ETV Bharat / business

ଡଲାର ମଜବୁତ, ଏ ବର୍ଷ 75 ଛୁଇଁପାରେ ଟଙ୍କା - ଅଶୋଧିତ ତୈଳ ଦାମ

ଟଙ୍କାର ବିନିମୟ ମୂଲ୍ୟ ଲଗାତାର ହ୍ରାସ ପାଉଛି । କେବଳ ଟଙ୍କା ନୁହେଁ କୋରୋନା ମାଡରେ ଅସ୍ତବ୍ୟସ୍ତ ବିଶ୍ବର ପ୍ରାୟ ପ୍ରତିଟି ଦେଶର ମୁଦ୍ରା ମୂଲ୍ୟ କମିଛି । ଅଧିକ ପଢନ୍ତୁ..

reserve bank estimate rupee can be around 75 rupees per dollar in 2020-21
ଡଲାର ମଜବୁତ , ଏ ବର୍ଷ 75 ଛୁଇଁପାରେ ଟଙ୍କା
author img

By

Published : Apr 10, 2020, 7:03 PM IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ (2020-21) ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ପ୍ରାୟ 75 ନିକଟତର ହୋଇପାରେ । ଏହା ବ୍ୟତୀତ ଭାରତ ପାଇଁ ଅଶୋଧିତ ତୈଳ କ୍ରୟ ଦାମ ହାରାହାରି ବ୍ୟାରେଲ ପିଛା 35 ଡଲାର ରହିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏନେଇ ଅନୁମାନ କରିଛି ।

ଆରବିଆଇର ମୌଦ୍ରିକ ନୀତି ରିପୋର୍ଟରେ କୁହାଯାଇଛି ଯେ, ଜାନୁଆରୀ ମଧ୍ୟରୁ ଟଙ୍କାର ବିନିମୟ ମୂଲ୍ୟ ଲଗାତାର ହ୍ରାସ ପାଉଛି । କେବଳ ଟଙ୍କା ନୁହେଁ କୋରୋନା ମାଡରେ ଅସ୍ତବ୍ୟସ୍ତ ବିଶ୍ବର ପ୍ରାୟ ପ୍ରତିଟି ଦେଶର ମୁଦ୍ରା ମୂଲ୍ୟ କମିଛି । 2019 ଅକ୍ଟୋବର-ଡିସେମ୍ବରରେ ସାଙ୍କେତିତ ବିନିମୟ ଦର (ଟଙ୍କା ଓ ଡଲାର)ଆଧାରରେ ଟଙ୍କାର ମୂଲ୍ଯ ଖସିବ ବୋଲି ଆରବିଆଇ ଆକଳନ କରିଛି ।

ସେହିପରି ଭାରତ ପାଇଁ ଅଶୋଧିତ ତୈଳ କ୍ରୟର ହାରାହାରି ମୂଲ୍ୟ ଦେଖିବାକୁ ଗଲେ 2020-21 ମଧ୍ୟରେ ବ୍ୟାରେଲ ପିଛା 35 ଡଲାର ରହିବ । ଆରବିଆଇ ଅନୁଯାୟୀ 2019 ଅକ୍ଟୋବରରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦାମରେ ହ୍ରାସ-ବୃଦ୍ଧି ଜାରି ରହିଥିଲା । ଶେଷରେ ଆମେରିକା ଓଇରାନ ବିବାଦ ମଧ୍ୟରେ 2020 ଜାନୁଆରୀରେ ଅଶୋଧିତ ଦାମ ବଢିଲା । ପୁଣି ସାଉଦି ଆରବ ଓ ଋଣ ମଧ୍ୟରେ ଚାଲିଥିବା ପ୍ରାଇସ ୱାର ଯୋଗଁ ଦାମ ପ୍ରବଳ ମାତ୍ରାରେ ଖସିଛି ।

ମାର୍ଚ୍ଚ 9ରେ ବ୍ୟାରେଲ ପିଛା ଅଶୋଧିତ ତୈଳ ଆସି 32 ଡଲାରରେ ପହଞ୍ଚିଥିଲା ବେଳେ ମାର୍ଚ୍ଚରେ 30ରେ 23 ଡଲାର ରହିଥିଲା । ପୁଣି ଉତ୍ପାଦନ ହ୍ରାସ ସହମତି ଆଶାରେ ଏବେ ଅଶୋଧିତ ତୈଳ ଦାମ ବଢିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.