ETV Bharat / business

ବଢିଲା CNG-PNG ଦର, ଜାଣନ୍ତୁ କେତେ... - ପିଏନଜି

ପେଟ୍ରୋଲ ଓ ଡିଜେଲ ଦରଦାମ ଦ୍ବାରା ଘାଣ୍ଟି ହେଉଥିବା ଲୋକଙ୍କୁ ଏବେ ଗ୍ୟାସ ପାଇଁ ଦେବାକୁ ପଡିବ ଅଧିକ ମୂଲ୍ୟ । ଜାତୀୟ ରାଜଧାନୀରେ ବଢିଲା CNG ଓ PNG ଦର । ଜାଣନ୍ତୁ କେତେ...

ବଢିଲା CNG-PNG ଦର, ଜାଣନ୍ତୁ କେତେ...
ବଢିଲା CNG-PNG ଦର, ଜାଣନ୍ତୁ କେତେ...
author img

By

Published : Aug 29, 2021, 10:44 PM IST

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ମହଙ୍ଗା ମାଡରେ ଅତିଷ୍ଠ ଲୋକଙ୍କ ଉପରେ ବଢିଲା ଗ୍ୟାସ ବୋଝ । ରବିବାର ଠାରୁ ବଢିଛି ଗ୍ୟାସ ଦର । ଇନ୍ଦ୍ରପ୍ରସ୍ଥ ଗ୍ୟାସ ଲିମିଟେଡ CNG ଏବଂ ପାଇପ ଦ୍ବାରା ଯୋଗାଣ ହେଉଥିବା PNG ଦର ବୃଦ୍ଧି କରିଛି । ଦିଲ୍ଲୀରେ CNG ଦର କିଲୋପିଛା ୪୪.୩୦ ଟଙ୍କା ରହିଥିଲା । ହେଲେ ଏଥିରେ ଏବେ ୯୦ ପଇସା ଅଧିକ କରାଯାଇଛି । ସେହିପରି ପିଏନଜି ଦର ଏସସିଏମ ପ୍ରତି ୧.୨୫ ପ୍ରତି ବୃଦ୍ଧି ହୋଇଛି ।

ନୂଆ ଦର ଲାଗୁ ପରେ ଜାତୀୟ ରାଜଧାନୀରେ CNG କିଲୋ ପ୍ରତି ବର୍ତ୍ତମାନ ୪୫.୨୦ ଟଙ୍କାରେ ମିଳିବ । ଅନ୍ୟପଟେ ପିଏମଜି ଦର ୨୯.୬୧ଟଙ୍କା ବଢି SCM ପିଛା ୩୦.୮୬ ଟଙ୍କା ହୋଇଯାଇଛି । ଆଜି ସକାଳରୁ ହିଁ ଦିଲ୍ଲୀରେ CNGର ଏହି ନୂଆ ଦର ଲାଗୁ ହୋଇଛି । ତେବେ ଦିଲ୍ଲୀ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ ମଧ୍ୟ ଗ୍ୟାସ ପାଇଁ ଅଧିକ ମୂଲ୍ୟ ଦେବାକୁ ହେବ ।

ଏହାପୂର୍ବରୁ ଜୁଲାଇ ୮ ତାରିଖରେ CNG ଏବଂ PNG ଦରରେ ବୃଦ୍ଧି ହୋଇଥିଲା ।

ଅନ୍ୟପକ୍ଷେ, ଘରୋଇ ତୈଳ କମ୍ପାନୀ ରବିବାର ପାଇଁ ପେଟ୍ରୋଲ-ଡିଜେଲ ଦର ଜାରି କରିଛନ୍ତି । ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କାରୁ ଅଧିକ ରହିଛି । ସେହିପରି ଡିଜେଲ ଦର ମଧ୍ୟ ରେକର୍ଡ ସ୍ତରରେ ଅଛି । ତେବେ ତୈଳ କମ୍ପାନୀ ଲଗାତାର ପାଞ୍ଚ ଦିନ ଧରି ତୈଳ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଯେଉଁ କାରଣରୁ ଦେଶରେ ଆଜି ମଧ୍ୟ ତୈଳ ଦର ଅପରିବର୍ତ୍ତିତ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.