ETV Bharat / business

କୋରୋନା ଦ୍ବିତୀୟ ଲହର ପ୍ରଭାବ, ଏପ୍ରିଲରେ 9.4% କମିଛି ଇନ୍ଧନ ବିକ୍ରି

author img

By

Published : May 12, 2021, 10:49 PM IST

ଅନେକ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । ଫଳରେ ଯାତାୟତ ପରିବହନ ବନ୍ଦ ରହିଛି । ଏଥିଯୋଗୁଁ ଏପ୍ରିଲରେ ପେଟ୍ରୋଲ-ଡିଜେଲ, ବିମାନ ଇନ୍ଧନ, ଏଲପିଜି ଆଦି ବିକ୍ରି ହ୍ରାସ ହୋଇଛି । ଅଧିକ ପଢନ୍ତୁ..

କୋରୋନା ଦ୍ବିତୀୟ ଲହର ପ୍ରଭାବ , ଏପ୍ରିଲରେ 9.4% କମିଛି  ଇନ୍ଧନ ବିକ୍ରି

ନୂଆଦିଲ୍ଲୀ: ଦେଶରେ କୋଭିଡ-19ର ଦ୍ବିତୀୟ ଲହର ମୁକାବିଲା ପାଇଁ ଅନେକ ରାଜ୍ୟରେ ଲାଗୁ ହୋଇଛି ଲକଡାଉନ । ଫଳରେ ଯାତାୟତ ପରିବହନ ବନ୍ଦ ରହିଛି । ଏଥିଯୋଗୁଁ ଏପ୍ରିଲରେ ଇନ୍ଧନ ବିକ୍ରି 9.4 ପ୍ରତିଶତ ହ୍ରାସ ହୋଇଛି ।

ତୈଳ ମନ୍ତ୍ରଣାଳୟର ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଳେଷଣ ସେଲ (OPEC) ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପ୍ରିଲରେ ଇନ୍ଧନ ବ୍ୟବହାର 9.38 ପ୍ରତିଶତ ହ୍ରାସ ହୋଇ 1.71 କୋଟି ଟନରେ ପହଞ୍ଚିଛି । ଯାହାକି ମାର୍ଚ୍ଚ ମାସରେ 1.87 କୋଟି ଟନ ଥିଲା ।

ଏପ୍ରିଲ 2020 ରେ କୋରୋନା ସଂକ୍ରମଣ ଯୋଗୁଁ ଦେଶବ୍ୟାପି ଲକଡାଉନ ଲାଗୁ ଥିଲା । ଆର୍ଥିକ ଗତିବିଧି ଠପ ହୋଇପଡିଥିଲା । ଏହି ଅବଧିରେ ଇନ୍ଧନ କଞ୍ଜମ୍ପସନ 2006 ପରେ ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା । ତେବେ 2020 ଏପ୍ରିଲ ତୁଳନାରେ ଏ ବର୍ଷ ଏପ୍ରିଲରେ କଞ୍ଜମ୍ପସନ 81.5 ବଢିଛି ।

OPEC ଅନୁଯାୟୀ, ଯାନବାହାନ ଏବଂ ମୋଟରସାଇକେଲରେ ପେଟ୍ରୋଲ ବ୍ୟବହାର ଏପ୍ରିଲରେ 23.8 ଲକ୍ଷ ଟନ୍ ହ୍ରାସ ପାଇଛି । ଯାହା ଅଗଷ୍ଟ 2020 ଠାରୁ ସର୍ବନିମ୍ନ ଅଟେ । ଚଳିତ ବର୍ଷ ଏପ୍ରିଲରେ ଇନ୍ଧନ ବିକ୍ରି ମାର୍ଚ୍ଚ 2021 ତୁଳନାରେ 13 ପ୍ରତିଶତ କମ୍ ଏବଂ ଏପ୍ରିଲ୍ 2019 ତୁଳନାରେ ତିନି ପ୍ରତିଶତ କମ ଥିଲା । ଏପ୍ରିଲ 2020 ରେ ଇନ୍ଧନ ବିକ୍ରି ମାତ୍ର 9.72 ଲକ୍ଷ ଟନ୍ ଥିଲା ।

ସେହିଭଳି ଦେଶରେ ଡିଜେଲର ଚାହିଦା ମଧ୍ୟ ଏପ୍ରିଲରେ 66.7 ଲକ୍ଷ ଟନ ହ୍ରାସ ପାଇଛି । ଯାହା ମାର୍ଚ୍ଚ ତୁଳନାରେ 7.5 ପ୍ରତିଶତ ଏବଂ ଏପ୍ରିଲ୍ 2019 ତୁଳନାରେ ନଅ ପ୍ରତିଶତ କମ । ସେପଟେ ଗତ ବର୍ଷ ଏପ୍ରିଲରେ ଡିଜେଲ ବିକ୍ରି କେବଳ 32.5 ଲକ୍ଷ ଟନ ଥିଲା। ସ୍ବଳ୍ପ କ୍ଷମତା ସହିତ କାର୍ଯ୍ୟ କରୁଥିବା ବିମାନରେ ଜେଟ ଇନ୍ଧନ (ଏଟିଏଫ) ବିକ୍ରି ଏପ୍ରିଲରେ 4,09,000 ଟନ ଥିଲା । ମାର୍ଚ୍ଚ ତୁଳନାରେ ଏହା 14% ଏବଂ ଏପ୍ରିଲ୍ 2019 ଠାରୁ 36.7% ହ୍ରାସ । ଏପ୍ରିଲ୍ 2020 ରେ, ଜେଟ୍ ଇନ୍ଧନ ବ୍ୟବହାର ମାତ୍ର 5,500 ଟନ୍ ଥିଲା ।

ଏହା ବ୍ୟତୀତ ଏପ୍ରିଲ 2021 ରେ ଏଲପିଜି ବିକ୍ରି ମାର୍ଚ୍ଚ ତୁଳନାରେ 6.4 ପ୍ରତିଶତ ହ୍ରାସ ପାଇ 21 ଲକ୍ଷ ଟନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.