ETV Bharat / business

ବେକାରୀ ଭତ୍ତା: ବିଶ୍ବ ବନାମ ଭାରତ - ଆମେରିରାରେ ବେକାରୀ ଭତ୍ତା

ବିଶ୍ବରେ ତାଣ୍ଡବ ରଚିଥିବା କୋରୋନା ଯୋଗୁଁ କେବଳ ଜୀବନ ନୁହେଁ ଜୀବିକା ବି ବିପଦରେ । ନିଯୁକ୍ତି ହ୍ରାସ ସହ ଛଟେଇ ବଢୁଛି । ଖର୍ଚ୍ଚ ପାଇଁ ପକେଟରେ ଟଙ୍କା ନାହିଁ । ଏପରି ସ୍ଥିତିରେ ଅର୍ଥନୀତି ଚିତପଟ୍ଟାଙ୍କ । ଲୋକଙ୍କ କ୍ରୟ କ୍ଷମତା ବୃଦ୍ଧି ସହ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ଶେଷରେ ବେକାରୀ ଭତ୍ତା ଆରମ୍ଭ ହୋଇଛି । ବିଶ୍ବର ବହୁ ପ୍ରମୁଖ ରାଷ୍ଟ୍ରରେ ବେକାରୀଙ୍କୁ ଭତ୍ତା ନେଇ ରିପୋର୍ଟ...

UMEMPLOYMENT ALLOWANCE
ବେକାରୀ ଭତ୍ତା: ବିଶ୍ବ ବନାମ ଭାରତ
author img

By

Published : Jun 2, 2020, 8:34 PM IST

କୋରୋନା ସଙ୍କଟରେ ଶୋଚନୀୟ ବିଶ୍ବ ଅର୍ଥନୀତି । ଦୁନିଆର ଅଭିବୃଦ୍ଧିଶୀଳ ରାଷ୍ଟ୍ର ଆମେରିକାରେ ମଧ୍ୟ ଏହାର ପ୍ରଭାବ ଗୁରୁତର । ସଂକ୍ରମଣ ରୋକିବାକୁ ଦେଶବ୍ୟାପି ଲକଡାଉନ ଜାରି ରହିଥିବା କାମ ଧନ୍ଦା ବନ୍ଦ ରହିଛି । ଆର୍ଥିକ କାର୍ଯ୍ୟକଳାପ ଠପ ଯୋଗୁଁ କ୍ଷତି ପରିମାଣ ବଢିଚାଲିଛି । ଏପେଟ ରୋଜଗାର ହରାଇ ଲକ୍ଷାଧିକ ଲୋକ ବେକାର ରହିଛନ୍ତି ।

ଆମେରିକାରେ ଭଳି ଉନ୍ନତ ଓ ସମୃଦ୍ଧଶାଳୀ ଦେଶରେ ବେକାରୀ ସମସ୍ୟା ମୁଣ୍ଡବିନ୍ଧା ପାଲଟିଛି । ଭାଇରସ ଠାରୁ ଯେପରି ଅଧିକ ମାତ୍ରାରେ ବେକାରୀ ସଂଖ୍ୟା ବଢିଚାଲିଛି । ସେମାନଙ୍କ ସହଯୋଗ ପାଇଁ ସରକାରଙ୍କ ପକ୍ଷରୁ ସହାୟତା ସହ ଭତ୍ତା ପ୍ରଦାନ କରାଯାଉଛି ।

କୋରୋନା ସଙ୍କଟ ମଧ୍ୟରେ ଆମେରିକାରେ ବେକାରୀ ହାର 80 ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ପାଖାପାଖୀ 3.8 କୋଟି ଲୋକ ବେକାରୀ ଭତ୍ତା ପାଇଁ ପଞ୍ଜିକୃତ କରିଛନ୍ତି । ଆମେରିକା ଶ୍ରମ ବିଭାଗ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁସାରେ ସରକାର ବେକାରୀମାନଙ୍କୁ ଭତ୍ତା ହିସାରେ 45 ହଜାର ଟଙ୍କା ଦେଉଛନ୍ତି । ଯେତେବେଳେ କି ଏଠାକାର ଅଧିକାଂଶ ଲୋକଙ୍କ ହାରାହାରୀ ମାସିକ ଦରମା 30 ହଜାର ଟଙ୍କା । ଏଭଳି ପରିସ୍ଥିତିରେ ସରକାର ସେହି କର୍ମଚାରୀଙ୍କ ରିପୋର୍ଟ ଲୋଡିଛନ୍ତି ଯେଉଁମାନଙ୍କୁ ଡାକିବା ସତ୍ତ୍ୱେ ଚାକିରୀକୁ ଆସୁନାହାଁନ୍ତି । ବାସ୍ତବରେ ବେକାରୀ ବୀମାର ଉଦ୍ଦେଶ୍ୟ ହେଉଛି ଏକ ନୂତନ ଚାକିରୀ ନ ମିଳିବା ପର୍ଯ୍ୟନ୍ତ ଚାକିରୀର କ୍ଷତି ପାଇଁ କ୍ଷତିପୂରଣ ଦିଆଯିବା । କରୋନା ସଙ୍କଟ ପରେ ଆମେରିକାରେ ବେକାରୀ ହାର 14.7% ରେ ପହଞ୍ଚିଛି। ଯାହାକି ଅତ୍ୟଧିକ ଅଟେ ।

