ETV Bharat / business

ଆସନ୍ତା ମାସରୁ ମହଙ୍ଗା ହେବ ଅନଲାଇନ ଫୁଡ ଅର୍ଡର - ମିଳୁନି ପ୍ଲାଷ୍ଟିକ ବିକଳ୍ପ

ଆସନ୍ତା ମାସରୁ ମହଙ୍ଗା ଅନଲାଇନ ଫୁଡ ଅର୍ଡର । ହଁ, ଆଉ କୌଣସି କାରଣରୁ ନୁହେଁ ବରଂ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଯୋଗୁଁ 3ରୁ 4 ଗୁଣା ବଢିବ ଦାମ ।

ପ୍ରତିକାତ୍ମକ ଫଟୋ
author img

By

Published : Sep 30, 2019, 2:15 PM IST

ନୂଆଦିଲ୍ଲୀ: ଆସନ୍ତା ମାସରୁ ମହଙ୍ଗା ହେବ ଅନଲାଇନ ଫୁଡ ଅର୍ଡର । ହଁ, ଆଉ କୌଣସି କାରଣରୁ ନୁହେଁ ବରଂ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଯୋଗୁଁ 3 ରୁ 4 ଗୁଣା ବଢିବ ଦାମ । ଏପରିକି ଅକ୍ଟୋବର 2ରୁ ଅନଲାଇନ ଫୁଡ ଡେଲିଭରି କିଛି ଦିନ ପାଇଁ ବନ୍ଦ ବି ରହିପାରେ । କାରଣ ପ୍ଲାଷ୍ଟିକର ବିକଳ୍ପ ପାଇଁ ସମୟ ଆବଶ୍ୟକତା ବୋଲି ହୋଟେଲ ଆଣ୍ଡ ରେସ୍ତୋରାଁ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ କୁହାଯାଇଛି ।

ବର୍ତ୍ତମାନ ସମୟରେ ଦେଶର 4 ଲକ୍ଷ କୋଟି ଇଣ୍ଡ୍ରଷ୍ଟ୍ରି ଫୁଡ ଡେଲିଭରି ବିଜନେସରେ ଭଲ ଲାଭ କମାଉଛନ୍ତି । ତେବେ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ବ୍ୟାନ କଡାକଡି ଲାଗୁ ଶୁଣି ଟେନସରେ ହୋଟେଲ ଓ ରେସ୍ତୋରାଁ ସଂଘ । ଏପଟେ ଦାମ ବଢିବ ଜାଣି ଗ୍ରାହକ ବି ଚିନ୍ତାରେ ।

ଶସ୍ତା ପ୍ଲାଷ୍ଟିକ ବନ୍ଦ ପୂର୍ବରୁ ତାର ବିକଳ୍ପ ଖୋଜିବା ଦରକାର ରହିଛି । କାରଣ ପ୍ୟାକିଙ୍ଗ କିମ୍ବା ଅନ୍ୟ ବ୍ୟବହାର ପାଇଁ ଯେଉଁ ସବୁ ମେଟେରିଆଲ ରହିଛି ସେସବୁ ବଜେଟ ବାହାରେ । କାରଣ ଫୁଡ ସର୍ଭର ଉପକରଣ ବଦଳିଲେ ଖାଦ୍ୟର ଦାମ ମଧ୍ୟ ବୃଦ୍ଧି ପାଇବ ।

ଏବେ ସୁଦ୍ଧା 18ଟି ରାଜ୍ୟରେ ପ୍ଲାଷ୍ଟିକ ବ୍ୟାଗ ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଯାଇଛି । ମହାରାଷ୍ଟ୍ର, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ପ୍ଲେଟ, ଚାମଚ, କପ, ଷ୍ଟ୍ର ବ୍ୟବହାରକୁ ମନା କରିଦିଆଯାଇଛି । ତେବେ ପ୍ଲାଷ୍ଟିକ ଭଳି ଶସ୍ତା ମେଟେରିଆଲ ନ ମିଳିବା ଯୋଗୁଁ ପରିବା, ଦୁଧ ଆଦି ଡେଲିଭରି ଖର୍ଚ୍ଚ ଅଧିକ ପରିମାଣରେ ବଢିଯିବ । ଏପଟେ ଗ୍ରାହକ ବି ଏସବୁ କିଣିବାକୁ କୁଣ୍ଠା କରିବେ । ଯାହାର ସିଧାସଳଖ ପ୍ରଭାବ ପ୍ରଫିଟ ଉପରେ ପଡିବ ବୋଲି ବହୁ ନାମୀଦାମୀ ହୋଟଲର ମ୍ୟାନେଜିଙ୍ଗ ଡିରେକ୍ଟର କହିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.