ETV Bharat / business

ବର୍ଷ ଶେଷ ସୁଦ୍ଧା ୨୫ ସହରରେ ମିଳିବ 5G ସେବା - ବର୍ଷ ଶେଷ ସୁଦ୍ଧା ମିଳିବ ୫ଜି ସେବା

ଚଳିତ ବର୍ଷ ଶେଷ ସୁଦ୍ଧା ୨୦ରୁ ୨୫ ସହରରେ ମିଳିବ ୫ଜି ସେବା । ସୂଚନା ଦେଲେ କେନ୍ଦ୍ର IT ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ

ବର୍ଷ ଶେଷ ସୁଦ୍ଧା ୨୫ ସହରରେ ମିଳିବ ୫ଜି ସେବା
ବର୍ଷ ଶେଷ ସୁଦ୍ଧା ୨୫ ସହରରେ ମିଳିବ ୫ଜି ସେବା
author img

By

Published : Jun 19, 2022, 7:28 AM IST

ନୂଆଦିଲ୍ଲୀ: ଭାରତରେ ଖୁବଶୀଘ୍ର ଆରମ୍ଭ ହେବ ଅତ୍ୟାଧୁନିକ ୫ଜି ସେବା । ଚଳିତ ବର୍ଷ ଶେଷ ସୁଦ୍ଧା ୨୦ ରୁ ୨୫ ସହରରେ ୫ଜି ସେବା ଉପଲବ୍ଧ ହେବ । ଏନେଇ ଶନିବାର ସୂଚନା ଦେଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆସନ୍ତା ଅଗଷ୍ଟରୁ ସେପ୍ଟେମ୍ବର ମାସ ମଧ୍ୟରେ ଏହି ସେବା ଆରମ୍ଭ ହେବା ନେଇ ସୂଚନା ମିଳିଛି । ଡିଜିଟାଲ ନେଟୱାର୍କ ସେବା ପ୍ରଦାନ କ୍ଷେତ୍ରରେ ଭାରତ ବିଶ୍ବର ଏକ ବଳିଷ୍ଠ ଉତ୍ସ ହେବ । ବର୍ତ୍ତମାନ ୫ଜି ସ୍ପେକ୍ଟ୍ରମ ନିଲାମ ଲାଗି ମଞ୍ଜୁର ମଧ୍ୟ ମିଳି ସାରିଛି ।

୫ଜି ସେବାର ମୂଲ୍ୟ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି, "ବିଶ୍ବରେ ଡାଟାର ହାରାହାରି ମୂଲ୍ୟ ୨୫ ଡଲାର ରହିଥିବା ବେଳେ ଭାରତରେ ତାହା ୨ ଡଲାର ରହିଛି । ବିଶ୍ବ ତୁଳନାରେ ଭାରତରେ ଡାଟା ମୂଲ୍ୟ ଖୁବ୍ କମ୍ । ଆମ ଦେଶ ବିଶ୍ବ ହାରାହାରିର ଏ ଦଶମାଂଶ ମୂଲ୍ୟରେ ସେବା ଯୋଗାଉଛି । ଏଭଳି ଧାରା ଅନ୍ୟ କ୍ଷେତ୍ରରେ ଜାରି ରହିବ ବୋଲି କହିଛନ୍ତି ମନ୍ତ୍ରୀ । ଭରସାଯୋଗ୍ୟ ନେଟୱାର୍କ ପ୍ରଦାନକାରୀଙ୍କ ମଧ୍ୟରେ ଭାରତର ନାଁ ଶୀର୍ଷରେ ରହିଛି । ଭାରତ ଯେତେବେଳେ ଟେକ୍ନୋଲୋଜି ବିକାଶିତ କରେ, ସେତେବେଳେ ବିଶ୍ବ ଏଥିପ୍ରତି ଆଗ୍ରହୀ ହୋଇଥାଏ ।"

ଭାରତ ଦ୍ବାରା ବିକଶିତ ହୋଇଥିବା ୪ଜି ଓ ୫ଜି ସେବା ବିଭିନ୍ନ ଦେଶ ଅଗ୍ରାଧିକାର ଦେଉଛନ୍ତି । ୫ଜି ସେବାର ଗତି ୪ଜି ଠାରୁ ୧୦ଗୁଣା ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ । ପ୍ରକାଶଥାଉ କି, ଚଳିତ ଆର୍ଥିକ ବର୍ଷରେ ୫ଜି ସେବା ଆରମ୍ଭ ହେବା ନେଇ ପୂର୍ବରୁ ବଜେଟି ସମୟରେ ଅର୍ଥମନ୍ତ୍ରୀ ସୀତାରମଣ ଘୋଷଣା କରିଥିଲେ । ଘରୋଇ କମ୍ପାନୀ ଏହି ସେବା ଯୋଗାଇବେ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଆଦି ପ୍ରମୁଖ ସହରରେ ୫ଜି ଲଞ୍ଚ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.