କଣ ଏଇ ସର୍କିଟ ?
ସେୟାର ବଜାରରେ 2 ସର୍କିଟ ବ୍ରେକର ରହିଥାଏ । ଲୋଏର ଓ ଅପର । ଏଥିରୁ ଅପର ସର୍କିଟ ବଜାରରେ ସେହି ସମୟରେ ଲଗାଯାଏ , ଯେବେ ଏକ ନିର୍ଦ୍ଦିଷ୍ଟ ସୀମାରୁ ସେୟାର ସୂଚକାଙ୍କ ଅଧିକ ବଢିଯାଏ । ସେବି ପକ୍ଷରୁ ଅପର ସର୍କିଟ ପାଇଁ 10, 15 ଓ 20 ପ୍ରତିଶତ ସ୍ତର ନିର୍ଦ୍ଧାରଣ କରାଯାଇଛି ।
ସେହିପରି ଯେବେ ନିର୍ଦ୍ଧାରିତ ସୀମାରୁ ସେୟାର ସୂଚକାଙ୍କ ତଳକୁ ଖସିଯାଏ, ସେହି ସମୟରେ ଲୋୟର ସର୍କିଟ ହିଟ ହୁଏ । ଏଥିପାଇଁ ସେବି ପକ୍ଷରୁ ସୀମା ନିର୍ଦ୍ଧାରଣ ହୋଇଛି ।
କାହିଁକି ଲଗାଯାଏ ସର୍କିଟ ବ୍ରେକର ?
ସେୟାର ବଜାରରେ ସର୍କିଟ ବ୍ରେକର ଲଗାଇବା ଉଦ୍ଦେଶ୍ୟ ହେଉଛି ଭାରୀ ହ୍ରାସ-ବୃଦ୍ଧିରେ ଲଗାମ ଲଗେଇବା । ଭାରତରେ ଏହାର ଆରମ୍ଭ ସେବି ପକ୍ଷରୁ 2001 ମସିହାରେ କରାଯାଇଥିଲା । ଏହା କିଛି ଖାସ ନିୟମ ଭଳି ଲଗାଯାଇଥାଏ । ଏନଏସଇ ୱେବସାଇଟ ଯଦି ଦ୍ବିପ୍ରହର 1 ଟା ସୁଦ୍ଧା ସେୟାର ବଜାର 10 ପ୍ରତିଶତ ବଢେ କିମ୍ବା ହ୍ରାସ ହୁଏ ତେବେ ନିୟମ ଅନୁସାରେ ଅପର ଓ ଲୋୟର ସର୍କିଟ ଲଗାଯାଏ । ଏପରି ସ୍ଥିତିରେ ଟ୍ରେଡିଙ୍ଗ 45 ମିନିଟ ପାଇଁ ରୋକିଦିଆଯାଇଛି । ସେହିପରି ଯଦି ଦ୍ବିପ୍ରହର 1ଟା ପରେ ଯଦି 10 ପ୍ରତିଶତ ହ୍ରାସ-ବୃଦ୍ଧି ହୁଏ ତେବେ କାରବାର କେବଳ 15 ମିନିଟ ପାଇଁ ବନ୍ଦ ହୋଇଥାଏ । ଏଭଳି ଭାବେ 15 ଓ 20 ପ୍ରତିଶତ ବୃଦ୍ଧି ହ୍ରାସ କ୍ଷେତ୍ରରେ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ ହୁଏ ।
ବଜାରରେ ସର୍କିଟର ଇତିହାସ
ବଜାରରେ ସର୍କିଟ ଇତିହାସ ଉପରେ ଯଦି ନଜର ପକାଇବେ , ତେବେ 12 ବର୍ଷ ତଳେ ପ୍ରଥମ ଥର ସେୟାର ସୂଚକାଙ୍କ LOWER CIRCUIT ହିଟ କରିଥିଲା । ଏହା ପୂର୍ବରୁ 2004 ମେ 17ରେ P-NOTE ଯୋଗୁଁ ବଜାର ଖସିଥିଲା । 2008 ଜାନୁଆରୀ 22ରେ ଗ୍ଲୋବାଲ ବଜାରରେ ମାନ୍ଦାବସ୍ଥା ଯୋଗୁଁ ଭାରତୀୟ ସେୟାର ବଜାରରେ ସର୍ବାଧିକ ହ୍ରାସ ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ସେନସେକ୍ସ 3250 ପଏଣ୍ଟ ଖସିଥିବା ସହ ଲୋୟର ସର୍କିଟ ଲାଗିଥିଲା । 2001 ଜୁନ 28ରେ ପ୍ରଥମ ଥର ଲୋୟର ସର୍କିଟ ଲାଗୁ ହୋଇଥିଲା ।
ଏ ବର୍ଷ ଜାନୁଆରୀରେ ସେନସେକ୍ସ 41,349 ପଏଣ୍ଟରେ ଖୋଲିଥିଲା । ମାର୍ଚ୍ଚ 9 ତାରିଥରେ ଏହା 35 ହଜାର 300ରେ ପହଞ୍ଚିଥିଲା । ମାର୍ଚ୍ଚ 12 ସୁଦ୍ଧା ଏହା 32,778 ପଏଣ୍ଟ ଖସିଥିଲା । ଏହି ଧାରାରେ ନଜର ପକାଇଲେ 2020 ଏବେ ସୁଦ୍ଧା ସେନସେକ୍ସ ପ୍ରାୟ 8571 ପଏଣ୍ଟ କମିଛି ।