ନୂଆଦିଲ୍ଲୀ: ରାଷ୍ଟ୍ରାୟତ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଛାଟ । ସୂଚନା ପ୍ରଦାନରେ ବିଳମ୍ବ ଯୋଗୁଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା ଉପରେ 50-50 ଲକ୍ଷର ଜୋରିମାନା ଲଗାଇଛି ଦେଶର ସର୍ବୋଚ୍ଚ ବ୍ୟାଙ୍କ ।
ସେୟାରବଜାରକୁ ପଠାଯାଇଥିବା ରିପୋର୍ଟରୁ ଜଣାପଡିଛି ଯେ, କିଙ୍ଗଫିସର ଏୟାରଲାଇନ୍ସର ଏକ ଋଣ ଖାତା ଠକେଇର ସୂତନା ଦେବାରେ ବିଳମ୍ବ ହୋଇଥିଲା । ଏଥିଯୋଗୁଁ ଆରବିଆଇ ପିଏନବି ଠାରୁ ପୂରା 50 ଲକ୍ଷ ତଣ୍ଡ ଆଦାୟ କରିଛି । ସେହିପରି ଏପରି ଏକ ମାମଲାରେ ବ୍ୟାଙ୍କ ଅଫ ବରୋଦା ମଧ୍ୟ ସମୃକ୍ତ ଥିବାରୁ ତା ଉପରେ ମଧ୍ୟ 50 ଲକ୍ଷ ଜୋରିମାନା ଲଗାଯାଇଛି ।
ସୂଚନା ପ୍ରଚାନରେ ଅନିୟମତା ଓ ଲାଗୁ ହୋଇଥିବା ନିୟାମବଳୀରେ ବିଳମ୍ବ ଯୋଗୁଁ ଆରବିଆଇ ଏଭଳି କଠୋର ପଦକ୍ଷେପ ନେଇଛି ।