ନୂଆଦିଲ୍ଲୀ: ମେ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ( Reserve Bank of India) ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି । ତେଣୁ ଚଳିତ ମାସରେ ନିଜର ବ୍ୟାଙ୍କ ଶାଖା ଯିବା ପୂର୍ବରୁ ଏହି ଛୁଟି ଦିନଗୁଡିକ ଜାଣିରଖିବା ଉଚିତ୍ । ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଅନୁଯାୟୀ ମେ ମାସରେ ବ୍ୟାଙ୍କ ୧୧ ଦିନ ବନ୍ଦ ରହିବ । ଏହି ମାସରେ ଶ୍ରମିକ ଦିବସ, ଅକ୍ଷୟ ତୃତୀୟ, ଇଦ୍, ବୁଦ୍ଧ ପୂର୍ଣ୍ଣିଆ ଇତ୍ୟାଦି ପର୍ବ ପଡୁଥିବାରୁ ଏବଂ ରବିବାର ଓ ଦ୍ବିତୀୟ, ଚତୁର୍ଥ ଶନିବାରକୁ ମିଶାଇ ମୋଟ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ ।
ଭାରତୀୟ ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ଅନୁସାରେ, ସାପ୍ତାହିକ ଛୁଟି ବ୍ୟତୀତ ବ୍ୟାଙ୍କ ମୋଟ ୪ ଦିନ ବନ୍ଦ ରହିବ । ମାତ୍ର ସବୁ ରାଜ୍ୟରେ ଏହି ଛୁଟି ସମାନ ଭାବେ ଲାଗୁ ହେବନି । ବ୍ୟାଙ୍କ ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ମେ ୧ ତାରିଖ, ୨, ୩, ୮, ୯, ୧୪, ୧୫, ୧୬, ୨୨, ୨୮ ଏବଂ ମେ ୨୯ ତାରିଖରେ ବ୍ୟାଙ୍କ ଯାଇପାରିବେନି ଗ୍ରାହକ ।
- ମେ ୧- ରବିବାର
- ମେ ୨- ରମଜାନ-ଇଦ୍ (କେରଳରେ ବ୍ୟାଙ୍କ ବନ୍ଦ ରହିବ)
- ମେ ୩- ଭଗବାନ ଶ୍ରୀପୁରୁଷୋତ୍ତମ ଜୟନ୍ତୀ/ ଇଦ୍ ଇଲ ଫିତର/ ଅକ୍ଷୟ ତୃତୀୟା (କେରଳ ବ୍ୟତୀତ ସବୁଠି ବ୍ୟାଙ୍କ ବନ୍ଦ)
- ମେ ୮- ରବିବାର
- ମେ ୯- ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ (ପଶ୍ଚିମବଙ୍ଗରେ ବ୍ୟାଙ୍କ ଛୁଟି)
- ମେ ୧୪- ଶନିବାର
- ମେ ୧୫- ରବିବାର
- ମେ ୧୬- ବୁଦ୍ଧ ପୂର୍ଣ୍ଣିମା
- ମେ ୨୨- ରବିବାର
- ମେ ୨୮- ଶନିବାର
- ମେ ୨୯- ରବିବାର