ETV Bharat / business

ବଢୁଛି ଡିଜେଲ ଦାମ, ବିପଦରେ ପରିବହନ ସେକ୍ଟର - ଡିଜେଲ ଦାମ ବୃଦ୍ଧି

ସୋମବାର ନୂଆଦିଲ୍ଲୀରେ ଡିଜେଲ ଦାମ ଲିଟର ପିଛା 11 ପଇସା ବଢିଥିବା ବେଳେ ପେଟ୍ରୋଲ ଦାମ 14 ଦିନ ଧରି ସ୍ଥିର ରହିଛି । ଫଳରେ ଦିଲ୍ଲୀରେ ଡିଜେଲ ଦାମ ଲିଟର ପିଛା 81.05 ଟଙ୍କାରେ ପହଞ୍ଚିଛି । ଯାହାକି ପେଟ୍ରୋଲ ତୁଳନାରେ 62 ପଇସା ଅଧିକ ମହଙ୍ଗା । ଅଧିକ ପଢନ୍ତୁ..

With rising diesel prices more trouble for transport sector, hike in diesel prices, petrol price
ବଢୁଛି ଡିଜେଲ ଦାମ, ବିପଦରେ ପରିବହନ ସେକ୍ଟର
author img

By

Published : Jul 13, 2020, 9:12 PM IST

ନୂଆଦିଲ୍ଲୀ: ଡିଜେଲ ଦାମରେ ଅପ୍ରତ୍ୟାଶିତ ବୃଦ୍ଧି ପରିବହନ ସେକ୍ଟରରୁ ବଡ ସମସ୍ୟାରେ ପକାଇଛି । ପୂର୍ବରୁ ଲକଡାଉନ ଓ କୋଭିଡ କଟକଣା ମଧ୍ୟରେ ଚାହିଦା ହ୍ରାସ ଥିଲେ , ଏବେ ପୁଣି ଡିଜେଲ ଦାମ ବୃଦ୍ଧି ଟ୍ରାନ୍ସପୋର୍ଟର ଅଣ୍ଟା ଭାଙ୍ଗିଦେଇଛି ।

ସୋମବାର ନୂଆଦିଲ୍ଲୀରେ ଡିଜେଲ ଦାମ ଲିଟର ପିଛା 11 ପଇସା ବଢିଥିବା ବେଳେ ପେଟ୍ରୋଲ ଦାମ 14 ଦିନ ଧରି ସ୍ଥିର ରହିଛି । ଫଳରେ ଦିଲ୍ଲୀରେ ଡିଜେଲ ଦାମ ଲିଟର ପିଛା 81.05 ଟଙ୍କାରେ ପହଞ୍ଚିଛି । ଯାହାକି ପେଟ୍ରୋଲ ତୁଳନାରେ 62 ପଇସା ଅଧିକ ମହଙ୍ଗା । ସୋମବାର ଦିଲ୍ଲୀରେ ପେଟ୍ରୋଲ ଦାମ 80.43 ଟଙ୍କା ରହିଛି ।

ଦେଶ ରାଜଧାନୀ ଭଳି ଅନ୍ୟ ମେଟ୍ରୋ ସହରରେ ଡିଜେଲ ଦାମ ବୃଦ୍ଧି ପାଇଛି । କିନ୍ତୁ ସେଠରେ ପରିବହନ ଇନ୍ଧନ (ଡିଜେଲ ) ର ମୁଲ୍ୟ ଲିଟର ପ୍ରତି ପେଟ୍ରୋଲ ତୁଳନାରେ 6ରୁ 8 ଟଙ୍କା କମ ରହିଛି । କୋଲକତା , ମୁମ୍ବାଇ ଓ ଚେନ୍ନାଇରେ ଡିଜେଲ ଦାମ ଲିଟର ପ୍ରତି 80 ଟଙ୍କା ତଳେ ରହିଛି ।

ଲକଡାଉନ ମଧ୍ୟରେ 82 ଦିନ ତେଲ ଦାମ ଅପରିବର୍ତ୍ତିତ ରଖିବା ପରେ ତେଲ କମ୍ପାନୀ ଦୈନିକ ପେଟ୍ରୋଲ ଓ ଡିଜେଲ ଦାମ ବୃଦ୍ଧି ଜାରି କରିଥିଲେ । ଜୁନ 7ରୁ ତେଲ ତାତି ବଢିଚାଲିଛି । ଏଥମଧ୍ୟରେ ଇତିହାସରେ ପ୍ରଥମ ଥର ପେଟ୍ରୋଲ ଦାମ ଡିଜେଲକୁ ଟପିଛି ।

ତେବେ ପରିବହନ ସେକ୍ଟର ଡିଜେଲ ଉପରେ ନିର୍ଭରଶୀଳ ରହିଥିଲା ବେଳେ ଏହାର ଦାମ ବୃଦ୍ଧି ସେମାନଙ୍କୁ ଚିନ୍ତାରେ ପକାଇଛି । ଆଗକୁ ପରିବହନ ଖର୍ଚ୍ଚ ବଢିବା ଆଶଙ୍କା ଦେଖାଦେଇଛି । ତେବେ ପରିବହନ ଖର୍ଚ୍ଚ ବଢିଲେ ଖାଦ୍ୟସାମଗ୍ରୀ ମହଙ୍ଗା ହେବା ମଧ୍ୟ ସୁନିଶ୍ଚିତ ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.