ETV Bharat / business

ଶସ୍ତା ଅଶୋଧିତ ତୈଳର ଫାଇଦା ଉଠାଇଲା ଭାରତ, ସଞ୍ଚୟ କଲା 5 ହଜାର କୋଟି

author img

By

Published : Sep 22, 2020, 3:21 PM IST

ଶସ୍ତା ଅଶୋଧିତ ତୈଳର ଫାଇଦା ଉଠାଇ ଭାରତ ଗଚ୍ଛିତ ରଖିଛି ବିପୁଳ ତୈଳ । ଫଳରେ ଭାରତ 685 ମିଲିୟନ ଡଲାର ବା 5,069 କୋଟି ଟଙ୍କା ସଞ୍ଚୟ ପାଇଁ ସକ୍ଷମ ହୋଇଛି । ଅଧିକ ପଢନ୍ତୁ..

ଶସ୍ତା ଅଶୋଧିତ ତେଲ ଫାଇଦା ଉଠାଇଲା ଭାରତ, ସଞ୍ଚୟ କଲା 5 ହଜାର କୋଟି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମରେ ଅର୍ଥାତ ଏପ୍ରିଲ ଓ ମେ ମାସରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ 2 ଦଶନ୍ଧିର ସର୍ବନିମ୍ନ ସ୍ତରକୁ ଖସିଥିଲା । ଆଉ ଏହାର ସୁଯୋଗ ନେଇ ଉତ୍ତମ ରଣନୀତି ସହ ଭାରତ ବିପୁଳ ପରିମାଣରେ ତେଲ କିଣି ଏହାର ଭୂତଳ ଭଣ୍ଡାରକୁ ପୂରଣ କରିଦେଇଛି । ଯାହା ଫଳରେ ଭାରତ 5,000 କୋଟି ଟଙ୍କା ସଞ୍ଚୟ ପାଇଁ ସକ୍ଷମ ହୋଇଛି । ଏ ନେଇ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ସମଗ୍ର ବିଶ୍ବରେ ଭାରତ ହେଉଛି ତୃତୀୟ ବୃହତ୍ତ ତୈଳ ଆମଦାନୀକାରୀ ରାଷ୍ଟ୍ର । ଏଣୁ ଜରୁରୀକାଳୀନ ସ୍ଥିତିରେ ତୈଳ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ 3ଟି ଭୂତଳ ଭଣ୍ଡାର ନିର୍ମାଣ କରିଛି । ଆଉ ଏଥିରେ କମ ମୂଲ୍ୟରେ ତୈଳ କ୍ରୟ କରି ଏସବୁକୁ ଗଚ୍ଛିତ ରଖିଛି ।

ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ସମୟରେ ଭାରତ ଏପ୍ରିଲ-ମେ ରେ 1.671 କୋଟି ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିଛି । ଆଉ ଏସବୁକୁ 3ଟି ଭଣ୍ଡାରରେ ଗଚ୍ଛିତ ରଖିଥିବା ନେଇ ରାଜ୍ୟସଭାକୁ ଲିଖିତ ଆକାରରେ ଉତ୍ତର ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହି 3ଟି ରଣନୈତିକ ପେଟ୍ରୋଲିୟମ ରିଜର୍ଭ ବିଶାଖାପାଟନାମ, ମାଙ୍ଗାଲୋର ଏବଂ କର୍ଣ୍ଣାଟକର ପାଡୁର ଠାରେ ରହିଛି ।

କ୍ରୟ ହୋଇଥିବା ଅଶୋଧିତ ତୈଳ ଦାମ ବ୍ୟାରେଲ ପିଛା ହାରାହାରୀ 19 ଡଲାର ଅଛି । ଯେତେବେଳେ କି ଜାନୁଆରୀ 2020ରେ ଏହାର ଦାମ ବ୍ୟାରେଲ ପିଛା 60 ଡଲାର ଛୁଇଁଥିଲା । ଏହା ଫଳରେ ଭାରତର 685 ମିଲିୟନ ଡଲାର ବା 5,069 କୋଟି ଟଙ୍କା ସଞ୍ଚୟ ପାଇଁ ସକ୍ଷମ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.