ETV Bharat / business

ବଜାରରେ ଉତ୍ସାହ, 31 ହଜାର ଉପରେ ସେନସେକ୍ସ - sensex high

କୋରୋନା ବଜାରରେ ଖୁସିର ଲହରୀ । ଲଗାତାର ହ୍ରାସ ଜାରି ରହିଥିବା ପୁଞ୍ଜି ବଜାରରେ ଅଭିବୃଦ୍ଧି । ଗୁରୁବାର ସେନସେକ୍ସ ଓ ନିଫ୍ଟି ପ୍ରବଳ ବୃଦ୍ଧି ସହ ବନ୍ଦ ।

Sensex soars over 1,200 points
ବଜାରରେ ଉତ୍ସାହ, 31 ହଜାର ଉପରେ ସେନସେକ୍ସ
author img

By

Published : Apr 9, 2020, 5:10 PM IST

ମୁମ୍ବାଇ: କୋରୋନା ଝଡରେ ଅସ୍ଥିର ବଜାରରେ ଅଭିବୃଦ୍ଧିର ଉତ୍ସାହ । ଗୁରୁବାର ପ୍ରଫିଟର ସହ ବନ୍ଦ ହୋଇଛି ବଜାର । ଉଭୟ ସେନସେକ୍ସ ଓ ନିଫ୍ଟି ଜବଦସ୍ତ ବୃଦ୍ଧି ସହ ଉପରମୁହାଁ । ଫଳରେ ନିବେଶକ ଆଶ୍ବସ୍ତିର ନିଶ୍ବାସ ନେଇଛନ୍ତି ।

ଗୁରୁବାର ବିଏସଇର 30 ସେୟାର ଆଧାରିତ ସେନସେକ୍ସ 1265.66 ପଏଣ୍ଟ ବୃଦ୍ଧି ସହ 31,159.62 ପଏଣ୍ଟରେ କାରବାର ବନ୍ଦ କରିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 363.15 ବଢି 9,111.90 ପଏଣ୍ଟରେ କାରବାର ଶେଷ କରିଛି ।

ପ୍ରମୁଖ ସେୟାର ସୂଚକାଙ୍କ ସେନସେକ୍ସ ଗୁରୁବାର କାରବାର ଆରମ୍ଭରେ 900 ପଏଣ୍ଟରୁ ଅଧିକ ଉଛୁଳିଥିବା ଦେଖିବାକୁ ମିଳିଥିଲା ।

କୋରୋନା ଭାଇରସ ସଂକ୍ରମଣ ରୋକିବା ଆଗକୁ ସ୍ଥିତି ସୁଧୁରିବା ଅନୁମାନରେ ସମଗ୍ର ବିଶ୍ବରେ ସେୟାର ବଜାର ବଢିଥିବା ଦେଖିବାକୁ ମିଳିଛି । ଯାହାର ପ୍ରଭାବରେ ଘରୋଇ ବଜାରରେ ମଧ୍ୟ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.