ETV Bharat / business

ଲକଡାଉନ ପ୍ରଭାବ: ଏପ୍ରିଲରେ ଇନ୍ଧନ ଚାହିଦା 70 ପ୍ରତିଶତ ହ୍ରାସ

author img

By

Published : May 4, 2020, 8:08 PM IST

ଏପ୍ରିଲ ମାସରେ ଇନ୍ଧନ ଚାହିଦା 70 ପ୍ରତିଶତ ହ୍ରାସ ପାଇଛି । ତେବେ ଏଲପିଜି ଚାହିଦା ଏଥିମଧ୍ୟରେ 12 ପ୍ରତିଶତ ବଢିଛି । ଅଧିକ ପଢନ୍ତୁ...

Petrol sales down 61%, LPG consumption up 12% in April
ଲକଡାଉନ ପ୍ରଭାବ: ଏପ୍ରିଲରେ ଇନ୍ଧନ ଚାହିଦା 70 ପ୍ରତିଶତ ହ୍ରାସ

ନୂଆଦିଲ୍ଲୀ: ଲକଡାଉନ ଜାରି ରହିଥିବାରୁ ପ୍ରାୟ ପୂରା ଦେଶ ଗୃହବନ୍ଦୀ । ଯାତାୟତ ଠପ ଯୋଗୁଁ ଗାଡି ବି ଗଡୁନି । ହେଲେ ଗ୍ୟାସ ସିଲିଣ୍ଡର ଚାହିଦା ବଢିଚାଲିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏପ୍ରିଲ ମାସରେ ଇନ୍ଧନ ଚାହିଦା 70 ପ୍ରତିଶତ ହ୍ରାସ ପାଇଛି । ତେବେ ଏଲପିଜି ଚାହିଦା ଏଥିମଧ୍ୟରେ 12 ପ୍ରତିଶତ ବଢିଛି ।

ପେଟ୍ରୋଲିୟମ ଉଦ୍ୟୋଗଙ୍କ କହିବା ଅନୁଯାୟୀ ଗତ 10 ଦିନରେ ଚାହିଦା ବୃଦ୍ଧି ନେଇ ସଙ୍କେତ ରହିଛି । କାରଣ ସରକାର ନଗରନିଗମ ବାହାରେ ରହିଥିବା ଉଦ୍ୟୋଗକୁ କାରବାର ଗତିବିଧି ଆରମ୍ଭ ନେଇ ଅନୁମତି ଦେଇଛନ୍ତି । ଏଥିଯୋଗୁଁ ଏପ୍ରିଲ ଶେଷ ସୁଦ୍ଧା ଇନ୍ଧନ ଚାହିଦା ବଢିବା ନେଇ ସଙ୍କେତ ରହିଛି । ଯଦିଓ ମେ ମାସରେ ଏଥିରେ ଅଭିବୃଦ୍ଧି ଦେଖାଦେବ ବୋଲି ସମ୍ଭାବନା ରହିଛି । ସରକାର ଲକଡାଉନର ତୃତୀୟ ପର୍ଯ୍ୟୟାରେ କିଛିଟା କ୍ଷେତ୍ରରେ କଟକଣା କୋହଳ କରିବା ସହ ବିଭିନ୍ନ କାର୍ଯ୍ୟ ପାଇଁ ଅନୁମତି ଦେଇଛନ୍ତି ।

ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଠପ ରହିଛି । ଆବଣ୍ଟନ ମଧ୍ୟ ବନ୍ଦ ରହିଛି । ଏଥିଯୋଗଁ ପେଟ୍ରୋଲ ଚାହିଦା 61 ପ୍ରତିଶତ ହ୍ରାସ ହୋଇଥିଲା ବେଳେ , ଏଟିଏଫ (ବିମାନ ଇନ୍ଧନ) ବ୍ୟବହାର ମଧ୍ୟ 9.15 ପ୍ରତିଶତ କମିଛି ।

ଏପଟେ ସରକାର ଗରିବ ପରିବାରଙ୍କୁ 3 ମାସ ପାଇଁ ମାଗଣାରେ ଗ୍ୟାସ ସିଲିଣ୍ଡର ଉପଲବ୍ଧ ପାଇଁ ଘୋଷଣା କରିଛନ୍ତି । ଏଥିଯୋଗୁଁ ଏପ୍ରିଲ ମାସରେ ଏଲପିଜି ବ୍ୟବହାର 12 ପ୍ରତିଶତ ବଝି 21.10 ଲକ୍ଷ ଟନରେ ପହଞ୍ଚିଛି । ମୋଟ ମିଶାଇ ଏପ୍ରିଲ ମଧ୍ୟରେ ପେଟ୍ରୋଲିୟମ ଉତ୍ପାଦ ବିକ୍ରିରେ ପାଖାପାଖୀ 70 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.