙ୍କ ଦୃଷ୍ଟିରେ ଆପଣ ଋଣ ଚୋରି(loan evaders) ତାଲିକାଭୁକ୍ତ ହୋଇଯିବେ । ଯଦି ଆପଣ କେବେ ଏଭଳି ଲୋନ ଠକେଇର ସମ୍ମୁଖୀନ ହୁଅନ୍ତି ତେବେ କ'ଣ କରିବେ ? ଲୋନ ଚୋରି ତାଲିକାରୁ କିପରି ନିଜ ନାଁ ଦୂରେଇ ରଖାଯାଇପାରିବ ସେନେଇ କିଛି ପରାମର୍ଶ ଦେଇଛନ୍ତି Bank Bazaarର ସିଇଓ ଅଦିଲ ସେଟ୍ଟୀ ।

ଚାରିଆଖରେ ଘଟୁଥିବା ଅନେକ ଠକେଇର ଘଟଣାବଳୀ ସହ ଆମ ପରିଚିତ ଅଛୁ । ସାର୍ଟିଫିକେଟ ଚୋରି ହେବା, ଆପଣଙ୍କ ଠିକଣା, ସାର୍ଟିଫିକେଟ ଏବଂ ନାମ ବ୍ୟବହାର କରି ଆପ୍ ଏବଂ ଆର୍ଥିକ ସଂସ୍ଥାରୁ ଲୋନ ନେବା, କିନ୍ତୁ ଟଙ୍କା ଆପଣଙ୍କ ଆକାଉଣ୍ଟକୁ ନ ଆସି ଅନ୍ୟ ହାତକୁ ଚାଲିଯିବା ଭଳି ବହୁତ ଗୁଡାଏ ଘଟଣା ସାମ୍ନାକୁ ଆସୁଛି । ଯଦି ଆପଣ କେଡ୍ରିଟ ରିପୋର୍ଟ ନ ଦେଖନ୍ତି ତେବେ ଏ ସମ୍ପର୍କରେ କିଛି ଜାଣିପାରି ନଥାନ୍ତି । ପ୍ରତ୍ୟେକ ବ୍ୟାଙ୍କ/ NBFC ଗୁଡିକ ଲୋନ ଆକାଉଣ୍ଟ ସମ୍ପର୍କରେ CIBIL ଏବଂ Experian ପରି କ୍ରେଡିଟ୍ ବ୍ୟୁରୋଗୁଡିକ ସୂଚିତ କରିଥାନ୍ତି । ଆପଣଙ୍କ ଲୋନ କିସ୍ତିକୁ ଆଧାର କରି ଏହି କମ୍ପାନୀଗୁଡିକ ଆପଣଙ୍କୁ କ୍ରେଡିଟ୍ ସ୍କୋର ଦେଇଥାନ୍ତି । ଯଦି କିନ୍ତି ନ ଭରନ୍ତି ତାହାହେଲେ କ୍ରେଡିଟ୍ ସ୍କୋର କମିବା ସଙ୍ଗେ ସଙ୍ଗେ ଆପଣ ଏକ ଠକ ଭାବେ ଗଣା ହେବେ ।

PAN ଓ ଆଧାରକାର୍ଡର ଅପବ୍ୟବହାର(Misuse of PAN and Aadhaar cards):

ବେଳେବେଳେ ଜଣେ ବ୍ୟକ୍ତିଙ୍କ ପାନ୍ ଅନ୍ୟ ଜଣଙ୍କ ଆକାଉଣ୍ଟ ସହ ଲିଙ୍କ୍ ହୋଇଥାଏ । ଉଦାହରଣସୂରୁପ, ଜଏଣ୍ଟ ଲୋନ କ୍ଷେତ୍ରରେ ପତିପତ୍ନୀ ଏକତ୍ର ଲୋନ ନେଇଥାନ୍ତି । ହେଲେ ପେମେଣ୍ଟ ଗୋଟିଏ ଆକାଉଣ୍ଟରୁ ହିଁ ହୋଇଥାଏ । ଯଦି ଠିକ୍ ସମୟରେ କିସ୍ତି ପ୍ରଦାନ ନ କରାଯାଏ, ତେବେ ଦୁହିଁଙ୍କ କ୍ରେଡିଟ ସ୍କୋର ପ୍ରଭାବିତ ହୋଇଥାଏ । ସେହିପରି ଏହାମଧ୍ୟ ହୋଇଥାଏ ଯେ, ଜଣେ ଲୋନ ନେଇଥାନ୍ତେ, ହେଲେ ଅନ୍ୟ ଜଣେ ବ୍ୟକ୍ତି ଲୋନ ଉପରେ ଗ୍ୟାରେଣ୍ଟ ଦେଇଥାନ୍ତି । ଏପରିସ୍ଥଳେ ଯଦି ଋଣକର୍ତ୍ତା କିସ୍ତି ନ ଦିଅନ୍ତି ତେବେ ଗ୍ୟାରେଣ୍ଟ ନେଇଥିବା ଲୋକର କ୍ରେଡିଟ୍ ସ୍କୋର ନଷ୍ଟ ହୋଇଥାଏ । ତେଣୁ ଭଲ ହେବ ଆପଣ ନିଜ କ୍ରେଡିଟ ରିପୋର୍ଟ ଉପରେ ନଜର ପକାନ୍ତୁ ଏବଂ ଏଭଳି କୌଣସି ସ୍ଥିତି ଉପୁଜିଛି କି ନାହିଁ ତାହା ଚେକ୍ କରନ୍ତୁ ।

