ETV Bharat / business

କୋରୋନା ସଙ୍କଟ: 5 ଲକ୍ଷ କୋଟି ଟଙ୍କା କ୍ଷତି ସହିପାରେ ପର୍ଯ୍ୟଟନ କ୍ଷେତ୍ର

author img

By

Published : Sep 10, 2020, 2:56 PM IST

କୋରୋନା ଭାଇରସ ମହାମାରୀ, ଭାରତୀୟ ଯାତ୍ରା ଓ ପର୍ଯ୍ୟଟନ ଉଦ୍ଯୋଗର ଅଣ୍ଟା ଭାଙ୍ଗି ଦେଇଛି । ଏହାର ପ୍ରଭାବ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳାରେ ପଡିଛି । ଏହା ଦ୍ବାରା ଉଦ୍ୟୋଗକୁ ପାଖାପାଖୀ 5 ଲକ୍ଷ କୋଟି ଟଙ୍କା କ୍ଷତି ଅନୁମାନ ଅଛି ।

କୋରୋନା ସଙ୍କଟ :  5 ଲକ୍ଷ କୋଟି କ୍ଷତି ସହିପାରେ ପର୍ଯ୍ୟଟନ ସେକ୍ଟର

ନୂଆଦିଲ୍ଲୀ: କୋରୋନା ସଙ୍କଟ ଯୋଗୁଁ ଘରୋଇ ପର୍ଯ୍ୟଟନ ଓ ଟ୍ରାଭେଲ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ । ଏଥିଯୋଗୁଁ ଏହି ସବୁ କ୍ଷେତ୍ରକୁ 5 ଲକ୍ଷ କୋଟି ଟଙ୍କା କ୍ଷତି ହେବା ଅନୁମାନ କରାଯାଇଛି । ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଓ ଆତିଥ୍ୟ ପରାମର୍ଶ କମ୍ପାନୀ Hotellivatte ରିପୋର୍ଟ ଅନୁସାରେ , କେବଳ ସଙ୍ଗଠିତ ପର୍ଯ୍ୟଟନ ସେକ୍ଟରକୁ ହିଁ 25 ଅରବ ଡଲାର କ୍ଷତି ହେବା ସମ୍ଭାବନା ରହିଛି ।

ରିପୋର୍ଟ ଅନୁସାରେ ‘ଭାରତୀୟ ପର୍ଯ୍ୟଟନ କ୍ଷେତ୍ର ସାମ୍ନାରେ ବଡ ସଙ୍କଟ ସୃଷ୍ଟି କରିଛି କୋରୋନା ମହାମାରୀ । ସଂକ୍ରମଣ ରୋକିବାକୁ ଲାଗୁ ଲକଡାଉନ ଓ କଟକଣା ଯୋଗୁଁ ସମସ୍ତ ଘରୋଇ, ଅନ୍ତରାଷ୍ଟ୍ରୀୟ ପର୍ଯ୍ୟଟନ ସେକ୍ଟର ଗତିବିଧି ଓ ଆୟ ବାଧାପ୍ରାପ୍ତ ହୋଇଛି । ସମସ୍ତ ପ୍ରକାର ପର୍ଯ୍ୟଟନ, ବିଳାସ, ଦୁଃସାହସିକ କାର୍ଯ୍ୟ, ଐତିହ୍ୟ, କ୍ରୁଜ୍, କର୍ପୋରେଟ ଇତ୍ୟାଦି ସବୁ ଉପରେ ପ୍ରଭାବ ପଡିଛି ।

ଅକ୍ଟୋବର ପହିଲା ଯାଏଁ ଲକଡାଉନ ଓ ଏଥିଯୋଗୁଁ ବଜାରରେ ଦେଖାଦେଇଥିବା ମନ୍ଥରତା ପ୍ରଭାବ ରହିବା ଅନୁମାନ ଥିଲା । ହେଲେ ଏବେ ତଥ୍ୟ ଆଉ କିଛି ଦର୍ଶାଉଛି । ବର୍ତ୍ତମାନ ସ୍ଥିତି ହିସାବରେ ଆସନ୍ତା ବର୍ଷ ଆରମ୍ଭ ଯାଏଁ ହୋଟେଲରେ ପାଖାପାଖୀ 30 ପ୍ରତିଶତ ରୁମ ଭରିବା ଆରମ୍ଭ ହେବ । ଏହାଦ୍ବାରା ହୋଟେଲ ଆୟରେ 80 ରୁ 85 ପ୍ରତିଶତ ଯାଏଁ ହ୍ରାସ ଦେଖାଦେବ ।

କୋରୋନା ଭାଇରସ ମହାମାରୀ, ଭାରୀତୀୟ ଯାତ୍ରା ଓ ପର୍ଯ୍ୟଟନ ଉଦ୍ଯୋଗର ଅଣ୍ଟା ଭାଙ୍ଗିଦେଇଛି । ଏହାର ପ୍ରଭାବ ସମ୍ପୂର୍ଣ୍ଣ ଯୋଗାଣ ଶୃଙ୍ଖଳାରେ ପଡିଛି । ଏହାଦ୍ବାରା ଉଦ୍ୟୋଗକୁ ପାଖାପାଖୀ 5 ଲକ୍ଷ କୋଟି ଟଙ୍କା କ୍ଷତି ଅନୁମାନ ଅଛି ବୋଲି ରିପୋର୍ଟ ପ୍ରକାଶ ହେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.