ETV Bharat / business

ଶୁଭ ସଙ୍କେତ, ଜାନୁଆରୀରେ ବଢିଲା କୋର ସେକ୍ଟର ଉତ୍ପାଦନ

author img

By

Published : Feb 26, 2021, 8:20 PM IST

ଏ ବର୍ଷ ଜାନୁଆରୀ ମାସରେ 8 ପ୍ରମୁଖ ଭିତ୍ତିଭୂମି ଉଦ୍ୟୋଗର ଉତ୍ପାଦନରେ ସାମାନ୍ୟ ବୃଦ୍ଧି ହୋଇଛି । ଗତ ମାସରେ କୋର ସେକ୍ଟର 0.1 ପ୍ରତିଶତ ଚଢିଛି । ଅଧିକ ପଢନ୍ତୁ..

ଶୁଭ ସଙ୍କେତ, ଜାନୁଆରୀରେ ବଢିଲା କୋର ସେକ୍ଟର ଉତ୍ପାଦନ
ଶୁଭ ସଙ୍କେତ, ଜାନୁଆରୀରେ ବଢିଲା କୋର ସେକ୍ଟର ଉତ୍ପାଦନ

ନୂଆଦିଲ୍ଲୀ: ଅର୍ଥବ୍ୟବସ୍ଥା ସୁଧୁରୁଥିବା ବେଳେ 8 ପ୍ରମୁଖ ଉଦ୍ୟୋଗ (କୋର ସେକ୍ଟର) ଉତ୍ପାଦନ ବଢିଛି । ଏ ବର୍ଷ ଜାନୁଆରୀ ମାସରେ 8 ପ୍ରମୁଖ ଭିତ୍ତିଭୂମି ଉଦ୍ୟୋଗର ଉତ୍ପାଦନରେ ସାମାନ୍ୟ ବୃଦ୍ଧି ହୋଇଛି । ଗତ ମାସରେ କୋର ସେକ୍ଟର 0.1 ପ୍ରତିଶତ ଚଢିଛି । ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଏନେଇ ତଥ୍ୟ ପ୍ରକାଶ ପାଇଛି ।

ଖାସ କରି ସାର, ଇସ୍ପାତ, ବିଦ୍ୟୁତ ଉତ୍ପାଦନରେ ବୃଦ୍ଧି ଯୋଗୁଁ ଏହି ସେକ୍ଟରର ମୋଟ ହାର ବଢିଛି । ମନ୍ତ୍ରାଳୟର ତଥ୍ୟ ଅନୁସାରେ 2020 ଜାନୁଆରୀରେ ଏହି କ୍ଷେତ୍ରର ଉତ୍ପାଦନ 2.2 ପ୍ରତିଶତ ବଢିଥିଲା । 2021 ଜାନୁଆରୀରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ରିଫାଇନାରୀ ଉତ୍ପାଦ ଓ ସିମେଣ୍ଟର ଉତ୍ପାଦନରେ ହ୍ରାସ ଦେଖାଦେଇଛି । ତେବେ ସାର , ଇସ୍ପାତ ଓ ବିଦ୍ୟୁତ ଉତ୍ପାଦନେ କ୍ରମଶଃ 2.7 , 2.6 ଓ 5.1 ପ୍ରତିଶତର ବୃଦ୍ଧି ହୋଇଛି ।

2020-21 ମଧ୍ୟର ଏହି ସେକ୍ଟରର ଉତ୍ପାଦନ ବର୍ଷକ ତଳେ ଏହି ଅବଧିରେ 0.8 ପ୍ରତିଶତ ବୃଦ୍ଧି ତୁଳନାରେ 8.8 ପ୍ରତିଶତ ଖସିଛି । ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କରେ 8 ପ୍ରମୁଖ ଉଦ୍ୟୋଗ 40.27 ପ୍ରତିଶତ ଯୋଗଦାନ ରଖିଥାଏ । 8 ପ୍ରମୁଖ ଉଦ୍ୟୋଗର ଉତ୍ପାଦନର ବୃଦ୍ଧି ପ୍ରଭାବ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ ପଡିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.