ETV Bharat / business

ବିନିର୍ମାଣ ଗତିବିଧିରେ ହ୍ରାସ ଜାରି, ବଢୁଛି ଛଟେଇ ସଂଖ୍ୟା

author img

By

Published : Jun 1, 2020, 3:21 PM IST

କାରଖାନାର ନୂଆ ଅର୍ଡର ଏବଂ ଉତ୍ପାଦନରେ ଗତି କାରଣରୁ ଦେଶର ବିନିର୍ମାଣ କ୍ଷେତ୍ରର ଗତିବିଧିରେ ହ୍ରାସ ପରିଲିଖିତ ହେଉଛ । ମେ ମାସରେ ମଧ୍ୟ ତଳମୁହାଁ ବିନିର୍ମାଣ ଗତିବିଧି । ଏଥିସହ କମ୍ପାନୀରୁ ହ୍ରାସ ପାଉଛନ୍ତି କର୍ମଚାରୀ । ଅଧିକ ପଢନ୍ତୁ..

Indian manufacturing output
ବିନିର୍ମାଣ ଗତିବିଧିରେ ହ୍ରାସ ଜାରି, ବଢୁଛି ଛଟେଇ ସଂଖ୍ୟା

ନୂଆଦିଲ୍ଲୀ: କୋରୋନା ମାଡରେ ନୂଆ ଅର୍ଡର ହ୍ରାସ ସହ ବିନିର୍ମାଣ କ୍ଷେତ୍ରରେ ଗତିବିଧି ଖସିଚାଲିଛି । ଫଳରେ ମେ ମାସରେ ମଧ୍ୟ ମ୍ୟାନୁଫେକ୍ଚରିଂରେ ପିଏମଆଇ ହ୍ରାସ ପାଇଛି । ସେପେଟ କାମ ଠପ ଯୋଗୁଁ କମ୍ପାନୀଗୁଡିକ କର୍ମଚାରୀଙ୍କ ସଂଖ୍ୟା କମାଉଛନ୍ତି ।

ଏହା ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ବିନିର୍ମାଣ ଗତିବିଧିରେ ରେକର୍ଡ ହ୍ରାସ ହୋଇଥିଲା । ସୋମବାର ପ୍ରକାଶିକ ଏକ ମାସିକ ସର୍ଭେ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି ।

ଆଇଏଚଏସ ମାର୍କିଟ ଇଣ୍ଡିଆ ମେନ୍ୟୁଫକ୍ଚରିଂ ପରଚେଜିଂ ମ୍ୟାନେଜର୍ସ ସୂଚକାଙ୍କ (ପିଏମଆଇ) ହ୍ରାସ ପାଇ ମେ ମାସରେ 30.8 ପଏଣ୍ଟ ରହିଛି । ଯାହାକି ଏପ୍ରିଲରେ 27.4 ପ୍ରତିଶତ ଥିଲା । ଏହା ଦେଶର ବିନିର୍ମାଣ କ୍ଷେତ୍ରରେ ଏକ ବଡ ହ୍ରାସର ସଙ୍କେତ ସୂଚାଉଛି ।

ଗତ 15 ବର୍ଷ ଧରି ହୋଇ ଆସୁଥିବା ଏହି ସର୍ବେକ୍ଷଣ ଇତିହାସରେ ଏପ୍ରିଲ ରିପୋର୍ଟ ସର୍ବନିମ୍ନ ସ୍ତରକୁ ଖସିଥିଲା । ଯେତେବେଳେ କି 32 ମାସ ଧରି ବିନିର୍ମାଣ କ୍ଷେତ୍ରର ଗତିବିଧି ସୂଚକାଙ୍କ ଲଗାତାର ଉପରମୁହାଁ ରହିଛି ।

ପିଏମଆଇର 50 ପଏଣ୍ଟରୁ ଉପରକୁ ରହିବା ଅର୍ଥାତ କାରବାର ଗତିବିଧିରେ ବିସ୍ତାର ରହିଥିବା ଦର୍ଶାଇଥାଏ । ହେଲେ ତା' ଠାରୁ ତଳକୁ ଖସିବା ଅର୍ଥ ଦୁର୍ବଳ ସଙ୍କେତକୁ ସୂଚିତ କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.