ନ୍ୟୁଜଲ୍ୟାଣ୍ଡରେ ବି ଯେଉଁମାନେ ଚାକିରୀ ହରେଇଛନ୍ତି ସେମାନଙ୍କୁ ସାପ୍ତାହିକ 17360 ଟଙ୍କା ଭତ୍ତା ଦେବାକୁ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ଘୋଷଣା କରିଛନ୍ତି । ନ୍ୟୁଜଲ୍ୟାଣ୍ଡରେ ମଧ୍ୟ କୋରୋନା ସଂକ୍ରମଣ ପ୍ରତିହିତ ପାଇଁ ଲକଡାଉନ ସହ ସାମାଜିକ ଦୂରତ୍ବ ବଜାୟ ରଖିବାକୁ ସାମୂହିକ ଏକତ୍ର ଉପରେ କଟକଣା ଲଗାଯାଇଛି । ତେବେ ଅର୍ଥନୀତିକୁ ପୁଣି ବୁଷ୍ଟର ଦେବା ପାଇଁ ଏଠାରେ ରେଷ୍ଟୁରାଣ୍ଟ, ଇଣ୍ଡଷ୍ଟ୍ରିଜ ଆଦି ଖୋଲିବାକୁ ଅନୁମତି ଦିଆଯାଇଛି । ଏଥିସହ ବେକାରୀ ହାରକୁ 10 ପ୍ରତିଶତ ତଳେ ରଖିବାକୁ ଅର୍ଥନୀତି ଉପରେ ଅଧିକ ଖର୍ଚ୍ଚ କରିବାକୁ ସରକାର ଯୋଜନା କରୁଛନ୍ତି ।

ୱାଂସିଟନ : ଲୋକ କହିଥିଲେ - ଯଦି ଚାକିରୀ ନାହିଁ, ତେବେ ଘର ଭଡାରେ ମିଳିବ ନାହିଁ । ଆମେରିକା ରାଜଧାନୀ ୱାଂସିଟନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ନରୱେ: ଅସ୍ଥାୟୀ କର୍ମଚାରୀଙ୍କ ପାଇଁ 3.82 ଲକ୍ଷ ଟଙ୍କାର ଭତ୍ତା ଘୋଷଣା ହୋଇଛି । କୋରୋନାରେ ଏଠାରେ 235 ଜଣଙ୍କ ମୃତ୍ୟୁ ହୋଇଛି ।

ସ୍ପେନ: ସମସ୍ତ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ପାରିଶ୍ରମିକ ଦେବା ସହ ଅସ୍ଥାୟୀ କର୍ମଚାରୀଙ୍କୁ ଭତ୍ତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ପେନରେ କୋରୋନା ମାମଲା 2,82,480କୁ ବୃଦ୍ଧି ହୋଇଛି । ଏଥିରେ 26,837 ଜଣ ପ୍ରାଣ ହରାଇଛନ୍ତି ।

ଫ୍ରାନ୍ସ: କର୍ମଚାରୀଙ୍କୁ ଙ୍କୁ 84% ବେତନ ଭତ୍ତା । ସାଧାରଣ ଶ୍ରମିକମାନଙ୍କୁ 100% ଭତ୍ତା ଦେବାରି ଘୋଷଣା ହୋଇଛି ।

