ନୂଆଦିଲ୍ଲୀ: ବିଶ୍ବରେ ଅର୍ଥନୈତିକ ଅଭିବୃଦ୍ଧି ବେଶ ଧୀମା ପରିଲକ୍ଷିତ ହୋଇଛି। ଅର୍ଥନୈତିକ ତାରତମ୍ୟ ଓ ଏଥିରେ ଥିବା ବୃହତ ବ୍ୟବଧାନ ସାରା ବିଶ୍ବ ପାଇଁ ଏକ ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରିଛି। 2030 ସୁଦ୍ଧା ବିକାଶର ଶୀର୍ଷରେ ପହଞ୍ଚିବା ପାଇଁ ମାନବ ବିକାଶ ସୂଚକାଙ୍କ ବିଶ୍ବର ବିଭିନ୍ନ ରାଷ୍ଟ୍ର ପାଇଁ ସମସ୍ୟା ସୃଷ୍ଟି କରିବ।
ଯେତେବେଳେ ଅର୍ଥନୈତିକ ପ୍ରବୃତ୍ତିରେ ପରିବର୍ତ୍ତନ ଦ୍ବାରା ସାମାଜିକ, ଅର୍ଥନୈତିକ ଓ ପାରିବେଶିକ ସ୍ଥିତିରେ ପରିବର୍ତ୍ତନ ଦେଖାଯାଏ। ଏହା ଦ୍ବାରା ଏକ ପ୍ରଭାବଶାଳୀ ନୀତି ତିଆରି କରିହୁଏ ବୋଲି ଗତ ମାର୍ଚ୍ଚ ମାସରେ ମାନବ ବିକାଶ ସୂଚକାଙ୍କ ନିର୍ଦ୍ଦେଶକ ପ୍ରକାଶ କରିଥିଲେ। ଏହା ସହ ନିର୍ଦ୍ଦେଶକ ମାନବ ସୂଚକାଙ୍କର ଅନ୍ୟ ଏକ ଦିଗକୁ ପ୍ରକାଶ କରିଥିଲେ। ଯେଉଁଥିରେ ଅନିଚ୍ଛାକୃତ ଭାବରେ ଶିକ୍ଷା, ସ୍ବାସ୍ଥ୍ୟ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଓ ବିତ୍ତୀୟ ଅସମାନତା ଗୁଡିକ ଜାଣିବା ସହ ବିତ୍ତୀୟ ଓ ପାରିବେଶିକ ସମସ୍ୟାକୁ ଧ୍ୟାନ ଦେଇଥିଲେ । ସେହି ପ୍ରସଙ୍ଗରେ ଭାରତ ଦଶନ୍ଧିର ନିମ୍ନ ଓ ମଧ୍ୟ ଆୟକାରୀ ରାଷ୍ଟ୍ର ହୋଇଥିବାରୁ ଏହି ରିପୋର୍ଟ ଭାରତର ମୂଳ କାରଣ ଗୁଡିକର ଖୁଲାସା କରିଥାଏ।
ଭାରତ ମାନବ ବିକାଶ ସୂଚକାଙ୍କରେ ସୂଚୀରେ 129 ତମ ସ୍ଥାନରେ ରହିଛି । ଏହା ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଭଲ ପ୍ରଦର୍ଶନ କରିଛି। ଏହି ସୂଚୀରେ ନରୱେ ପ୍ରଥମ ସ୍ଥାନରେ ରହିଥିବା ବେଳେ ସ୍ବିଜରଲାଣ୍ଡ ଦ୍ବିତୀୟ ଓ ଆୟାର୍ଲାଣ୍ଡ ତୃତୀୟ ସ୍ଥାନରେ ରହିଛି। ସେହିପରି ଭାରତର ପଡୋଶୀ ରାଷ୍ଟ୍ରଙ୍କ ମଧ୍ୟରେ ଶ୍ରୀଲଙ୍କା 71ତମ ସ୍ଥାନରେ ରହିଥିବା ବେଳେ ଚୀନ 85, ଭୂଟାନ 134, ବାଂଲାଦେଶ 135, ନେପାଳ 147 ଓ ପାକିସ୍ତାନ 152 ତମ ସ୍ଥାନରେ ରହିଛନ୍ତି । ଜୀବନ କାଳ, ଶିକ୍ଷା ଓ ମୁଣ୍ଡପିଛା ଆୟରେ ହାରାହାରି ପ୍ରଗତିକୁ ଭିତ୍ତି କରି ଏହି ସୂଚକାଙ୍କ ପ୍ରକାଶ କରାଯାଏ। 1990-2018 ମସିହା ମଧ୍ୟରେ ଭାରତ ଦକ୍ଷିଣ ଏସିଆରୁ 46 ପ୍ରତିଶତ ଅଭିବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ଅସମାନତା ଓ ଖରାପ ରେକର୍ଡର ପ୍ରଭାବ ପ୍ରଗତିର ଫଳାଫଳ ଉପରେ ପଡିଥିବା ଦେଖିବାକୁ ମିଳିଛି। ଯାହାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅଗ୍ରାହ୍ୟ କରିପାରିବେ ନାହିଁ।
ବର୍ତ୍ତମାନ ସ୍ଥିତିରେ ସାମାଜିକ ନ୍ୟାୟ ପ୍ରଦାନ ଓ ଅସମାନତା ଦୂରୀକରଣ ଉପରେ ଧ୍ୟାନ ଦେବା ଆବଶ୍ୟକ ହୋଇପଡିଛି। ଅର୍ଥନୈତିକ ବିକାଶକୁ ତ୍ବରାନ୍ବିତ କରିବା ପାଇଁ ଦାରିଦ୍ର୍ୟ ଓ ବେକାରୀ ଦୂରୀକରଣ ଭଳି ପଦକ୍ଷେପ ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ପ୍ରଥମ ପଞ୍ଚବାର୍ଷିକ ଯୋଜନାରେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ନିର୍ଦ୍ଦେଶ ଦେଇଥିଲେ । ଭାରତ 12ଟି ପଞ୍ଚବାର୍ଷିକ ଯୋଜନା ଓ 14ଟି ଅର୍ଥ କମିଶନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ବିଭିନ୍ନ ନୀତି ପ୍ରଣୟନ ତଥା ବିତ୍ତୀୟ ସମର୍ଥନର ଅସମାନତା ଦେଶର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିଛି।
2005 ମସିହାରୁ ଭାରତର ମୁଣ୍ଡପିଛା ଆୟ ବୃଦ୍ଧି ପାଇଛି। ଦାରିଦ୍ର୍ୟ ହ୍ରାସ ପାଇବାରୁ ଜିଡିପି (ସମୁଦାୟ ଘରୋଇ ଉତ୍ପାଦ) ଦୁଇଗୁଣ ବୃଦ୍ଧି ପାଇଛି । ଏହା ଦ୍ବାରା ଦରିଦ୍ରଙ୍କ ସଂଖ୍ୟାରେ 27 କୋଟି ହ୍ରାସ ପାଇଛି। ଏକ ସର୍ଭେରୁ କୌତୁହଳପୂର୍ଣ୍ଣ ଭାବେ ସମଗ୍ର ବିଶ୍ବର 130ଟି ଅତି ଗରିବଙ୍କ ମଧ୍ୟରେ ଭାରତରେ 28 ପ୍ରତିଶତ ରହିଛନ୍ତି। 2000-18 ମଧ୍ୟରେ ଏହା ଜଣାପଡିଛି କି ଦେଶର ହାରାହାରି ଆୟ ତୁଳନାରେ ଦେଶର 40 ପ୍ରତିଶତ ନିମ୍ନ ବର୍ଗଙ୍କ ଆୟ ଅଭିବୃଦ୍ଧିହାର ବେଶ କମ। ଏହି ସମସ୍ୟା ଉତ୍ତମ ସ୍ବାସ୍ଥ୍ୟ ସେବା, ଶିକ୍ଷା ଓ ସୁଯୋଗରେ ଅଭାବ ଯୋଗୁଁ ଏପରି ହୋଇଥିବା ଜଣାଯାଇଛି। ଯାହା ଫଳରେ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ପାଇଁ ଯୋଜନାକୁ ଗୋଟିଏ ଜଳପୂର୍ଣ୍ଣ ପାତ୍ରରେ ଛୋଟ କଣାଟିଏ କରିବା ପରି ମନେ ହେଉଛି ।
ସେହିପରି ପ୍ରତ୍ୟେକ୍ଷ ସୁବିଧା ଯୋଗାଣ କରାଯାଉଥିଲେ ମଧ୍ୟ ସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଏକାଧିକ ଯୋଜନା ସତ୍ତ୍ବେ ଭାରତ ମାତ୍ର 4 ପ୍ରତିଶତ ଦାରିଦ୍ର୍ୟ ସୀମାରେଖା ଅତିକ୍ରମ କରିପାରିଛି । ତେଣୁ ସରକାର ବିଧିବଦ୍ଧ ଭାବରେ ଯୋଜନା ପ୍ରଣୟନ କରିବା ସହ ଦୁର୍ନୀତି ରୋକିବାର ସମର୍ଥ ହେଲେ ଦେଶ ବିକାଶ ପଥରେ ଅଗ୍ରଗତି କରିବ।