ETV Bharat / business

ଶ୍ରମ ଆଇନ ଭଙ୍ଗ କରି ପୁଣି ଫାଇନ୍ ଗଣିଲା Amazon

author img

By

Published : Aug 12, 2022, 4:50 PM IST

ଶ୍ରମ ଆଇନ ଭଙ୍ଗ କରି ପୁଣି ଜରିମାନା ଦେଲା ଆମାଜନ । କିଛି ଦିନ ତଳେ ନିମ୍ନ ମାନର ପ୍ରଡକ୍ଟ ଡେଲିଭରି କରି ଫାଇନ ଗଣିଥିଲା । ଅଧିକ ପଢନ୍ତୁ

ପୁଣି ଫାଇନ୍ ଗଣିଲା ଆମାଜନ, ଶ୍ରମ ଆଇନ ଭଙ୍ଗ କରି ଦେଲା ଜରିମାନା

ବର୍ସିଲୋନ: ପୁଣି ଜରିମାନା ଦେଲା ଆମାଜନ(Amazon) । ଫ୍ରାନ୍ସରେ ଶ୍ରମ ଆଇନ ଭଙ୍ଗ କରିଥିବା ଅଭିଯୋଗରେ ଆମାଜନକୁ ଗଣିବାକୁ ପଡିଛି ଫାଇନ୍ । ଘଟଣାରେ ସ୍ଥାନୀୟ ଶ୍ରମିକ କର୍ତ୍ତୃପକ୍ଷଙ୍କ ଦ୍ବାରା ଅଧିକ ତଦନ୍ତ ଜାରି ରହି ଥିବାବେଳେ ସ୍ଥାନୀୟ ପ୍ରେସ ରିପୋର୍ଟ ଅନୁଯାୟୀ, ଆମାଜନ ଉପରେ 3,303,408 ଡଲାର ଜୋରିମାନା ପଡିଛି ।

2020 ମସିହାରେ ମଧ୍ୟ ସମାନ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ 826,040 ଡଲାରରୁ ଅଧିକ ଜରିମାନା ଦେଇଥିଲା ଆମାଜନ । ଉଭୟ ଘଟଣାରେ, ଆମାଜନ ପ୍ରଡକ୍ଟ ବିତରଣ ପାଇଁ ଉପକର୍ମଚାରୀଙ୍କୁ ରଖି ଥିବାବେଳେ ଅସ୍ଥାନୀୟ କର୍ମଚାରୀଙ୍କୁ ବିତରଣ ପାଇଁ ପଠାଉଥିଲା । ଏହି ଅଭିଯୋଗରେ 17ଟି କମ୍ପାନୀ ଉପରେ 2.6 ମିଲିୟନ ୟୁରୋ ଫାଇନ ପଡିଛି ।

ତେବେ ଆମାଜନ ଉପରେ ମୋଟ 5.8 ମିଲିୟନ ୟୁରୋ ଫାଇନ ପଡିଥିବା ସ୍ଥାନୀୟ ସରକାରଙ୍କ ଜଣେ ମୁଖପାତ୍ର କହିଛନ୍ତି । ସୂଚନା ଅନୁଯାୟୀ, କିଛି ଦିନ ତଳେ ନିମ୍ନ ମାନର ପ୍ରଡକ୍ଟ ଡେଲିଭରି କରି ଫାଇନ ଗଣିଥିଲା ଆମାଜନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.