ETV Bharat / business

ଆଚରଣ ବିଧି ଲାଗୁ ପରେ ବି ନୂଆ ନିୟମ, ମନରେଗା ମଜୁରି ବୃଦ୍ଧି - rupee

ଓଡିଶା ସମେତ ବିଭିନ୍ନ ରାଜ୍ୟରେ 1ରୁ 17 ଟଙ୍କା ପର୍ଯ୍ୟନ୍ତ ବଢିଛି ମନରେଗା ମଜୁରି । କେନ୍ଦ୍ରୀୟ ବିକାଶ ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବୃଦ୍ଧି କରାଯାଇଛି ।

ପ୍ରତିକାତ୍ମକ ଫଟୋ
author img

By

Published : Apr 3, 2019, 3:01 PM IST

ନୂଆଦିଲ୍ଲୀ: ନିର୍ବାଚନୀ ମୁହୁର୍ତ୍ତରେ ଶ୍ରମିକଙ୍କୁ ବଡ ଭେଟି । ବଢିଲା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ମଜୁରୀ । ଓଡିଶା ସମେତ ବିଭିନ୍ନ ରାଜ୍ୟରେ 1ରୁ 17 ଟଙ୍କା ପର୍ଯ୍ୟନ୍ତ ବଢିଛି ମନରେଗା ମଜୁରି । କେନ୍ଦ୍ରୀୟ ବିକାଶ ଗ୍ରାମୀଣ ମନ୍ତ୍ରାଳୟ ପକ୍ଷରୁ ଏହାକୁ ବୃଦ୍ଧି କରାଯାଇଛି ।

ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି କିଛି ରାଜ୍ୟକୁ ଛାଡିଲେ ପ୍ରାୟ ରାଜ୍ୟ ଗୁଡିକରେ ମଜୁରି ବୃଦ୍ଧି ପାଇଛି । ଖାସ କରି ଉତ୍ତର ପୂର୍ବାଞ୍ଚଳର ମିଜୋରାମ, ନାଗାଲାଣ୍ଡ ଓ ମଣିପୁର ଆଦି ରାଜ୍ୟରେ ମଜୁରି ଅଧିକା ବଢିଛି । ମିଜୋରାମରେ 17 ଟଙ୍କା ବଢିଥିବା ବେଳେ ଓଡିଶାରେ 6 ଟଙ୍କା ଅଧିକା ବୃଦ୍ଧି ପାଇଛି ।

ତେବେ ଆଗକୁ ଲୋକସଭା ନିର୍ବାଚନ ରହିଥିବା ବେଳେ ଏପରି ସମୟରେ ମଜୁରି ବୃଦ୍ଧି ଏକ ବଡ ବିବାଦ ସୃଷ୍ଟି କରୁଛି । ନିର୍ବାଚନ ଆଚରଣ ବିଧି ଲାଗିଥିଲେ ସୁଦ୍ଧା ନୂଆ ନିୟମ ଲାଗୁ କରିବାକୁ ନେଇ ବିରୋଧୀ ଦର ସ୍ୱର ଉଠାଇଛନ୍ତି ।

ସ୍ଲଗ- ଟିକେଟ ଘୋଷଣା ପରେ ଅସନ୍ତୁଷ୍ଟ କର୍ମୀଙ୍କ ଲଙ୍କାକାଣ୍ଡ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 1/04/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଭାବେ ପୁଣି ଥରେ ନିତ୍ୟାନନ୍ଦ ସାହୁଙ୍କ ନାମ ଘୋଷଣା ପରେ ଅସନ୍ତୁଷ୍ଟ କର୍ମୀଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ କର୍ମୀମାନେ ରାସ୍ତାରେ ବ୍ୟାନର ଓ କୁଶପୁ8 ଦାହ କରିଥିବା ଦେଖିବାକୁ ମିଳିଥିଲା।
ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇବାକୁ ପ୍ରସ୍ତୁତ ହୋଇଥିବା ଆଶାୟୀ ପ୍ରାର୍ଥୀ ଓ ଅସନ୍ତୁଷ୍ଟ କର୍ମୀ ମାନେ ଜଳାପୋଡା କରିଥିଲେ। ବିସ୍ତାର ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଆଜି ସନ୍ଧ୍ୟାରେ ନାମ ଘୋଷଣା କରାଯାଇଛି। ଏହି ଖବର ପ୍ରସାରଣ ପରେ ଅସନ୍ତୁଷ୍ଟ କର୍ମୀମାନେ ବାଲେଶ୍ଵର ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା, ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।  ଜଣେ ଅପାରଗ ପ୍ରାର୍ଥୀ କେମିତି ନିଷ୍ପତି ହେଲା ବୋଲି ଅଭିଯୋଗ ହୋଇଛି।
ପ୍ରକାଶ ଥାଉକି, ଆଶାୟୀ ପ୍ରାର୍ଥୀ ମଧ୍ୟରେ ବସ୍ତା ବ୍ଲକରୁ ମହାଦେବ ଦାସ , ବିଧାୟକ ନିତ୍ୟାନନ୍ଦ ସାହୁ ଓ ସାଂସଦଙ୍କ ଧର୍ମପତ୍ନୀ ସୁବାସିନୀ ଜେନା ଥିବା ବେଳେ ବାଲିଆପାଳ ବ୍ଲକରୁ ଜିଲ୍ଲାପରିଷଦ ରବିନ୍ଦ୍ରନାଥ ଅଣ୍ଡିଆଙ୍କ ନାମ ଚର୍ଚ୍ଚା ରେ ରହିଥିଲା।
ବ୍ଲକର ୨୮ ଗୋଟି ପଞ୍ଚାୟତ ରେ ତାଙ୍କର ଲୋକ ସମ୍ପର୍କ ଭଲ ଥିଲା । କର୍ମୀମାନେ ମଧ୍ୟ ଶ୍ରୀ ଅଣ୍ଡିଆ ଙ୍କୁ ବିଧାୟକ ପଦରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଉତ୍ସାହିତ କରିଆସୁଥିଲେ । ଶ୍ରୀ ଅଣ୍ଡିଆ ମଧ୍ୟ ନିଜକୁ ପ୍ରତିଷ୍ଠିତ କରିବା ପାଇଁ ବାଲିଆପାଳ ଠାରୁ ଭୂବନେଶ୍ବର ପର୍ଯ୍ୟନ୍ତ ଦଳୀୟ କତୃପକ୍ଷ ଙ୍କ ନିକଟରେ ନିଜର ଗୁହାରି ସହିତ ,ଟିକଟ ପାଇବାର ଚେଷ୍ଟା ଜାରି ରଖିଥିଲେ ।ହେଲେ ଟିକଟ ନମିଳିବାରୁ ତାଙ୍କର କର୍ମୀ ମାନେ ବାଲିଆପାଳ ସ୍ଥିତ ବିଜେଡି କାର୍ଯ୍ୟାଳୟ କୁ ଭଙ୍ଗାରୁଜା ସହ ସାଂସଦ ଓ ମୂଖ୍ୟମନ୍ତ୍ରୀ ଙ୍କ ର ଫଟୋକୁ ରାସ୍ତା ଉପରେ ରଖି ନିଆଁ ଲଗାଇ ଥିଲେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.