କାନାଡା: ବେକାରୀଙ୍କୁ ପ୍ରତି ମାସରେ 1,09,500 ଟଙ୍କା ଭତ୍ତା ସରକାର ଦେଉଛନ୍ତି ।

ବ୍ରିଟେନ: ସରକାରୀ ପାଣ୍ଠିରୁ 80 ପ୍ରତିଶତ ଶ୍ରମିକଙ୍କୁ ମାସିକ ଭତ୍ତା ଦେବାକୁ ଖର୍ଚ୍ଚ ହେଉଛି ।

ଭାରତରେ ବେକାରୀ ଭତ୍ତାର ସ୍ଥିତି -----

କୋଭିଡ-19 ସଙ୍କଟ ମଧ୍ୟରେ ଭାରତରେ ନିଯୁ୍କ୍ତି ହ୍ରାସ ହେବାରେ ଲାଗିଛି । ଲକଡାଉନ ଓ କଟକଣା କାରଣରୁ କାମଧନ୍ଦା ନ ପାଇ କୋଟି କୋଟି ଲୋକ ହାତ ବାନ୍ଧି ବସିଛନ୍ତି । ମେ 3 ସପ୍ତାହ ସମାପ୍ତ ସୁଦ୍ଧା ଦେଶରେ ବେକାରୀ ହାର ବୃଦ୍ଧି ପାଇ 27.11 ପ୍ରତିଶତରେ ପହଞ୍ଚିଛି । କୋରୋନା ସଙ୍କଟ ଆରମ୍ଭ ଅର୍ଥାତ ମଧ୍ୟ ମାର୍ଚ୍ଚରୁ ମେ 3 ମଧ୍ୟରେ ବେକାରୀ ହାର 7 ପ୍ରତିଶତ ବଢିଛି । ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି ଏ ନେଇ ରିପୋର୍ଟ ପ୍ରକାଶ କରିଛି ।

ରାଜ୍ୟଗୁଡିକର ବେକାରୀ ଭତ୍ତା ବ୍ୟବସ୍ଥା

ରାଜସ୍ଥାନ : ମୁଖ୍ୟମନ୍ତ୍ରୀ ଯୁବ ସମ୍ବଳ ଯୋଜନା ଅନୁଯାୟୀ ରାଜସ୍ଥାନ ସରକାର ବେକାରି ଭତ୍ତା ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଘୋଷଣା କରିଥିଲେ ଯେ, ଯୁବକମାନେ ମାସକୁ 3000ଟଙ୍କା ଓ ଯୁବତୀ ଓ ଦିବ୍ୟାଙ୍ଗ ପାଇଁ ମାସକୁ 3500ଟଙ୍କା ଲେଖାଏଁ ଭତ୍ତା ପାଇବେ। ତେବେ ଏହି ଯୋଜନା ପାଇଁ ଆବେଦନ କରୁଥିବା ପ୍ରାର୍ଥୀ ଯୋଗ୍ୟତା ସ୍ନାତକ ହେବା ସହ ତାଙ୍କ ପରିବାରର ବାର୍ଷିକ ଆୟ 2 ଲକ୍ଷରୁ କମ ହୋଇଥିବା ଦରକାର । ଏହି ଯୋଜନାର ଲାଭ ପାଇବା ପାଇଁ ପୁରୁଷଙ୍କ ବୟସ ସର୍ବନିମ୍ନ 30 ଓ ମହିଳାଙ୍କ ବୟସ 35 ହେବା ଆବଶ୍ୟକ ।

ସରକାରଙ୍କ ଅନୁଯାୟୀ 40,000 ଆବେଦନକାରୀଙ୍କୁ ପୂର୍ବରୁ ରହିଥିବା ଯୋଜନାରେ ଅନ୍ତର୍ଭୁକ୍ତ ହୋଇଛନ୍ତି । ଡିସେମ୍ବର 18ରୁ 2019 ଜୁଲାଇ ମଧ୍ୟରେ 83.32 କୋଟି ଟଙ୍କା ବେକାରୀ ଭତ୍ତା ବଣ୍ଟନ କରାଯାଇଛି ।

ତେଲେଙ୍ଗାନା: ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାୟ ଗତ ନିର୍ବାଚନ ବେଳେ ବେକାରୀ ଭତ୍ତା 3,016 ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଦେଶବର୍ଷ ପରେ ବି ଏହି ପ୍ରତିଶ୍ରୁତି ପୂରଣ ହୋଇନାହିଁ ।

ଲକଡାଉନ ପରେ ତେଲଙ୍ଗାନାରେ ବେକାରୀ ଯୁବପୀଢିଙ୍କ ସଂଖ୍ୟା ଦୁଇଗୁଣା ଅଧିକ ହୋଇଯାଇଛି । ପାଖାପାଖି 30 ଲକ୍ଷ ବେକାର ଯୁବକ, ଯେଉଁଥିରୁ ତେଲେଙ୍ଗାନା ରାଜ୍ୟ ଜନସେବା ଆୟୋଗରେ ପଞ୍ଜୀକୃତ ହୋଇଥିବା ସଂଖ୍ୟା ପ୍ରାୟ 24 ଲକ୍ଷ ରହିଛି ।

ପଞ୍ଜାବ: ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଙ୍କ ନେତୃତ୍ବରେ ପଞ୍ଜାବ ସରକାର 3 ବର୍ଷ ସରିଲେଣି । ହେଲେ ଏବେ ଯାଏଁ ମାସିକ 2500 ଟଙ୍କା ବେକାରୀ ଭତ୍ତା ପ୍ରତିଶ୍ରୁତିର ଚିହ୍ନବର୍ଣ୍ଣ ଦେଖିବାକୁ ମିଳିନି । 2017 ବିଧାନସଭା ନିର୍ବାଚନ ସମୟରେ ଏ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.