ETV Bharat / business

ଅଭିବୃଦ୍ଧି ଅନୁମାନ ସଂଶୋଧନ କଲା ଇକ୍ରା , 9.5 ପ୍ରତିଶତ କମିପାରେ ଜିଡିପି

author img

By

Published : Jul 17, 2020, 6:18 PM IST

ଦେଶର ଅର୍ଥବ୍ୟବସ୍ଥାରେ 2020-21ର ପ୍ରଥମ ତ୍ରୟମାସରେ 25 ପ୍ରତିଶତ ବଡ ହ୍ରାସ ହୋଇପାରେ । ଏହା ପରେ କିଛି ସାମାନ୍ୟ ସୁଧାର ଦେଖିବାକୁ ମିଳିପାରେ । କିନ୍ତୁ ଅଭିବୃଦ୍ଧି ହାର ହ୍ରାସ ହେବ ବୋଲି ଆକଳନ କରିଛି ଇକ୍ରା । ଅଧିକ ପଢନ୍ତୁ..

ଅଭିବୃଦ୍ଧି ଅନୁମାନ ସଂଶୋଧନ କଲା ଇକ୍ରା
ଅଭିବୃଦ୍ଧି ଅନୁମାନ ସଂଶୋଧନ କଲା ଇକ୍ରା

ମୁମ୍ବାଇ: ଚଳିତ ଆର୍ଥିକ ବର୍ଷରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ହ୍ରାସ ଅନୁମାନକୁ ସଂଶୋଧିତ କରି ବୃଦ୍ଧି କରିଛି ଘରୋଇ ରେଟିଂ ଏଜେନ୍ସି ଇକ୍ରା । ଏହା ଅନୁସାରେ 2020-21 ରେ ଜିଡିପିରେ 9.5 ପ୍ରତିଶତ ହ୍ରାସ ହେବ । ଯେତେବଳେ କି ପୂର୍ବ ଅନୁମାନ ଜିଡିପି 5 ପ୍ରତିଶତ କମିବା ନେଇ ପ୍ରକାଶ କରାଯାଇଥିଲା ।

ରେଟିଂ ଏଜେନ୍ସି କହିବା ଅନୁଯାୟୀ , କିଛି ରାଜ୍ୟରେ ଲକଡାଉନ ଜାରି ରହିବା ଯୋଗୁଁ ମେ ଓ ଜୁନ ମାସ ଆରମ୍ଭରେ ହୋଇଥିବା ପୁନଃରୁଦ୍ଧାର ଗତିବିଧି ପ୍ରଭାବିତ ହୋଇଛି । ଅଧିକାଂଶ ବିଶ୍ଲେଷକଙ୍କ ଅନୁମାନ ରହିଛି କି ଦେଶର ଜିଡିପିରେ 5ରପ 6 .5 ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖିବାକୁ ମିଳିପାରେ ।

ଇକ୍ରାର ଏକ ରିପୋର୍ଟରେ ଦର୍ଶାଇଛି କି, ‘‘ ଆମେ ଭାରତ ଜିଡିପିରେ ହ୍ରାସ ଅନୁମାନକୁ ସଂଶୋଧିତ କରିଛୁ । ଏହା ଅଧିନରେ ଏଥିରେ 9.5 ପ୍ରତିଶତ ହ୍ରାସ ଆସିପାରେ । ଯେତେବେଳେ କି ପୂର୍ବରୁ ଆମେ 5 ପ୍ରତିଶତ ହ୍ରାସ ଆକଳନ କରିଥିଲୁ । କୋଭିଡ-19 ସଂକ୍ରମଣ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି କିଛି ରାଜ୍ୟ ଓ ସହରରେ ଲକଡାଉନରେ ମେ-ଜୁନରେ ଅର୍ଥବ୍ୟବସ୍ଥା ପୁନରୁଦ୍ଧାରେ ପ୍ରତିକୂଳ ପ୍ରଭାବ ପଡିଛି ।

ଦେଶର ଅର୍ଥବ୍ୟବସ୍ଥାରେ 2020-21ର ପ୍ରଥମ ତ୍ରୟମାସରେ 25 ପ୍ରତିଶତ ବଡ ହ୍ରାସ ହୋଇପାରେ । ଏହା ପରେ କିଛି ସାମାନ୍ୟ ସୁଧାର ଦେଖିବାକୁ ମିଳିପାରେ । ଦ୍ବିତୀୟ ଓ ତୃତୀୟ ତ୍ରୟମାସରେ ଏଥିରେ କ୍ରମଶଃ 12.4 ଓ 2.3 ପ୍ରତିଶତ ହ୍ରାସ ହୋଇପାରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.