ETV Bharat / business

ମାନ୍ଦାବସ୍ଥା ପ୍ରବେଶ, କୋର ସେକ୍ଟର ଉତ୍ପାଦନରେ ରେକର୍ଡ ହ୍ରାସ

author img

By

Published : May 1, 2020, 12:36 AM IST

8 ପ୍ରମୁଖ ଉଦ୍ୟୋଗର ଉତ୍ପାଦନର ରେକର୍ଡ ହ୍ରାସର ପ୍ରଭାବ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ ପଡିବ । ଏପଟେ ଲକଡାଉନ ଯୋଗୁଁ ଆର୍ଥିକ ଗତିବିଧି ଠପ ରହିଛି । ଅଧିକ ପଢନ୍ତୁ..

eight core industries output contracts 6.5 percent in march
ମାନ୍ଦାବସ୍ଥା ପ୍ରବେଶ, କୋର ସେକ୍ଟର ଉତ୍ପାଦନରେ ରେକର୍ଡ ହ୍ରାସ

ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଅର୍ଥବ୍ୟବସ୍ଥାକୁ ବଡ ଝଟକା । ଖସିଲା ଶିଳ୍ପ ଅଭିବୃଦ୍ଧି । 8 ପ୍ରମୁଖ ଉଦ୍ୟୋଗ (କୋର ସେକ୍ଚର) ଉତ୍ପାଦନ ମାର୍ଚ୍ଚରେ 6.5 ପ୍ରତିଶତ ହ୍ରାସ ପାଇଛି । ଗୁରୁବାର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ତଥ୍ୟ ପ୍ରକାଶ ପାଇଛି ।

ଦେଶରେ ଲକଡାଉନ ଜାରି ରହିଥିବାରୁ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ, ଇସ୍ପାତ, ସିମେଣ୍ଟ, ବିଦ୍ୟୁତ ଭଳି କ୍ଷେତ୍ରରେ ଉତ୍ପାଦନ ନିମ୍ନଗାମୀ ରହିଛି । ଗତ ବର୍ଷ ଏହି ମାସରେ ପ୍ରମୁଖ ଉଦ୍ୟୋଗର ଅଭିବୃଦ୍ଧି ହାର 5.8 ପ୍ରତିଶତ ରହିଥିଲା ବେଳେ ଏ ବର୍ଷ ଫେବୃଆରୀରରେ 7 ପ୍ରତିଶତ ବଢିଥିଲା ।

ରିପୋର୍ଟ ମୁତାବକ, ମାର୍ଚ୍ଚ ମାସରେ ଅଶୋଧିତ ତୈଳ ଉତ୍ପାଦନ 5.5 ପ୍ରତିଶତ ହ୍ରାସ ପାଇଥିଲା । ଏଭଳି ଭାବେ ପ୍ରାକୃତିକ ଗ୍ୟାସ 15.2 ପ୍ରତିଶତ, ରିଫାଇନେରୀ 0.5 ପ୍ରତିଶତ ସାର, ଇସ୍ପାତ 13 ପ୍ରତିଶତ, ସିମେଣ୍ଟ 24.7 ପ୍ରତିଶତ ଏବଂ ବିଦ୍ୟୁତ ଉତ୍ପାଦନ 7.2 ପ୍ରତିଶତ ହ୍ରାସ ପାଇଛି ।

8 ପ୍ରମୁଖ ଉଦ୍ୟୋଗର ଉତ୍ପାଦନର ରେକର୍ଡ ହ୍ରାସର ପ୍ରଭାବ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ଉପରେ ପଡିବ । IIP ରେ ଏହି କ୍ଷେତ୍ରଗୁଡିକର ଅଂଶ 40.27 ପ୍ରତିଶତ ରହିଛି । ଇକ୍ରାର ଉପାଧ୍ୟକ୍ଷ ଆଦିତ୍ୟ ନାରାୟଣ କହିଛନ୍ତି ଯେ, 2020 ମାର୍ଚ୍ଚରେ ଶିଳ୍ପ ଉତ୍ପାଦନ ହ୍ରାସ ବର୍ତ୍ତମାନ ସିରିଜର ସବୁଠାରୁ ଖରାପ ପ୍ରଦର୍ଶନ । ତେବେ ଏହା ଏତେବି କମିନି, ଯାହା ଆଶା ଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.