ୱାଶିଂଟନ : କୋରୋନା ମାଡ । ଦୁନିଆର ସବୁଠୁ ବଡ ଅର୍ଥନୀତିର ବଜେଟ ନିୟଣ୍ଟ ରେକର୍ଡ ସ୍ତରରେ ପହଞ୍ଚିଛି । ଏ ବର୍ଷ ଜୁନ ମାସରେ ଐତିହାସିକ ବଜେଟ ନିୟଣ୍ଟର ସାମ୍ନା କରିଛି ଆମେରିକା ସଂଘୀୟ ସରକାର ।
ଗୋଟିଏ ପଟେ କୋରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ଖର୍ଚ୍ଚ ଅନ୍ୟପଟେ ଲକ୍ଷାଧିକ ଚାକିରୀ ଯିବା ଦ୍ବାରା ରାଜସ୍ବ ହ୍ରାସ । ଫଳରେ ଜୁନ ମାସରେ ଆମେରିକାର ବଜେଟ ଘାଟା ବୃଦ୍ଧି ପାଇ864 ବିଲିୟନ ଡଲାରରେ ପହଞ୍ଚିଛି । ଆମେରିକା ରାଜକୋଷୀୟ ବିଭାଗ (Treasury Department)ଏ ନେଇ ସୂଚନା ଦେଇଛି ।
ଜୁନ ମାସର ଏହି ରିପୋର୍ଟ ଆମେରିକା ଇତିହାସରେ ଅନେକ ବାର୍ଷିକ ଘାଟା ଠାରୁ ମଧ୍ୟ ବହୁ ଅଧିକ । ଏହା ପୂର୍ବରୁ ଅର୍ଥାତ ଏପ୍ରିଲ ମାସରେ ଆମେରିକାକୁ 738 ବିଲିୟନ ଡଲାର ମାସିକ ଘାଟା ହୋଇଥିଲା ।
ଚଳିତ ଆର୍ଥିକ ବର୍ଷ(1 ଅକ୍ଟୋବର 2019 ରୁ) ର ପ୍ରଥମ 9 ମାସରେ ଆମେରିକାର ବଜେଟର ନିଅଣ୍ଟ ମୋଟ 2,740 ବିଲିୟନ ଡଲାରରେ ପହଞ୍ଚିଛି। 9 ମାସର ଏହି ଅବଧି ପାଇଁ ଏହି ନିୟଣ୍ଟ ଏକ ବଡ ରେକର୍ଡ । ସେହି ଅନୁଯାୟୀ, ପୂରା ବର୍ଷର ନିଅଣ୍ଟ 3,700 ବିଲିୟନ ଡଲାରରେ ପହଞ୍ଚିପାରେ । ଆମେରିକା ସଂସଦ ଏ ନେଇ ଆକଳନ କରିଛି ।