ETV Bharat / business

ଆରବିଆଇ ଘୋଷଣା: ଖସିଲା ସେନସେକ୍ସ, ବ୍ୟାଙ୍କ ସେୟାର ଉପରମୁହାଁ - ବ୍ୟାଙ୍କ ସେୟାର ଉପରମୁହାଁ

ପଜିଟିଭ ଭାଇବ୍ସ ର ଆରମ୍ଭ ବଜାରରେ ପୁଣି ଦେଖାଦେଲା ନକରାତ୍ମକ ସଙ୍କେତ । ସେନସେକ୍ସ 1200 ପଏଣ୍ଟ ଖସିଥିବା ବେଳଏ ନିଫ୍ଟି 9 ହଜାର ତଳେ କାରବାର କରୁଛି ।

Rate-sensitive bank, realty shares gain after RBI  announcements
ଆରବିଆଇ ଘୋଷଣା: ଖସିଲା ସେନସେକ୍ସ, ବ୍ୟାଙ୍କ ସେୟାର ଉପରମହାଁ
author img

By

Published : Mar 27, 2020, 5:31 PM IST

ନୂଆଦିଲ୍ଲୀ: ଅଭିବୃଦ୍ଧିର ସହ ଖୋଲିଲା ସେୟାର ବଜାର । ହେଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଘୋଷଣା ପରେ ପୁଣି ତଳମୁହାଁ ସେୟାର ସୂଚକାଙ୍କ । କିନ୍ତୁ ବ୍ୟାଙ୍କଗୁଡିକର ସେୟାର ଉପରମୁହାଁ ରହିଛି ।

ଶୁକ୍ରବାର ଆରମ୍ଭରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 1100 ପଏଣ୍ଟ ବଢିଥିଲା ବେଳେ ପୁଣି କିଛି ମିନିଟ ପରେ 1200 ପଏଣ୍ଟରୁ ଉର୍ଦ୍ଧ୍ବ ଖସି 29676ରେ କାରବାର କରୁଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 323 ପଏଣ୍ଟ କମି 8559ରେ ପହଞ୍ଚିଛି । ତେବେ ଏକ୍ସିସ, ଏସବିଆଇ, ଇଣ୍ଡସାଇଣ୍ଡ ସେୟାରରେ ଅଭିବୃଦ୍ଧି ଦେଖାଦେଇଛି ।

କୋରୋନା ପ୍ୟାକେଜରେ ଖୁସି ଥିବା ବଜାର ଶୁକ୍ରବାର ଭଲ ପଏଣ୍ଟ ସହ କାରବାର ଆରମ୍ଭ କରିଥିଲା । ହେଲେ ପରେ ଆରବିଆଇ ଗଭର୍ଣ୍ଣରଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପୁଣି ବଜାର ତଳମୁହାଁ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.