ଚେନ୍ନାଇ: କୋରୋନା ସଙ୍କଟ ଯୋଗୁଁ ଉପୁଜିଥିବା ରାଜକୋଷୀୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଆରବିଆଇ ପୂର୍ବତନ ଗଭର୍ଣ୍ଣର ସି ରଙ୍ଗରାଜନଙ୍କ ସହଯୋଗ ଲୋଡିଲେ ତାମିଲନାଡୁ ସରକାର । ରାଜ୍ୟର ଆର୍ଥିକ ସମସ୍ୟାର ସମୀକ୍ଷା ତଥା ଏହାକୁ ବୁଷ୍ଟର ଦେବା ପାଇଁ ରାଜ୍ୟ ସରକାର ରଙ୍ଗରାଜନଙ୍କ ନେତୃତ୍ବରେ ଶନିବାର ଏକ ଉଚ୍ଚ ସ୍ତରୀୟ ସମିତି ଗଠନ କରିଛନ୍ତି ।
ଏକ ସରକାରୀ ଆଦେଶ ଅନୁସାରେ, ଏହି ସମିତିରେ ଅର୍ଥ ସଚିବ ଏସ କୃଷ୍ଣନ ମଧ୍ୟ ସାମିଲ ରହିବେ । ସ୍ଥିତିର ସମୀକ୍ଷା କରି ସମିତି 3 ମାସ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । ଏହି ସମିତିରେ ମୋଟ 21 ସଦସ୍ୟ ଅଛନ୍ତି ।
ଲକଡାଉନ ଯୋଗୁଁ ଅର୍ଥବ୍ୟବସ୍ଥା ଉପରେ ପଡିଥିବା ପ୍ରଭାବ ଓ ଏହାର ମୁକାବିଲା ପାଇଁ ହେଉଥିବା ବ୍ୟୟ ସମେତ କୋରୋନା କଟକଣା ଯୋଗୁଁ ରାଜ୍ୟର ବିଭିନ୍ନ ସେକ୍ଟରର କ୍ଷତିର ଆକଳନ ଏହି ସମିତି କରିବ ।
ଏହା ବ୍ୟତୀତ, ଏହା ସ୍ୱଳ୍ପ ଏବଂ ମଧ୍ୟମ ଅବଧିରେ ଅବସର ଏବଂ ବିପଦକୁ ମଧ୍ୟ ଆକଳନ କରିବ । କୋରୋନା ଭାଇରସ ମହାମାରୀର ପ୍ରଭାବକୁ ଦୂର କରିବା ପାଇଁ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକ ପାଇଁ ମଧ୍ୟ କମିଟି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ।