ETV Bharat / business

ରେକର୍ଡ ଭାଙ୍ଗିଲା ସେୟାର ବଜାର; ୬୦ ହଜାର ପାର୍ ସେନସେକ୍ସ, ନିଫ୍ଟର ଲମ୍ବା ଲମ୍ଫ

ଭାରତୀୟ ସେୟାର ବଜାର ଇତିହାସରେ ପ୍ରଥମ ଥର ୬୦ ହଜାର ଛୁଇଁଲା BSE ସୂଚକାଙ୍କ ସେନସେକ୍ସ । ସେପଟେ ୧୮ ହଜାର ପଏଣ୍ଟର ନିକଟତର ରହିଛି ନିଫ୍ଟ । ଅଧିକ ପଢନ୍ତୁ...

ରେକର୍ଡ ଭାଙ୍ଗିଲା ସେୟାର ବଜାର; ୬୦ ହଜାର ପାର୍ ସେନସେକ୍ସ, ନିଫ୍ଟର ଲମ୍ବା ଲମ୍ଫ
ରେକର୍ଡ ଭାଙ୍ଗିଲା ସେୟାର ବଜାର; ୬୦ ହଜାର ପାର୍ ସେନସେକ୍ସ, ନିଫ୍ଟର ଲମ୍ବା ଲମ୍ଫ
author img

By

Published : Sep 24, 2021, 10:37 AM IST

ମୁମ୍ବାଇ: ଇତିହାସ ରଚିଲା ଭାରତୀୟ ସେୟାର ବଜାର । ରେକର୍ଡ ଭାଙ୍ଗିଲା ସେନସେକ୍ସ । ଇତିହାସରେ ପ୍ରଥମ କରି ୬୦ ହଜାର ଛୁଇଁଲା ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ । ଆଜି(ଶୁକ୍ରବାର) ସକାଳେ ସେୟାର ବଜାରର ଖୋଲୁ ଖୋଲୁ ସେନସେକ୍ସ 273 ପଏଣ୍ଟର ଲମ୍ବା ଲମ୍ଫ ସହ ୬୦ ହଜାର ପାର୍ କରିଛି ।

ଆଜି ସକାଳେ BSE ସୂଚକାଙ୍କ ସେନସେକ୍ସ 273 ପଏଣ୍ଟ ବଡ ଧରଣର ବୃଦ୍ଧି ସହ 60,158.76ରେ ଖୋଲିଥିଲା । ଗୋଟିଏ ଦିନ ପୂର୍ବରୁ ଏହା 59,885 ପଏଣ୍ଟରେ କାରବାର ବନ୍ଦ କରିଥିଲା । ଗୁରୁବାର ସେନସେକ୍ସ 958 ଉଛୁଳିଥିଲା ।

ଅନ୍ୟପଟେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟ ମଧ୍ୟ ଆଜି ଇତିହାସ ରଚିବାକୁ ପ୍ରସ୍ତୁତ ହେଉଛି । ନିଫ୍ଟ ୧୮ ହଜାର ପଏଣ୍ଟ ପାର୍ କରିବାରୁ ସାମାନ୍ୟ ଦୂରରେ ଅଛି । ଗୁରୁବାର ନିଫ୍ଟ 276.30 ପଏଣ୍ଟ ଅର୍ଥାତ୍ 1.57 ପ୍ରତିଶତ ଉଛୁଳି 17,822.95ରେ ବନ୍ଦ ହୋଇଥିଲା ।

ଦେଶରେ କୋଭିଡ ମାମଲାରେ ହ୍ରାସ ଏବଂ ଟୀକାକରଣରେ ଅଗ୍ରଗତି ଅର୍ଥନୈତିକ କାର୍ଯ୍ୟକାଳପ ବୃଦ୍ଧିରେ ସହାୟକ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.