ETV Bharat / business

କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ... - ଡିଜେଲ ଦର ହ୍ରାସ

କମିଲା ତୈଳ ଦର । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ଚଳିତ ମାସରେ ଦ୍ବିତୀୟ ଥର ପାଇଁ ପେଟ୍ରୋଲ-ଡିଜେଲ ଦର ଶସ୍ତା କରିଛନ୍ତି । ତେବେ କେତେ ଶସ୍ତା ହୋଇଛି ଦର, ଜାଣନ୍ତୁ...

କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ...
କମିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ କେତେ...
author img

By

Published : Sep 5, 2021, 3:21 PM IST

ମୁମ୍ବାଇ: ତୈଳ ଦରରେ ସାମାନ୍ୟ ହ୍ରାସ । ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ଆଜି(ରବିବାର) ପେଟ୍ରୋଲ ଓ ଡିଜେଲ ଦରରେ କିଛିଟା ଆଶ୍ବସ୍ତି ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦେଶରେ ତୈଳ ଦରରେ ରେକର୍ଡ ସ୍ତରରେ ରହିଛି । ହେଲେ ଆଜି ପେଟ୍ରୋଲ ଓ ଡିଜେଲରେ ୧୫ ପଇସା ଲେଖାଏଁ ଶସ୍ତା ହୋଇଛି । ଏନେଇ ଇଣ୍ଡିଆନ ଅଏଲ(IOCL) ସୂଚନା ଦେଇଛି ।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୫ ପଇସା କମି ପ୍ରତି ଲିଟର ପିଛା ୧୦୧.୧୯ ଟଙ୍କା ରହିଛି । ଡିଜେଲ ଦର ମଧ୍ୟ ୧୫ ପଇସା ହ୍ରାସ ସହ ୮୮.୨ ଟଙ୍କା ହୋଇଯାଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଦରରେ ୧୩ ପଇସା କମ୍ ହୋଇଛି । ଯାହାପରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୭.୨୬ ଟଙ୍କା ଏବଂ ୯୬.୧୯ ଟଙ୍କା ହୋଇଯାଇଛି ।

ଅନ୍ତରାଷ୍ଟ୍ରୀୟ ବଜାରରେ କ୍ରୁଡ ଅଏଲ ଶସ୍ତା ହେବା ଯୋଗୁଁ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀମାନେ ଇନ୍ଧନ ଦର ହ୍ରାସ କରିଛନ୍ତି । ଯାହାଦ୍ବାରା ଦେଶର ବିଭିନ୍ନ ସହରରେ ପେଟ୍ରୋଲ ଲିଟର ପିଛା ୧୦ ରୁ ୧୫ ପଇସା କମିଛି । ଡିଜେଲରେ ମଧ୍ୟ ୧୫ ପଇସା ଶସ୍ତା ହୋଇଛି । ତେବେ ଚଳିତ ମାସରେ ଦ୍ବିତୀୟ ଥର ପାଇଁ ଏହି ତୈଳ ଦରରେ ହ୍ରାସ ଘଟିଛି । ଏହାପୂର୍ବରୁ ସେପ୍ଟେମ୍ବର ୧ ତାରିଖରେ ଭାରତୀୟ ବଜାରରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଉଭୟ ପେଟ୍ରୋଲ ଓ ଡିଜେଲରେ ୧୫-୧୫ ପଇସା କାଟ କରିଥିଲେ । ଏହାସତ୍ତ୍ବେ ବି ଦେଶରେ ତୈଳ ଦର ଆକାଶ ଛୁଆଁ ରହିଛି ।

କହିରଖୁଛୁ କି, ପ୍ରତିଦିନ ପେଟ୍ରୋଲ-ଡିଜେଲ ଦର ଅପଡେଟ୍ କରାଯାଇଥାଏ । ଏପରିସ୍ଥଳେ ଆପଣ କେବଳ ଏକ SMS ଜରିଆରେ ନିଜ ସହରରେ ତୈଳ ଦର ସମ୍ପର୍କରେ ଜାଣିପାରିବେ । ଏଥିପାଇଁ ଇଣ୍ଡିଆନ ଅଏଲ ଗ୍ରାହକଙ୍କୁ RSP କୋର୍ଡ ଲେଖି ୯୨୨୪୯୯୨୨୪୯ ନମ୍ବର ପଠାଇବାକୁ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.