ETV Bharat / business

ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ବିଶ୍ବର ତୃତୀୟ ଧନୀ ଏଲନ ମସ୍କ - Elon Musk

ସେୟାର ମୂଲ୍ୟ ବଢିଥିବାରୁ ଇଲେକ୍ଟ୍ରୋନିକ କାର ନିର୍ମାତା ତେସଲା ର ସହ ପ୍ରତିଷ୍ଠାତା ତଥା ସିଇଓ ଏଲନ ମସ୍କଙ୍କ ନେଟ ସମ୍ପତ୍ତି ବୃଦ୍ଧି ପାଇଛି । ଅଧିକ ପଢନ୍ତୁ..

ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ବିଶ୍ବର ତୃତୀୟ ଧନୀ ଏଲନ ମସ୍କ

author img

By

Published : Sep 2, 2020, 3:50 PM IST

ନୂଆଦିଲ୍ଲୀ: ବିଶ୍ବର ତୃତୀୟ ଧନୀ ଏବେ ଏଲନ ମସ୍କ । ଏପରିକି ସେ ଫେସବୁକ ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ ଧନୀ ତାଲିକାରେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ବିଶ୍ବବ୍ୟାପି ସେୟାର ବଜାରରେ ଦେଖାଦେଇଥିବା ଅସ୍ଥିରତା ଯୋଗୁଁ ଧନୀ ତାଲିକାରେ ଲଗାତାର ପରିବର୍ତ୍ତନ ଆସୁଛି ।

ସେୟାର ମୂଲ୍ୟ ବଢିଥିବାରୁ ଇଲେକ୍ଟ୍ରୋନିକ କାର ନିର୍ମାତା ତେସଲା ର ସହ ପ୍ରତିଷ୍ଠାତା ତଥା ସିଇଓ ଏଲନ ମସ୍କଙ୍କ ନେଟ ସମ୍ପତ୍ତି ବୃଦ୍ଧି ପାଇଛି । ଏଲନଙ୍କ ନେଟ ସମ୍ପତ୍ତି 111.9 ବିଲିୟନ ଡଲାର ରହିଥିବା ବେଳେ ଜୁକରବର୍ଗଙ୍କ ନେଟ ସମ୍ପତ୍ତି 111.2 ଡଲାର ରହିଛି । ଏ ନେଇ ବ୍ଲୁମବର୍ଗ ବିଲିୟନେୟାର ସୂଚୀରେ ପ୍ରକାଶ ପାଇଛି ।

ଏହି ସୂଚୀରେ ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ 7980 କୋଟି ଡଲାର ନେଟ ସମ୍ପତ୍ତି ସହ ଅଷ୍ଟମ ସ୍ଥାନକୁ ଖସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.