କେତେକ କ୍ଷେତ୍ରରେ ଦେଖାଯାଏ, ଆପଣଙ୍କ ସମ୍ପୃକ୍ତି ବିନା ଅନ୍ୟ କେହି ଅନୌପଚାରିକ ଭାବ ପାନ୍ ବ୍ୟବହାର କରିଥାନ୍ତି । ଦୁର୍ଭାଗ୍ୟବଶତଃ କିଛି ଋଣ ପ୍ରଦାନକାରୀ ସଂସ୍ଥା ପାନ୍ ବିବରଣୀ ଯାଞ୍ଚ ନ କରି ଲୋନ ମଞ୍ଜୁର କରିଦେଇଥାନ୍ତି । ଏପରି ସ୍ଥିତିରେ ଆପଣ ଅସୁବିଧାରେ ପଡିଥାନ୍ତି ।

ନିୟମିତ CIBIL score ଯାଞ୍ଚ କରନ୍ତୁ(Check your CIBIL score regularly):

ବାସ୍ତବରେ କ୍ରେଡିଟ ରିପୋର୍ଟ ନ ଦେଖିବା ପର୍ଯ୍ୟନ୍ତ ଆପଣଙ୍କ ନାଁରେ କେହି ଟଙ୍କା ଉଠାଇଛନ୍ତି ବୋଲି ଜାଣିପାରି ନଥାନ୍ତି । ତେଣୁ ଏଭଳି ଠକେଇରୁ ବର୍ତ୍ତିବା ପାଇଁ ନିଜ କ୍ରେଡିଟ ରିପୋର୍ଟ ଉପରେ ନଜର ରଖନ୍ତୁ । ନିୟମିତ ରିପୋର୍ଟଗୁଡିକୁ ଯାଞ୍ଚ କରନ୍ତୁ । ଯଦ୍ବାରା କେହି ଯଦି ପୂର୍ବରୁ ଲୋନ ନେଇଥିବ ତେବେ ସେ ସତର୍କ ହୋଇଯିବ । ଅତିକମରେ ମାସକୁ ଥରେ କ୍ରେଡିଟ୍ ରିପୋର୍ଟ ଦେଖନ୍ତୁ । ବର୍ତ୍ତମାନ ଅଧିକାଂଶ କମ୍ପାନୀ ମାଗଣାରେ କ୍ରେଡିଟ୍ ରିପୋର୍ଟ ଅଫର କରୁଛନ୍ତି । ତେଣୁ ଠକେଇରୁ ଦୂରେଇ ରହିବାକୁ ନିୟମିତ ରିପୋର୍ଟ ଉପରେ ଧ୍ୟାନ ଦିଅନ୍ତୁ ।

ଯଦି ରିପୋର୍ଟରେ କୌଣସି ଅନିୟମିତା ଦେଖାଯାଏ, ତାହାହେଲେ ଏ ସମ୍ପର୍କରେ ତୁରନ୍ତ ଋଣ ପ୍ରଦାନକାରୀ ସଂସ୍ଥା ଏବଂ କ୍ରେଡିଟ ବ୍ୟୁରୋ ସହ ଯୋଗାଯୋଗ କରନ୍ତୁ । ଆପଣଙ୍କ ବିନା ଅନୁମତିରେ ପାନ୍ କାର୍ଡ କୌଣସି ଲୋନ ସହ ଲିଙ୍କ ହୋଇଥିଲେ, ଏହାକୁ ହଟାଇବା ପାଇଁ କହିବାକୁ ଆପଣଙ୍କ ପୂର୍ଣ୍ଣ ଅଧିକାର ଅଛି । ଋଣଦାତା କମ୍ପାନୀ ଆପଣଙ୍କ ଅଭିଯୋଗ ଶୁଣିବାକୁ ବାଧ୍ୟ । ଆପଣ ବ୍ୟୁରୋରେ ଅନଲାଇନ ଅଭିଯୋଗ ମଧ୍ୟ କରିପାରିବେ । ସର୍ବଦା ମନେରଖନ୍ତୁ, ଋଣଦାତା ସଂସ୍ଥା ଦେଉଥିବା ତଥ୍ୟ ଆଧାରରେ କ୍ରେଡିଟ୍ ବ୍ୟୁରୋ ଆପଣଙ୍କ ରିପୋର୍ଟ ସଂଶୋଧନ କରିଥାନ୍ତି ।

ଯଦି ଋଣ ପ୍ରଦାନକାରୀ ସଂସ୍ଥା ଆପଣଙ୍କ ଅଭିଯୋଗ ନ ଶୁଣେ, ଏହାକୁ ନେଇ ବିବାଦ ବଢେ ଏବଂ ରିପୋର୍ଟରେ ପରିବର୍ତ୍ତନ କରିବା ସମ୍ଭବ ନ ହୁଏ, ତେବେ ଆପଣଙ୍କ ବିନା ଅନୁମତିରେ ପାନ୍ କାର୍ଡ ବ୍ୟବହାର ହୋଇଛି ବୋଲି ଏହା ପ୍ରମାଣିତ କରିବାକୁ ପଡିବ । କାରଣ କ୍ରେଡିଟ୍ ସ୍କୋର ଖରାପ ହେଲେ ଭବିଷ୍ୟତରେ ଆପଣଙ୍କ ଲୋନ ଆପ୍ଲିକେସନ ଖାରଜ ହୋଇଯାଇପାରେ । ଅର୍ଥାତ୍ ଆବଶ୍ୟକସ୍ଥଳେ ଲୋନ ପାଇବା ସମ୍ଭବ ହୁଏ ନାହିଁ । ତେଣୁ ଏ ଦିଗରେ ଯତ୍ନବାନ୍ ହେବା ଆବଶ୍ୟକ । ନିଜ ଆର୍ଥିକ ବିବରଣୀ ଉପରେ ନିୟମିତ ନଜର ରଖିବା ଜରୁରୀ । Bank Bazaar ସିଇଓ ଏହି ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.