ମୁମ୍ବାଇ: ଘରୋଇ ବଜାରରେ ଜାରି ରହିଛି ଅଭିବୃଦ୍ଧି । ବିଶ୍ବ ସ୍ତରୀୟ ଏଜେନ୍ସି ମୁଡିସର ଦେଶର ରେଟିଂକୁ ହ୍ରାସ କରିବା ପରେ ବି ଘରୋଇ ବଜାରରେ ସେୟାର ସୂଚକାଙ୍କ ଉପରମୁହାଁ ରହିଛି । ସେନସେକ୍ସ 33,500 ଟପିଥିଲା ବେଳେ ନିଫ୍ଟି 10 ହଜାର ନିକଟତର ରହିଛି ।
ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 522 ପଏଣ୍ଟ ବୃଦ୍ଧି ପାଇ 33,826 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 153 ପଏଣ୍ଟ ବଢି 9,979 ପଏଣ୍ଟରେ କାରବାର ଶେଷ କରିଛି ।
ନିଫ୍ଟି ଇଣ୍ଡେକ୍ସରେ ବଜାଜ ଫାଇନାନ୍ସ, ଜି ଏଣ୍ଟରଟେନମେଣ୍ଟ, କୋଟକ ମହିନ୍ଦ୍ରା ବ୍ୟାଙ୍କ, ଟାଟା ମୋଟର୍ସ, ଗେଲ, ଏଚଡିଏଫସି, ଆକ୍ସିସ ବ୍ୟାଙ୍କ ଓ ପାୱାର ଗ୍ରିଡ ସେୟାର 4 ପ୍ରତିଶତରୁ ମଜବୁତ ହୋଇଛି । ତେବେ ଏଫଏମସିଜି ଇଣ୍ଡେକ୍ସ ତିନି ଚତୁର୍ଥାଂଶ ପ୍ରତିଶତ ପର୍ଯ୍ୟନ୍ତ ଦୁର୍ବଳ ହୋଇଥିବା ଦେଖିବାକୁ ମିଳିଛି ।