ETV Bharat / business

ଏପ୍ରିଲ-ଜୁଲାଇରେ ୪୮% ବଢିଲା ଉତ୍ପାଦ ଟିକସ ସଂଗ୍ରହ

author img

By

Published : Sep 5, 2021, 10:29 PM IST

୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମେ ଚାରି ମାସରେ ଉତ୍ପାଦ ଟିକସ ସଂଗ୍ରହ ୪୮% ବୃଦ୍ଧି । ଅଧିକ ପଢନ୍ତୁ...

ଏପ୍ରିଲ-ଜୁଲାଇରେ ୪୮% ବଢିଲା ଉତ୍ପାଦ ଟିକସ ସଂଗ୍ରହ
ଏପ୍ରିଲ-ଜୁଲାଇରେ ୪୮% ବଢିଲା ଉତ୍ପାଦ ଟିକସ ସଂଗ୍ରହ

ନୂଆଦିଲ୍ଲୀ: ଉତ୍ପାଦ ଟିକସ ସଂଗ୍ରହରେ ବୃଦ୍ଧି । ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମେ ଚାରି ମାସରେ ୪୮ ପ୍ରତିଶତ ବଢିଛି ଉତ୍ପାଦ ଟିକସ ସଂଗ୍ରହ । ପେଟ୍ରୋଲ ଓ ଡିଜେଲ ଟିକସରେ ରେକର୍ଡ ବୃଦ୍ଧି ଯୋଗୁଁ ଉତ୍ପାଦ ଟିକସ ବା excise duty ସଂଗ୍ରହ ମଧ୍ୟ ବୃଦ୍ଧି ପାଇଛି । ଏହାମଧ୍ୟରେ ହାସଲ ହୋଇଥିବା ଅତିରିକ୍ତ ସଂଗ୍ରହ ପୁରା ଆର୍ଥିକ ବର୍ଷରେ ତୈଳ ବଣ୍ଡ ଲାଇବିଲିଟିର ତିନି ଗୁଣ ଅଟେ ।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧିନରେ ଥିବା କଣ୍ଟ୍ରୋଲର ଜେନେରାଲ ଅଫ ଆକାଉଣ୍ଟର ତଥ୍ୟ ଅନୁଯାୟୀ ୨୦୨୧ ବର୍ଷର ଏପ୍ରିଲ-ଜୁଲାଇ ମଧ୍ୟରେ ଉତ୍ପାଦ ଟିକସ ସଂଗ୍ରହ ୧ ଲକ୍ଷ କୋଟିରୁ ଅଧିକ ହୋଇଛି । ଯାହା ପୂର୍ବ ଆର୍ଥିକ ବର୍ଷରେ ୬୭, ୮୯୫ କୋଟି ଥିଲା ।

ଯେବେଠୁ ଦେଶରେ GST ଲାଗୁ ହୋଇଛି, ସେବେଠୁ ଉତ୍ପାଦ ଟିକସ କେବଳ ପେଟ୍ରୋଲ, ଡିଜେଲ, ଏଟିଏଫ ଏବଂ ପ୍ରାକୃତିକ ଗ୍ୟାସ ଉପରେ ଲାଗୁ ହେଉଛି । ଏହିସବୁ ଉତ୍ପାଦ ବ୍ୟତୀତ ଅନ୍ୟ ସମସ୍ତ ବସ୍ତୁ ଓ ସେବା ଉପରେ GST ଲାଗୁଛି । ଆର୍ଥିକ ବର୍ଷର ପ୍ରଥମ ଚାରି ମାସ(ଏପ୍ରିଲ-ଜୁଲାଇ)ରେ ଉତ୍ପାଦ ଟିକସ ସଂଗ୍ରହରେ ମୋଟ 32,492 କୋଟି ଟଙ୍କା ବୃଦ୍ଧି ହୋଇଛି । ଯାହାର ବଡ ଅଂଶ ପେଟ୍ରୋଲ ଓ ଡିଜେଲର ଉପକରରୁ ଆସିଛି ।

ଦେଶରେ ୧୦ ମିଲିୟନ ଟନରୁ କମ୍ ଡିଜେଲ ବ୍ୟବହାର ହୋଇଥିଲେ ମଧ୍ୟ ଗତ ୮ ମାସ ମଧ୍ୟରେ ଦେଶର ସବୁଠୁ ଅଧିକ ବ୍ୟବହୃତ ଇନ୍ଧନ ମଧ୍ୟରେ ଡିଜେଲ ଆଗରେ ରହିଛି । ୨୦୨୦ ଏପ୍ରିଲରୁ ନଭେମ୍ବର ଭିତରେ ଦେଶରେ ମୋଟ ୪୪.୯ ମିଲିୟନ ଟନ ଡିଜେଲ ବିକ୍ରି ହୋଇଛି । ତୈଳ ମନ୍ତ୍ରଣାଳୟର PPAC(petroleum planning and analysis cell ତଥ୍ୟରୁ ଏହା ଜଣାଯାଇଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.