ହାଇଦ୍ରବାଦ: ମ୍ୟୁଚୁଆଲ୍ ଫଣ୍ଡ ପାଇଁ 50,000 କୋଟି ଟଙ୍କାର ସ୍ବତନ୍ତ୍ର ଲିକ୍ୟୁଡିଟି ଲହାୟତା ପ୍ୟାକେଜ ଘୋଷଣା କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ମ୍ୟୁଚୁଆଲ ଫଣ୍ଡ୍ ଉପରେ ଚାପକୁ କମ୍ କରିବା ପାଇଁ RBI ଏହି ପ୍ୟାକେଜ ଘୋଷଣା କରିଛି ।
ଦେଶର ଅଗ୍ରଣୀ ମ୍ୟଚୁଆଲ ଫଣ୍ଡ ହାଉସ ଫ୍ରାଙ୍କ୍ଲିନ ଟେମ୍ପଲଟନ ଭାରତର 6ଟି ଡେଟ୍ ଫଣ୍ଡ୍ସକୁ ବନ୍ଦ କରିଦେବା ପରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ମ୍ୟୁଚୁଆଲ୍ ଫଣ୍ଡ ପାଇଁ 50,000 କୋଟି ଟଙ୍କାର ସ୍ବତନ୍ତ୍ର ଲିକ୍ୟୁଡିଟି ଲହାୟତା ପ୍ୟାକେଜ ଘୋଷଣା କରିଛି । କେନ୍ଦ୍ରୀୟ ବ୍ୟାଙ୍କ୍ ନିଜ ବୟାନରେ କହିଛି ଯେ କୋରୋନା ସଙ୍କଟ କାରଣରୁ ପୁଞ୍ଜି ବାଜରରେ ଅସ୍ଥିରତା ବଢିଯାଇଛି । ମାହାମାରୀ କୋରୋନା ଏମ୍ଏଫ୍ ଉପରେ ଲିକ୍ୟୁଡିଟି ଚାପ ପକାଇଛି । ଏଥିପାଇଁ ଏମ୍ଏଫ ଉପରେ ଲିକ୍ୟୁଡିଟିର ଚାପକୁ କମ କରିବାକୁ 50 ହଜାର ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା ହୋଇଥିବା କହିଛି ରିଜର୍ଭ ବ୍ୟାଙ୍କ୍ । ଅନ୍ୟପକ୍ଷେ ମହାମାରୀ କୋରୋନା କାରଣରୁ ଦେଖାଦେଇଥିବା ଆର୍ଥିକ ପ୍ରଭାବକୁ କମ କରିବା ଓ ଆର୍ଥିକ ସ୍ଥିରତା ବଜାୟ ରଖିବା ପାଇଁ ସମସ୍ତ ପ୍ରକାରର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି RBI ପକ୍ଷରୁ କୁହାଯାଇଛି ।
କୋରୋନା ଭାଇରସ ମହାମାରୀ ଯୋଗୁଁ ୟୁନିଟ ପ୍ରତ୍ୟାହାର କରିବାର ଚାପ ଓ ଲିକ୍ୟୁଡିଟି କମ୍ ହେବା ଦର୍ଶାଇ ଫ୍ରାଙ୍କ୍ଲିନ ଟେମ୍ପଲଟନ 6ଟି ସ୍କିମ୍ ବନ୍ଦ କରିଦେଇଛି । ଭାରତରେ କୋରୋନା ମହାମାରୀ ପରେ ଅଧିକ ମାତ୍ରାରେ ନିଜର ଟଙ୍କା କାଢିନେଇଛନ୍ତି, ଯାହାଫଳରେ କମ୍ପାନୀଗୁଡିକ ପାଖରେ ନଗଦ କମ୍ ହୋଇଯାଇଛି । ଏନେଇ ବଜାର ଉପରେ ଅଧିକ ଚାପ ପଡିଛି । ତେବେ ଫ୍ରାଙ୍କ୍ଲିନ ଟେମ୍ପଲଟନ ଦ୍ବାରା ବନ୍ଦ କରାଯାଇଥିବା ଋଣ ଯୋଜନାରେ ମୋଟ ଆସେଟ୍ ବେସ୍ ପାଖାପାଖି 28 ହଜାର କୋଟି ଟଙ୍କା ରହିଥିବା କୁହାଯାଉଛି ।
ଫ୍ରାଙ୍କଲିନ୍ ଦ୍ବାରା ବନ୍ଦ ହୋଇଥିବା 6ଟି ସ୍କିମ୍
- ଫ୍ରାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ କମ୍ ଅବଧି ପାଣ୍ଠି
- ଫ୍ରାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ ଆୟ ସୁଯୋଗ ପାଣ୍ଠି
- ଫ୍ରାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ ସର୍ଟ ବଣ୍ଡ୍ ପାଣ୍ଠି
- ଫ୍ରାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ କ୍ରେଡିଟ୍ ରିସ୍କ ପାଣ୍ଠି
- ଫ୍ରାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ ସ୍ବଳ୍ପକାଳୀନ ଆୟ ଯୋଜନା
- ଫ୍ରାଙ୍କଲିନ୍ ଇଣ୍ଡିଆ ଟେମ୍ପଲଟନ୍ ଡାଇନାମିକ୍ ଅଧିଗ୍ରହଣ ପାଣ୍ଠି