ETV Bharat / business

ପେଟ୍ରୋଲ ଲିଟର 92 ଟଙ୍କା ନିକଟତର - ପେଟ୍ରୋଲ ଦାମ

ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦାମ । ଆଜି ପ୍ରଥମ ଥର ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 85 ଟଙ୍କା ମାର୍କ ଟପିଥିବା ବେଳେ ମୁମ୍ବାଇରେ 92 ଟଙ୍କା ନିକଟତର ଅଛି । ଅଧିକ ପଢନ୍ତୁ..

ପେଟ୍ରୋଲ ଲିଟର 92 ଟଙ୍କା ନିକଟତର
ପେଟ୍ରୋଲ ଲିଟର 92 ଟଙ୍କା ନିକଟତର
author img

By

Published : Jan 19, 2021, 5:05 PM IST

ନୂଆଦିଲ୍ଲୀ: ଲଗାତାତ ଦ୍ବିତୀୟ ଦିନ ଧରି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ । ସାର୍ବଜନୀକ କ୍ଷେତ୍ରର ତେଲ ବିତରଣ କମ୍ପାନୀ ଆଜି ବି ବଢାଇଛି ତେଲ ଦାମ । ଯାହା ଫଳରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଦାମ ପ୍ରଥମ ଥର ଲିଟର ପିଛା 85 ଟଙ୍କା ମାର୍କ ପାର କରିଛି । ଯେତେବେଳେ କି ଡଜେଲ ଦାମ ରେକର୍ଡ ସ୍ତର ନିକଟତର ରହିଛି ।

ତୈଳ ବିତରଣ କମ୍ପାନୀ ଦ୍ବାରା ଜାରି ଅଧିସୂଚନା ଅନୁସାରେ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପ୍ରତି 25 ପଇସା ଲେଖାଏଁ ବଢିଛି । ଏଥିସହ ପେଟ୍ରୋଲ ଦାମ ଦିଲ୍ଲୀରେ ଲିଟର ପିଛା 85.20 ଟଙ୍କା ଓ ମୁମ୍ବାଇରେ ଲିଟର ପ୍ରତି 91.80 ଟଙ୍କାରେ ପହଞ୍ଚିଛି । ସଦ୍ୟ ପରିବର୍ତ୍ତନ ପରେ ଦିଲ୍ଲୀରେ ଡିଜେଲ ଦାମ ଲିଟର ପ୍ରତି 75.38 ଟଙ୍କା ରହିଥିବା ବେଳେ ମୁମ୍ବାଇରେ 82 .13 ଟଙ୍କା ଅଛି । ପେଟ୍ରୋଲ ଓ ଡିଜେଲ ଦାମରେ ସୋମବାର ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ ଲିଟର ପ୍ରତି 25 ପଇସା ବୃଦ୍ଧି ହୋଇଛି ।

ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲ ଦାମରେ ରେକର୍ଡ ସ୍ତରରେ ପହଞ୍ଚିଥିବା ବେଳେ ଦିଲ୍ଲୀରେ ପ୍ରଥମ ଥର ପେଟ୍ରୋଲ ଦାମ ଲିଟର ପିଛା 85 ଟଙ୍କା ପାର କରିଛି । ଦିଲ୍ଲୀରେ ଡିଜେଲ ଦାମ 2018 ଅକ୍ଟୋବର 4 ରେ 75.45 ପଇସା ରହିଛି ।

ସାର୍ବଜନୀକ କ୍ଷେତ୍ରର ତୈଳ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସି) ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ଏଚପିସିଏଲ ) ଜାନୁଆରୀ 6 ରେ ପ୍ରାୟ 1 ମାସ ପରେ ଦାମରେ ଦୈନିକ ସମୀକ୍ଷା ଆରମ୍ଭ କରିଥିଲା । ସେବେଠୁ ପେଟ୍ରୋଲ ଦାମରେ ଲିଟର ପିଛା 1.49 ଟଙ୍କା ଓ ଡିଜେଲ ଦାମ 1.51 ଟଙ୍କା ବଢିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.