ETV Bharat / business

‘ଅତି ଶୀଘ୍ର ସୁସ୍ଥ ହେବ ଭାରତ ଅର୍ଥନୀତି’

author img

By

Published : Jun 19, 2020, 12:57 PM IST

ଭଲ ରଣନୀତି, ପ୍ରଯୁକ୍ତିବିଦ୍ୟା, ପୁଞ୍ଜି, ଲିକ୍ୟୁଡିଟି ଏବଂ ଏକ ପ୍ରେରଣାଦାୟକ ଟିମ ସହ କମ୍ପାନୀଗୁଡିକ ସଙ୍କଟ ପରେ ବିଜେତା ଭାବରେ ଉଭା ହେବେ ବୋଲି ବିଶ୍ବାସ ଦେଖାଇଛନ୍ତି ଏଚଡିଏଫସି ସିଇଓ ଆଦିତ୍ୟ ପୁରୀ । ଅଧିକ ପଢନ୍ତୁ...

Indian economy to recover very fast: Aditya Puri
‘ଅତି ଶୀଘ୍ର ସୁସ୍ଥ ହେବ ଭାରତ ଅର୍ଥନୀତି’

ମୁମ୍ବାଇ: ଦ୍ରୁତ ଗତିରେ କମବ୍ୟାକ କରିବ ଭାରତୀୟ ଅର୍ଥବ୍ୟବସ୍ଥା । ଘରୋଇ କ୍ଷେତ୍ରର ଏଚଡିଏଫସି ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ (MD)ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଆଦିତ୍ୟ ପୁରୀ ଏନେଇ ମତ ପ୍ରକାଶ କରିଛନ୍ତି ।

ସେ କହିଛନ୍ତି କି, ଆର୍ଥିକ ବୃଦ୍ଧି ଦର କୋରୋନା ଭାଇରସ ମହାମାରୀ ପୂର୍ବ ସ୍ତରକୁ ପୁଣି ଫେରାଇ ନେବାକୁ ହେବ । ଚଳିତ ମାସ ଆରମ୍ଭରେ ପୁରୀ ବ୍ୟାଙ୍କ କର୍ମଚାରୀଙ୍କୁ ଏକ ଇମେଲ ପଠାଇ କହିଛନ୍ତି କି , ଏଚଡିଏଫସି ବ୍ୟାଙ୍କ କୋରେନା ଭାଇରସ ମହାମାରୀ ସଙ୍କଟରୁ ମଜବୁତ ଉପାୟରେ ମୁକୁଳିବ ।

ପ୍ରକାଶ ଯେ, ଚଳିତ ଆର୍ଥିକ ବର୍ଷ (2020-21)ରେ ଅର୍ଥବ୍ୟବସ୍ଥାରେ ବ୍ୟାପକ ହ୍ରାସ ଆସିବା ଅନୁମାନ ରହିଛି । ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) 5 ପ୍ରତିଶତକୁ ହ୍ରାସ ପାଇପାରେ ବୋଲି କିଛି ଆର୍ଥିକ ଏଜେନ୍ସି ଓ ବିଶେଷଜ୍ଞ ଆକଳନ କରିଛନ୍ତି ।

ତେବେ ଏନେଇ ପୁରୀ କହିଛନ୍ତି କି ‘କୋଭିଡ ସଙ୍କଟ ହେଉଛି ଏକ ସ୍ୱାସ୍ଥ୍ୟ ସଙ୍କଟ ,ଯାହା ଯୋଗାଣକୁ ସମାପ୍ତ କରିଦେଇଛି ଏବଂ ସମୟ ସହିତ ଚାହିଦାକୁ ମଧ୍ୟ ପ୍ରଭାବିତ କରିଛି । ତଥାପି, ମତେ ଭାରତର ଭବିଷ୍ୟତ ଏବଂ HDFC ବ୍ୟାଙ୍କର ଉଜ୍ବଳ ଭବିଷ୍ୟତ ଉପରେ ମଧ୍ୟ ବିଶ୍ୱାସ ରହିଛି । ଜିଡିପି ଓ ଦେଶ ଦ୍ରୁତ ଗତିରେ କମବ୍ୟାକ କରିବେ ।’

ସେ କହିଛନ୍ତି ଯେ ଭଲ ରଣନୀତି, ପ୍ରଯୁକ୍ତିବିଦ୍ୟା, ପୁଞ୍ଜି, ଲିକ୍ୟୁଡିଟି ଏବଂ ଏକ ପ୍ରେରଣାଦାୟକ ଟିମ ସହ କମ୍ପାନୀଗୁଡିକ ସଙ୍କଟ ପରେ ବିଜେତା ଭାବରେ ଉଭା ହେବେ। ମତେ ବିଶ୍ବାସ ରହିଛି କି ଆମେ କୋଭିଡ-19 ସଙ୍କଟରୁ ଆମେ ଏଭଳି ଭାବରେ ମୁକୁଳିବା ଯେପରି ବଜାର ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ ବୋଲି ପୁରୀ ବିଶ୍ବାସ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.