ETV Bharat / business

ଅର୍ଥନୀତିକୁ ନେଇ 2020 ଶିଖାଇଥିବା 3 ଗୁରୁତ୍ବପୂର୍ଣ୍ଣ ଶିକ୍ଷା - ଅର୍ଥନୀତିରେ 3 ଗୁରୁତ୍ବପୂର୍ଣ୍ଣ ଶିକ୍ଷା

2021 ପାଇଁ ଆର୍ଥିକ ଯୋଜନା କରୁଥିଲେ ଗତବର୍ଷ ଅର୍ଥାତ୍‌ 2020 ମସିହା ଶିଖାଇଥିବା ଏହି ତିନୋଟି ଗୁରୁତ୍ବପୂର୍ଣ୍ଣ ଶିକ୍ଷା ସମ୍ପର୍କରେ ନିଶ୍ଚିତ ଜାଣନ୍ତୁ...

Planning finances for 2021? Take these three lessons from 2020
ଅର୍ଥନୀତିରେ ଗତବର୍ଷ ଶିଖାଇଥିବା 3 ଗୁରୁତ୍ବପୂର୍ଣ୍ଣ ଶିକ୍ଷା
author img

By

Published : Jan 1, 2021, 7:22 PM IST

ହାଇଦ୍ରାବାଦ: ଗତବର୍ଷ ଅର୍ଥାତ୍‌ 2020 ମସିହା ବିଭିନ୍ନ କାରଣ ପାଇଁ ସମସ୍ତଙ୍କର ସ୍ମରଣୀୟ ହୋଇ ରହିବ । ତେବେ ତାହା ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ହେଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ହେଉ । ଅର୍ଥନୀତି ଦିଗରେ ଦେଖିଲେ କୋରୋନା ମହାମାରୀ ଏକ ବୃହତ ଆର୍ଥିକ ସଙ୍କଟ ସୃଷ୍ଟି କରିଥିଲା ଯାହା ପ୍ରାୟ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇଥିଲା । ସଞ୍ଚୟ ପଦ୍ଧତି ସହିତ ସର୍ବଦା ଭାରତୀୟମାନେ ଜଡିତ ରହିଥିଲେ ମଧ୍ୟ ଖରାପ ଆର୍ଥିକ ଯୋଜନା ହେତୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ତେବେ ଭବିଷ୍ୟତରେ ଏଭଳି ଆର୍ଥିତ ସଙ୍କଟରୁ ରକ୍ଷା ପାଇବାକୁ ହେଲେ ଏହି 3ଟି ଶିକ୍ଷାକୁ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ ।

1. ଜରୁରୀକାଳୀନ ପାଣ୍ଠି ସୃଷ୍ଟି କରିବା ଆବଶ୍ୟକ:-

  • କୌଣସି ଡାକ୍ତରୀ କିମ୍ବା ଆର୍ଥିକ ଜରୁରୀକାଳୀନ ପରିସ୍ଥିତି ପାଇଁ ଏହି ଅର୍ଥକୁ ସଞ୍ଚୟ କରିବା ଆବଶ୍ୟକ । କିନ୍ତୁ ଏହାର ଅର୍ଥ ନୁହେଁ ସଞ୍ଚୟ ଆକାଉଣ୍ଟରେ ଅଲଗା ଭାବରେ ଅର୍ଥକୁ ସଞ୍ଚୟ କରିବା । ଏହାର ଅର୍ଥ ଏପରି ଭାବରେ ଅର୍ଥ ବିନିଯୋଗ କରିବା ଉଚିତ ଯାହା ଦ୍ବାରା ଏକ ଭଲ ରିଟର୍ଣ୍ଣ ସୃଷ୍ଟି କରିହେବ । ସ୍ବଳ୍ପ ସମୟ ଅବଧି ମଧ୍ୟରେ ଟଙ୍କା ସଞ୍ଚୟ କଲେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ବିନିଯୋଗ କରାଯାଇପାରିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଭାଇରାଲ ଭଟ୍ଟ କହିଛନ୍ତି ।
  • ତେବେ ଜରୁରୀକାଳୀନ ପାଣ୍ଠି ପାଇଁ କେତେ ପରିମାଣ ଯଥେଷ୍ଟ ତାହା ଜାଣିବା ମଧ୍ୟ ଜରୁରୀ । ଜରୁରୀକାଳୀନ ପାଣ୍ଠି ଭାବରେ ମାସିକ ଆୟର 3-5 ଗୁଣ ଅର୍ଥକୁ ଏହି ପାଣ୍ଠିରେ ସଞ୍ଚୟ କରି ରଖିବା ପାଇଁ ଭଟ୍ଟ ପରାମର୍ଶ ଦେଇଛନ୍ତି । ଅଧିକ ରୋଜଗାର ଥିବା ଲୋକ ମାସିକ ଆୟର 5-6 ଗୁଣ କିମ୍ବା ବାର୍ଷିକ ଆୟର 2-3 ଗୁଣ ଅର୍ଥକୁ ସଞ୍ଚୟ କରିପାରିବେ । ତେବେ ହଠାତ୍ ଚାକିରି ହରାଇଲେ ଏହି ପାଣ୍ଠି କିଛି ମାସ ପାଇଁ ଭଡା, EMI, ଶିକ୍ଷା ସମ୍ବନ୍ଧୀୟ ଫି, ସ୍ବାସ୍ଥ୍ୟ ବିଲ୍ ଇତ୍ୟାଦି ପରିଚାଳନା କରିପାରିବାରେ ସହାୟକ ହେବ ।

