ETV Bharat / business

ସଙ୍କଟରେ ଭାରତୀୟ ଅର୍ଥବ୍ୟବସ୍ଥା, ଚେତାଇଲେ ରାଜନ - ରଘୁରାମରାଜନ ଅର୍ଥବ୍ୟବସ୍ଥା

ଦେଶର ରାଜକୋଷୀୟ ଘାଟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଆରବିଆଇ ପୂର୍ବ ଗଭର୍ଣ୍ଣର ରଘୁରାମ ରାଜନ । କେବଳ ଜଣେ ବ୍ୟକ୍ତି ଅର୍ଥବ୍ୟବସ୍ଥା ନେଇ ନିର୍ଣ୍ଣୟ ନେଲେ ଏହା ବିପଦପୂର୍ଣ୍ଣ ରହିବ ବୋଲି ରାଜନ କହିଛନ୍ତି ।

ରଘୁରାମ ରାଜନ
author img

By

Published : Oct 13, 2019, 4:28 AM IST

ନୂଆଦିଲ୍ଲୀ: ଭାରତ ଭଳି ଏକ ବୃହତ୍ତ ଅର୍ଥବ୍ୟବସ୍ଥାକୁ କେବଳ ଜଣେ ବ୍ୟକ୍ତି ଚଲାଇପାରିବ ନାହିଁ । ଯାହାର ଜ୍ବଳନ୍ତ ଉଦାହରଣ ସମସ୍ତଙ୍କ ଆଖି ଆଗରେ । ଏଣୁ ଜଣେ ବ୍ୟକ୍ତି ସମସ୍ତ ନିର୍ଣ୍ଣୟ ନେବା ଅର୍ଥନୀତି ପ୍ରତି ବିପଦ ସାବ୍ୟସ୍ତ ହେବ। ଶନିବାର ଏନେଇ ଆରବିଆଇ ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ବ୍ରାଉନ ୟୁନିଭର୍ସିଟିରେ କହିଛନ୍ତି ।

ଏଥିସହ ସେ ରାଜକୋଷୀୟ ଘାଟା ନେଇ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି । ‘ଅର୍ଥବ୍ୟବସ୍ଥା ପ୍ରତି ରହିଥିବା ଦୃଷ୍ଟିକୋଣରେ ଅନିଶ୍ଚିତତା ଯୋଗୁଁ ଦେଶ ମାନ୍ଦାବସ୍ଥା ଭିତରେ ଗତି କରୁଛି । ବିଗତ ବହୁ ବର୍ଷ ଧରି ଭଲ ପ୍ରଦର୍ଶନ କରିଆସୁଥିବା ଭାରତୀୟ ଅର୍ଥବ୍ୟବସ୍ଥାକୁ ଏବେ ସଙ୍କଟକୁ ଠେଲି ଦିଆଯାଇଛି ।

2016 ପ୍ରଥମ ତ୍ରୈମାସରେ ଅଭିବୃଦ୍ଧି ଦର 9 ପ୍ରତିଶତ ରହିଥିଲା । ହେଲେ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ମାତ୍ର 5 ପ୍ରତିଶତ ରହିଛି । ଯାହାକି 6 ବର୍ଷରେ ସର୍ବନିମ୍ନ । ଦ୍ବିତୀୟ ତ୍ରୈୟମାସରେ ଏହା 5.3 ପ୍ରତିଶତ ପାଖାପାଖି ରହିବା ନେଇ ଆଶା ରହିଛି ବୋଲି ରାଜନ ଦର୍ଶାଇଛନ୍ତି ।

Intro:Body:

bhakti

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.