ETV Bharat / business

60 ବର୍ଷରେ ପ୍ରଥମ, ବଡ ମାନ୍ଦାବସ୍ଥା କବଳରେ ଭାରତୀୟ ଅର୍ଥନୀତି

author img

By

Published : Sep 15, 2020, 3:46 PM IST

ଏଡିବି ମୁଖ୍ୟ ଅର୍ଥନୀତିଜ୍ଞ ୟାସୁୟୁକି ସୱାଦ କହିଛନ୍ତି କି, ‘‘ ଭାରତରେ ମହାମାରୀ ପ୍ରସାରକୁ ରୋକିବା ପାଇଁ କଡା ଲକଡାଉନ ଲଗାଯାଇଛି । ଏହାଦ୍ବାରା ଆର୍ଥିକ ଗତିବିଧି ଗଭୀର ଭାବେ ପ୍ରଭାବିତ ହୋଇଛି । ’’

60 ବର୍ଷରେ ପ୍ରଥମ , ବଡ ମାନ୍ଦାବସ୍ଥା କବଳରେ ଭାରତୀୟ ଅର୍ଥନୀତି

ନୂଆଦିଲ୍ଲୀ: କୋରୋନା ମହାମାରୀ ମାଡରେ ଚଳିତ ଆର୍ଥିକ ବର୍ଷ 2020-21ରେ ଭାରତୀୟ ଅର୍ଥବ୍ୟବସ୍ଥା 9 ପ୍ରତିଶତ ହ୍ରାସ ହୋଇପାରେ । ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ଏ ନେଇ ମଙ୍ଗଳବାର ଆକଳନ କରିଛି ।

ଏଥିସହ ଏଡିବି ରିପୋର୍ଟରେ ଦର୍ଶାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଏସିଆର ବିକାଶୀଳ ଅର୍ଥବ୍ୟବସ୍ଥା ମାନ୍ଦାବସ୍ଥା କବଳରେ ରହିବ । ଯାହାକି 60 ବର୍ଷ ମଧ୍ୟରେ ପ୍ରଥମ ହେବ ।

ଏଡିବି ପକ୍ଷରୁ ପ୍ରକାଶିତ ଏସିଆନ ଗ୍ରୋଥ ଆଉଟଲୁକ (ଏଡିଓ)-2020 ଅପଡେଟରେ କୁହାଯାଇଛି କି , ଭାରତରେ କୋରୋନା ଭାଇରସ ମହାମାରୀ ଯୋଗୁଁ ଆର୍ଥିକ ଗତିବିଧି ଗଭୀର ଭାବେ ପ୍ରଭାବିତ ହୋଇଛି । ଏହାର ପ୍ରଭାବ ଉପଭୋକ୍ତା ଧାରଣା ଉପରେ ପଡିଛି । ଯାହା ଫଳରେ ଚଳିତ ଆର୍ଥିକ ବର୍ଷ ଅଭିବୃଦ୍ଧି ହାର ଖସିବ ବୋଲି ଅନୁମାନ ରହିଛି ।

ତେବେ ଆଗାମୀ ଆର୍ଥିକ ବର୍ଷ 2021-22ରେ ଭାରତୀୟ ଅର୍ଥବ୍ୟବସ୍ଥାରେ ବଡ ବୃଦ୍ଧି ଦେଖାଦେବ ବୋଲି ଏଡିବି ଦର୍ଶାଇଛି । ଯାତାୟତ ସ୍ବାଭାବିକ, କାରବାର ଗତିବିଧି ପୁନଃ ଆରମ୍ଭ ମଧ୍ୟରେ ଆସନ୍ତା ଆର୍ଥିକ ବର୍ଷ ଭାରତର ମୋଟ ଘରୋଇ ଉତ୍ପାଦ 8 ପ୍ରତିଶତ ରହିପାରେ । ଏଡିବି ମୁଖ୍ୟ ଅର୍ଥନୀତିଜ୍ଞ ୟାସୁୟୁକି ସୱାଦ କହିଛନ୍ତି କି , ‘‘ ଭାରତରେ ମହାମାରୀ ପ୍ରସାରକୁ ରୋକିବା ପାଇଁ କଡା ଲକଡାଉନ ଲଗାଯାଇଛି । ଏହା ଦ୍ବାରା ଆର୍ଥିକ ଗତିବିଧି ଗଭୀର ଭାବେ ପ୍ରଭାବିତ ହୋଇଛି । ’’

ପ୍ରକାଶ ଯେ, ସୋମବାର ଗ୍ଲୋବାଲ ରେଟିଂ ଏଜେନ୍ସି ଏସ ଆଣ୍ଡ ପି ମଧ୍ୟ ଚଳିତ ଆର୍ଥିକ ବର୍ଷ ଭାରତୀୟ ଅର୍ଥବ୍ୟବସ୍ଥା 9 ପ୍ରତିଶତ ଖସିପାରେ ବୋଲି ଅନୁମାନ ଦର୍ଶାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.