2. ବିପଦ ସମ୍ପର୍କିତ ଯୋଜନା:-

ବିପଦ ଯୋଜନାରେ ମୁଖ୍ୟତଃ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଏବଂ ଜୀବନ ବୀମାକୁ ଅନ୍ତର୍ଭୁକ୍ତ କରିବା ଉଚିତ | କୋଭିଡ-19 ସମୟରେ ସ୍ବାସ୍ଥ୍ୟକ୍ଷେତ୍ରରେ ବିପୁଳ ପରିମାଣରେ ଅର୍ଥ ଖର୍ଚ୍ଚ ହୋଇଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ପାଇଁ ପଇସା ସଞ୍ଚୟ କରିବା ଆବଶ୍ୟକ । ତେବେ ଦେଶରେ ହସ୍ପିଟାଲରେ ଖର୍ଚ୍ଚ ହେଉଥିବା ଅର୍ଥକୁ ଧ୍ୟାନରେ ରଖି ସ୍ବାସ୍ଥ୍ୟକ୍ଷେତ୍ରରେ ବୀମା କରିବା ନିହାତି ଜରୁରୀ । ଜୀବନ ବୀମା କ୍ଷେତ୍ରରେ ମଧ୍ୟ ଭଟ୍ଟ ଲୋକମାନଙ୍କୁ ସେମାନଙ୍କର HLV ବା ମାନବ ଜୀବନ ମୂଲ୍ୟ ଉପରେ ଏକ ସଞ୍ଚୟ ପାଣ୍ଠି ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

3. ସମ୍ପତ୍ତି ବଣ୍ଟନ:-

  • ଲକଡାଉନର ପ୍ରଥମ ମାସରେ ଅର୍ଥନୀତି ଗଭୀର ଭାବେ ପ୍ରଭାବିତ ହୋଇଥିଲା । ବଣ୍ଡ ବଜାରରେ ମଧ୍ୟ ଚଳିତ ବର୍ଷ 14 ବିଲିୟନ ଡଲାରର ବିପୁଳ ପରିମାଣର ପ୍ରବାହ ଦେଖିବାକୁ ମିଳିଛି । ସୁନା ଓ ରୂପା ମୂଲ୍ୟ ହଠାତ୍‌ ବୃଦ୍ଧି ପାଇବା ସହିତ ତୀବ୍ର ହ୍ରାସ ଘଟିଥିଲା । ତେବେ ପୁଞ୍ଜି ବିନିଯୋଗର ବିବିଧକରଣ ପ୍ରକୃତରେ ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି ଅର୍ଥନୈତିକ ବିଶେଷଜ୍ଞ ଭଟ୍ଟ କହିଛନ୍ତି । ତେବେ ଗୋଟିଏ ସ୍ଥାନରେ ସମସ୍ତ ଅର୍ଥକୁ ସଞ୍ଚୟ କରିବା ଉଚିତ ନୁହେଁ ।
  • ତେବେ ମହାମାରୀ ଏପର୍ଯ୍ୟନ୍ତ ସମାପ୍ତ ହୋଇ ନାହିଁ ଏବଂ ବିପଦ ଅଧିକ ଚାଲୁ ରହିଛି ବୋଲି ସମସ୍ତେ ବିଚାରକୁ ନେଇ 2021 ଆର୍ଥିକ ଯୋଜନାରେ ଆବଶ୍ୟକୀୟ ପରିବର୍ତ୍ତନ କରିବା ଉଚିତ । ଏହାଦ୍ବାରା ଭବିଷ୍ୟତରେ ଯେକୌଣସି ଅସୁବିଧାକୁ ମୁକାବିଲା କରିବା ସହଜ ହେବ ବୋଲି ଭଟ୍ଟ ପରାମର୍ଶ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.