ETV Bharat / business

ଭାରତ କିପରି ନିବେଶକଙ୍କୁ ଆକୃଷ୍ଟ କରିବ, ଉପାୟ କହିଲା IMF - ଗ୍ୟାରି ରାଇସ

ଭାରତରେ ନିବେଶ ବଢୁଛି । ଏଥିପାଇଁ ଭାରତ ଗ୍ରହଣ କରିଥିବା ପଦକ୍ଷେପକୁ ପ୍ରଶଂସା କରିଛି ଆଇଏମଏଫ । ହେଲେ ଆଗକୁ ଅଭିବୃଦ୍ଧି ବଢାଇବା ସହ ନିବେଶକଙ୍କୁ ଆକୃଷ୍ଟ ପାଇଁ ଆର୍ଥିକ ସଂସ୍କାରର ଆବଶ୍ୟକ ରହିଛି ।

India needs further economic reforms to attract more investment, IMF says

author img

By

Published : Jul 25, 2020, 8:35 PM IST

ନୂଆଦିଲ୍ଲୀ: କାରବାର ପାଇଁ ଅନୁକୂଳ ବାତାବରଣ ଓ ନିବେଶ ପ୍ରୋତ୍ସାହନ ପ୍ରୟାସ ଦ୍ବାରା ଭାରତ ନିବେଶକୁ ଆକର୍ଷିତ କରୁଛି । କିନ୍ତୁ ଏହି ଉପାୟ ପର୍ଯ୍ୟାପ୍ତ ନୁହେଁ । ଏଥିପାଇଁ ଭାରତକୁ ଏବେ ଆହୁରୀ ଆର୍ଥିକ ସଂସ୍କାରର ଆବଶ୍ୟକତା ରହିଛି । ଅନ୍ତରାଷ୍ଟ୍ରୀୟ ମୁଦ୍ରାକୋଷ (ଆଇଏମଏଫ ) ଏନେଇ ମନ୍ତବ୍ୟ ଦେଇଛି ।

ବୈଶ୍ବିକ କମ୍ପାନୀ ଫେସବୁକ ଓ ଗୁଗୁଲ ଭାରତରେ ନିବେଶ ନେଇ ଘୋଷଣା ପରେ ଆଇଏମଏଫର କମୁନିକେସନ ନିର୍ଦ୍ଦେଶକ ଗ୍ୟାରି ରାଇସ ନିଜ ପ୍ରତିକ୍ରିୟାରେ ଏଭଳି କହିଛନ୍ତି ।

ନିକଟ ସମୟରେ ଅନକେ ଅନ୍ତରାଷ୍ଟ୍ରୀୟ କମ୍ପାନୀ ଭାରତରେ 20 ଅରବ ଡଲାର ପ୍ରତ୍ୟକ୍ଷ ବିଦେଶୀ ନିବେଶ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ଏ ବର୍ଷ ଏବେସୁଦ୍ଧ ଭାରତକୁ 40 ଅରବ ଡଲାରର ପ୍ରତ୍ୟକ୍ଷ ବିଦେଶୀ ନିବେଶ ମିଳିସାରିଛି ।

ଏ ନେଇ ରାଇସ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି କି, ବିଗତ କେଇ ବର୍ଷରେ ଭାରତ ନିବେଶକୁ ଆକର୍ଷିତ କରିବା ପାଇଁ ଅନେକ ମଜବୁତ ପଦକ୍ଷେପ ଗ୍ରହଣ କରିଛି । କାରବାର ବାତାବରଣ ସୁଧାରିଛି । ଫଳରେ ନିବେଶକ ଦେଶ ପ୍ରତି ଆକୃଷ୍ଟ ହୋଇଛନ୍ତି ।

ଗ୍ୟାରି କହିଛନ୍ତି କି, ଭାରତ ଦେବାଳିଆ ଆଇନ (Bankruptcy code), ଦ୍ରବ୍ୟ ଓ ସେବା କର (ଜିଏସଟି) ଭଳି ସଂସ୍କାର ଆଣିଛି । ଯାହା ଦ୍ବାରା ଇଜ ଅଫ ଡୁଇଙ୍ଗ ବିଜେନସ ଲିଷ୍ଟରେ ଭାରତର ସ୍ଥାନ ଉପରକୁ ଉଠୁଛି । 2020ରେ ଭାରତ ଏହି ଲିଷ୍ଟରେ 63 ନମ୍ବର ମାନ୍ୟତାରେ ରହିଛି । ଯେତେବେଳେ କି 2018ରେ ଏହା 100 ନମ୍ବରରେ ରହିଥିଲା । ଏଥିରୁ ସ୍ପଷ୍ଟ ଯେ, ଦେଶରେ ଉଲ୍ଲେଖନୀୟ ଉନ୍ନତି ଆସିଛି । ତେବେ ଏହା ପରେ ବି ଭାରତକୁ ଆର୍ଥିକ ସୁଧାରର ଆବଶ୍ୟକ ରହିଛି ।

ଶ୍ରମ, ଜମି ଇତ୍ୟାଦି କ୍ଷେତ୍ରରେ ଉନ୍ନତି ଆଣିବା ସହିତ ଭାରତକୁ ଅତିରିକ୍ତ ଭିତ୍ତିଭୂମି ଯୋଗାଇବା ଜରୁରୀ । ଏହା ଫଳରେ ଭାରତ ଅଧିକ ନିବେଶ ଆକର୍ଷିତ କରିପାରିବ । ଏଥିସହ ଅଭିବୃଦ୍ଧି ଦିଗରେ ଏହା ଆଗକୁ ବଢିପାରିବ ବୋଲି ରାଇସ ମତ ରଖିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.