ETV Bharat / business

ପାର୍ବଣ ମଉଜ, ବଢିଲା ଇପିଏଫ ସୁଧହାର

author img

By

Published : Sep 18, 2019, 10:24 AM IST

ବଢିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ସୁଧହାର । ଏଣିକି ଇପିଏଫ ସଦସ୍ୟ 8.65 ପ୍ରତିଶତ ସୁଧ ପାଇବେ । 2018-19 ଆର୍ଥିକ ବର୍ଷ ପାଇଁ ଏହା ଲାଗୁ ହେବ । ଫଳରେ ଏହା ଦ୍ୱାରା ପ୍ରାୟ 6 କୋଟିରୁ ଅଧିକ ଇପିଏଫଓ ସଦସ୍ୟ ଲାଭବାନ ହେବେ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଜାକଯାକମରେ ପର୍ବପର୍ବାଣି ମନେଇବେ ଇପିଏଫ ସଦସ୍ୟ । ବଢିଲା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ସୁଧହାର । ଏଣିକି ଇପିଏଫ ସଦସ୍ୟ 8.65 ପ୍ରତିଶତ ସୁଧ ପାଇବେ । 2018-19 ଆର୍ଥିକ ବର୍ଷ ପାଇଁ ଏହା ଲାଗୁ ହେବ । ଫଳରେ ପ୍ରାୟ 6 କୋଟିରୁ ଅଧିକ ଇପିଏଫଓ ସଦସ୍ୟ ଲାଭବାନ ହେବେ । ଏନେଇ ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସୂଚନା ଦେଇଛନ୍ତି।

ଆଗକୁ ଆସୁଛି ପାର୍ବଣ ଋତୁ। ଏହାକୁ ନଜରରେ ରଖି ଭେଟି ଦେଇଛନ୍ତି ସରକାର । 2018-19 ଆର୍ଥିକ ବର୍ଷର କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଜମା ଉପରେ ଇପିଏଫ ସବସ୍କ୍ରାଇବରଙ୍କୁ 8.65% ସୁଧ ମିଳିବ। 2017-18ରେ ଏହା 8.55 ପ୍ରତିଶତ ରହିଥିଲା ।

ସୂଚନା ଅନୁଯାୟୀ, ଇପିଏଫର ସମସ୍ତ ନିଷ୍ପତ୍ତି ନେଉଥିବା ସଂସ୍ଥା ସେଣ୍ଟ୍ରାଲ ବୋର୍ଡ ଅଫ ଟ୍ରଷ୍ଟି ଫେବୃଆରୀ 21ରେ ଇପିଏଫ ସୁଧକୁ 8.65% ବଢାଇଥିଲା । ଏନେଇ ଅର୍ଥମନ୍ତ୍ରଣାଳୟକୁ ପ୍ରସ୍ତାବ ପଠାଯାଇଥିଲା । ତେବେ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ମଞ୍ଜୁରୀ ମିଳିବା ପରେ ନିୟମ ଶୀଘ୍ର ଲାଗୁ ହେବ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.