ETV Bharat / business

ଆର୍ଥିକ ଅସମାନତା: ଭାରତ ବଜେଟରୁ ଅଧିକ 63 ଅରବପତିଙ୍କ ସମ୍ପତ୍ତି - ଆର୍ଥିକ ଅସମାନତା:

‘ ତେଲିଆ ମୁଣ୍ଡରେ ତେଲ’ । ଓଡିଆ ଭାଷାରେ ରହିଥିବା ଏ ରୁଢି ଭାରତୀୟ ଅର୍ଥନୀତି ପାଇଁ ପ୍ରଯୁଜ୍ୟ । ଏଠାର ଧନୀ ଆହୁରୀ ଧନୀ ହେଉଛି । ଆଉ ଗରିବ ସେମିତି ଅଭାବ ଅନଟନରେ ଦିନ କାଟୁଛି । ଅକ୍ସଫାମ ରିପୋର୍ଟରେ ପ୍ରକାଶିତ ଏହି ତାରତମ୍ୟ ଦେଶ ମେରୁଦଣ୍ଡ ଦୁର୍ବଳ କରିଦେଇଛି ।

Indias richest 1% hold 4times more wealth than poorest 70
ଆର୍ଥିକ ଅସମାନତା: ଭାରତ ବଜେଟରୁ ଅଧିକ 63 ଅରବପତିଙ୍କ ସମ୍ପତ୍ତି
author img

By

Published : Jan 20, 2020, 8:21 PM IST

ନୂଆଦିଲ୍ଲୀ: ଭାରତର 63 ଅରବପତିଙ୍କ ସମ୍ପତ୍ତି 2028-19ର ବଜେଟ( 24,42,200 କୋଟି)ଠାରୁ ଅଧିକ । ଏଥିସହ ଏହି 1 ପ୍ରତିଶତ କୁବେରଙ୍କ ଧନକୁ ମିଶାଇଲେ ତାହା ଦେଶର ମୋଟ ଜନସଂଖ୍ୟାର 70 ପ୍ରତିଶତ( 95.3 କୋଟି) ଗରିବଙ୍କ ସମ୍ପତ୍ତି ଠାରୁ ବି 4 ଗୁଣା ଅଧିକା । ଦେଶରେ ଆର୍ଥିକ ଅସମାନତାର ଏଥିରୁ ସ୍ପଷ୍ଟ ପ୍ରତିଫଳିତ ହେଉଛି ।

ଅକ୍ସଫାମ ପକ୍ଷରୁ ବିଶ୍ବ ଅର୍ଥନୈତିକ ଫୋରମ(ଡବ୍ଲ୍ୟୁଇଏଫ)ର 50 ତମ ବାର୍ଷିକ ବୈଠକରେ ଜାରି ‘ଟାଇମ ଟୁ କେୟାର ’ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି । ଏହା ଅନୁଯାୟୀ ଦେଶର ସମସ୍ତ ଅରବପତିଙ୍କ ସମ୍ପତ୍ତି ଦେଶର ବାର୍ଷିକ ବଜେଟ ଠାରୁ ମଧ୍ୟ ଅଧିକ ।

ଏଥିସହ ରିପୋର୍ଟରେ କୁହାଯାଇଛି ଯେ, ଦୁନିଆର 60 ପ୍ରତିଶତ (4.6 ଅରବ) ଜନତାଙ୍କ ପାଖରେ ଥିବା ସମ୍ପତ୍ତି ଠାରୁ ବହୁତ ଅଧିକା 2,153 ଅରବପତିଙ୍କ ପାଖରେ ରହିଛି ।

ଭାରତରେ ଆର୍ଥିକ ବୈଷମ୍ୟର ଏହି ଚିତ୍ର ଆଜି ନୁଆ ନୁହେ। ଦିନକୁ ଦିନ ଏଭଳି ଭାବେ ଧନୀ ଅଧିକ ଧନୀ ହେଉଥିବା ବେଳେ ଗରିବ ବ୍ୟକ୍ତି ଅଧିକ ଗରିବ ହେବାରେ ଲାଗିଛନ୍ତି । 1991 ମସିହାରେ ଦେଶରେ ଆର୍ଥିକ ଉଦାରୀକରଣ ନୀତି ଲାଗୁ ପରଠୁ ଏହା ଅତି ଦ୍ରୁତ ଗତିରେ ବଢିଚାଛି। ଯାହାକି ପୁଞ୍ଜିବାଦ ମଧ୍ୟ ସୃଷ୍ଟି କରୁଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.